Home Top News ଉପରାଷ୍ଟ୍ରପତି ନିର୍ବାଚନ ତାରିଖ ଘୋଷଣା : ଅଗଷ୍ଟ ୬ ରେ ମତଦାନ

ଉପରାଷ୍ଟ୍ରପତି ନିର୍ବାଚନ ତାରିଖ ଘୋଷଣା : ଅଗଷ୍ଟ ୬ ରେ ମତଦାନ

56

ନୂଆ ଦିଲ୍ଲୀ ୨୯-୬ (ଓଡ଼ିଆ ପୁଅ) ଉପରାଷ୍ଟ୍ରପତି ନିର୍ବାଚନ ୨୦୨୨: ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ଉପରାଷ୍ଟ୍ରପତି ନିର୍ବାଚନର ତାରିଖ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ। ଜୁଲାଇ ୫ ରେ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରାଯିବ ବୋଲି କୁହାଯାଇଛି। ପ୍ରାର୍ଥୀମାନେ ଜୁଲାଇ ୧୯ ପର୍ଯ୍ୟନ୍ତ ଏଥିପାଇଁ ନାମାଙ୍କନ ଦାଖଲ କରିପାରିବେ। ନିର୍ବାଚନ ପାଇଁ ଆୟୋଗ ଅଗଷ୍ଟ ୬ ତାରିଖ ସ୍ଥିର କରିଛନ୍ତି।

ସୂଚନାଯୋଗ୍ୟଯେ, ରାଷ୍ଟ୍ରପତି ପଦ ପାଇଁ (ଏନଡିଏ) ପକ୍ଷରୁ ଦ୍ରୌପଦୀ ମୁର୍ମୁ ପ୍ରାର୍ଥୀ ହୋଇଥିବା ବେଳେ ବରୋଧି ଦଳ ଗୁଡ଼ିକ ପକ୍ଷରୁ ଯଶଓ୍ବନ୍ତ ସିହ୍ନା ସୋମବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଯଶୱନ୍ତ ସିହ୍ନା ବିରୋଧୀ ମେଣ୍ଟର ମିଳିତ ପ୍ରାର୍ଥୀ ଅଟନ୍ତି। ଜୁଲାଇ ୧୮ ରେ ହେବ ରାଷ୍ଟ୍ରପତି ନିର୍ବାଚନ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.