Home ଓଡ଼ିଶା ଉପଜିଲ୍ଲାପାଳ ଙ୍କ ଗାଡି ଦୁର୍ଘଟଣା,ଅଳ୍ପକେବର୍ତିଲେ ଉପଜିଲ୍ଲାପାଳ ଓ ସହକର୍ମୀ

ଉପଜିଲ୍ଲାପାଳ ଙ୍କ ଗାଡି ଦୁର୍ଘଟଣା,ଅଳ୍ପକେବର୍ତିଲେ ଉପଜିଲ୍ଲାପାଳ ଓ ସହକର୍ମୀ

95

ମାଲକାନଗିରି,୧୭ା୧୨ ( ଓଡିଆ ପୁଅ ) ଆଜି ମାଲକାନଗିରି ଉପଜିଲ୍ଲାପାଳ ବାଲିମେଳା ଅଭୁମୁଖେ ଗସ୍ତରେ ଯାଉଥିବା ବେଳେ ରାସ୍ତାରେ ଗାଡି ଦୁର୍ଘଟଣାଗସ୍ତ ହୋଇଛି, ଏହି ଦୁର୍ଘଟଣାରେ ଗାଡିଟି ର କିଛି ଅଶଂ ଭାଙ୍ଗି ଯାଇଥିବା ବେଳେ ଉପଜିଲ୍ଲାପାଳ ଓ ସେଥିରେ ବସିଥିବା ସହକର୍ମୀ ଗାଡି ଚାଳକ ସୁରକ୍ଷିତ ଥିବାର ଜଣାପଡିଛି । ଆଜି ଉପଜିଲ୍ଲାପାଳ ଅକ୍ଷୟକୁମାର ଖେମୁଣ୍ଡୁ କିଛି ସହକର୍ମୀଙ୍କୁ ନେଇ ବାଲିମେଳାକୁ କୌଣସି କାମରେ ଯାଉଥିଲେ କୋରକୁଣ୍ଡା ବ୍ଲକସ୍ଥ ପୋଟ୍ରେଲ ପଚାଂୟତ ସିରାଗୁଡା ମୁଖ୍ୟରାସ୍ତାରେ ହଟାତ ଭାର ସାମ୍ୟହରାଇ ଗାଡିଟି ରାସ୍ତାକଡର ଏକ ଗଛରେ ପିଟିହୋଇ ଦୁର୍ଘଟଣା ଗସ୍ତ ହୋଇଛି ।ଗାଡିରେ ବସିଥିବା ଉପଜିଲ୍ଲାପାଳ,ସହକର୍ମୀ ଓ ଗାଡି ଚାଳକ କେହି ଆହତ ହୋଇନଥିବା ବେଳେ ଗାଡିଟି ସାମନ୍ୟ ଭାଙ୍ଗି ଯାଇଥିବାର ଜଣାପଡିଛି । ଘଟଣାସ୍ଥଳରେ ପୁଲିସ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି । ଅନ୍ୟ ଏକ ଗାଡିରେ ଉପଜିଲ୍ଲାପାଳ ଓ ତାଙ୍କ ସହକର୍ମୀ ମାନେ ଅଫିସ କାର୍ଯ୍ୟରେ ବାଲିମେଳାକୁ ଯାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.