Home ଓଡ଼ିଶା ଉପର ମଣିନାଗ ରାସ୍ତା ରୁ ମିଳିଲା ଭଙ୍ଗା ମୃର୍ତ୍ତି ଓ ତ୍ରୀଶୁଳ

ଉପର ମଣିନାଗ ରାସ୍ତା ରୁ ମିଳିଲା ଭଙ୍ଗା ମୃର୍ତ୍ତି ଓ ତ୍ରୀଶୁଳ

75

ନୟାଗଡ/୨୮/୧୦(ଓଡିଆପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ଉପର ମଣନାଗ ପୀଠ ଏକ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳୀ ପାଲଟିଛି । ପ୍ରତିଦିନ ଶହ ଶହ ସଂଖ୍ୟାରେ ପର୍ଯ୍ୟଟକ ଉପର ମଣିନାଗ କୁ ଦର୍ଶନ ପାଇଁ ଆସିଥାନ୍ତି । ଉପର ମଣନାଗ ପୀଠରେ ସେଲ୍‌ଫି ଓ ଫଟୋଗ୍ରାଫି  ର ଦୃଶ୍ୟ ଏକ ନିଆରା ଆକର୍ଷଣ  ା ଏହି ଉପର ମଣିନାଗ ରାସ୍ତାର  ପଞ୍ଚମ ଥାକରେ କିଛି ସ୍ୱତନ୍ତ୍ର ଦୃଶ୍ୟ ଦେଖିବାକୁ ମିଳିଥିଲା  । କିଛି ମହିଳା ମାନେ ଗଛରୁ ଫୁଲ ତୋଳୁଥିବା ବେଳେ ଗଛ ମୂଳରେ ଏକ ତ୍ରୀଶୁଳ ଓ ମର୍ତ୍ତିର ଭଗ୍ନାଶ ଦେଖିବାକୁ ପାଇଥିଲେ  ।

ସେ ସମୟରେ କୌଳାଶ ଚନ୍ଦ୍ର ରଥ ନାମକ ଜଣେ ବ୍ୟକ୍ତି  ସେହି ରାସ୍ତା ଦେଇ ଯାଉଥିବା ବେଳେ ସେ ମଧ୍ୟ ଏହି ଭଙ୍ଗା ମୁର୍ତ୍ତି ଓ ତ୍ରୀଶୁଳ  କୁ ଦେଖିଥିଲେ । ସେ ଏହା କୌଣସି ମନ୍ଦିର ର ମୁର୍ତ୍ତି ଭାବି ତଳ ମଣିନାଗ  ଙ୍କ ନିକଟକୁ ଆଣିଥିଲେ ।  ସେଠାରେ ମଣିନାଗ କମିଟି କୁ ତ୍ରୀଶୁଳ ଓ ମୁର୍ତ୍ତି ର ଭାଙ୍ଗିଥିବା ଅଂଶ କୁ ଦେଇଥିଲେ  । ଏହି ଭଙ୍ଗା ମୁର୍ତ୍ତି  ଓ ତ୍ରୀଶୁଳ ପିତ୍ତଳ ରେ ନିର୍ମିତ ବୋଲି ସନ୍ଦେହ କରାଯାଉଛି । ରାସ୍ତାରେ ଏଭଳି ଜିନିଷ ମିଳିବା ଦେଖି ସନ୍ଦେହ ଜାତ ହେଉଛି । କୌଣସି ଦୁବୃତ୍ତ ମନ୍ଦିର ରୁ ଚୋରି କରି ଏହିଠାରେ ଫିଙ୍ଗି ଦେଇଥିବା  ସନ୍ଦେହ କରାଯାଉଛି  । ଘଟଣାଟି ରଣପୁର ଅଂଚଳରେ ଚର୍ଚ୍ଚାର ବିଷୟ  ବସ୍ତୁ ପାଲଟିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.