Home ଜିଲ୍ଲା ପରିକ୍ରମା ଉନ୍ନୟନ କାର୍ଯ୍ୟକୁ ନେଇ ମୁହାଁମୁହିଁ ପରିସ୍ଥିତି

ଉନ୍ନୟନ କାର୍ଯ୍ୟକୁ ନେଇ ମୁହାଁମୁହିଁ ପରିସ୍ଥିତି

20

ଭଦ୍ରକ, ୨୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୌରପାଳିକା ୩୦ ନଂ ୱାର୍ଡରେ ଉତରବାହିନୀ ସୀମାନ୍ତ ଅଂଚଳର ଏକ ରାସ୍ତା କାର୍ଯ୍ୟକୁ ନେଇ ରାଜନୈତିକ ଦଳର ଉଭୟ ଗୋଷ୍ଠୀ ମୁହାମୁହିଁ ହୋଇଛନ୍ତି। ତେବେ ଏଭଳି ପରିସ୍ଥିତି କେବଳ ଏହି ୱାର୍ଡରେ ନୁହେଁ ଗ୍ରାମାଂଚଳ ଠାରୁ ଆରମ୍ଭ କରି ସହରାଂଚଳ ଯାଏ ସବୁଠି ଶାସକ ଦଳ ଓ ବିରୋଧୀ ଦଳ କର୍ମୀଙ୍କ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇ ଶୀତଳ ଯୁଦ୍ଧରୁ ସଂଘର୍ଷର ରୂପ ନେଉଛି। ଯାହା ଜିଲା ପୁଲିସ ପ୍ରଶାସନର ମୁଣ୍ଡବ୍ୟଥାର କାରଣ ହେଉଛି। ଆଜି ଭଦ୍ରକ ପୌରପାଳିକା ୩୦ ନମ୍ବର ୱାର୍ଡ଼ରେ ଉତରବାହୀନି ସୀମାନ୍ତ ଅଂଚଳରେ ରାସ୍ତା କାର୍ଯ୍ୟାକୁ ନେଇ ଉଭୟ ଗୋଷ୍ଠୀ ଭିତରେ ମୁହାଁମୁହିଁ ଅବସ୍ଥା ହୋଇଥିଲା। ଗୋଟିଏ ପକ୍ଷ ଅନ୍ୟ ପକ୍ଷ ସହ ଉଚ୍ଚବାଚ ପରେ ଗଣ୍ଡଗୋଳ ଭଳି ସ୍ଥିତି ଦେଖାଦେଇଥିଲା। ନିମ୍ନମାନର କାର୍ଯ୍ୟ ହେଉଥିବା ଅଭିଯୋଗ କରି ନିର୍ଦ୍ଦିଷ୍ଟ ଦଳର ସଦସ୍ୟ ଗଣମାଧ୍ୟମ ଆଗରେ ଅଭିଯୋଗ ଆଣିଥିଲେ । ଠିକାଦାର ଜାଣିଶୁଣି ଖରାପ କାମ କରୁଥିବା ଅଭିଯୋଗ ଆଣିଥିଲେ । ଘଟଣାକୁ ନେଇ ସମ୍ପୃକ୍ତ ଠିକାଦାର ବି ସଂଘାତିକ ବୟାନ ଦେଇଛନ୍ତି। ସେ କହିଛନ୍ତି, ସରକାରୀ ନିୟମ ଅନୁଯାୟୀ କାମ କରୁଛି। ନିଜ ଅଂଚଳର ବୋଲି ମଜବୁତ ରାସ୍ତା ତିଆରି କରୁଛି। ଯେଉଁମାନେ ଅଭିଯୋଗ ଆଣିଛନ୍ତି, ସେମାନେ ରାମନବମୀ ଉପଲକ୍ଷେ ଚାନ୍ଦା ମାଗିଥିଲେ। ସାର୍ବଜନୀନ ଅନୁଷ୍ଠାନ ବୋଲି କିଛି ଅର୍ଥ ସହଯୋଗ କରିଥିଲେ। ପୁଣି ମୋତେ ୨୦ ହଜାର ଟଙ୍କା ମାଗିଛନ୍ତି। ଏହି ଅର୍ଥ ଦେବା ମୋ ପକ୍ଷେ ସମ୍ଭବ ନୁହଁ । କାରଣ ଭଲ କାମ କରୁଛି। କାମର କିଛି – ଖିଲାପୀ ନାହିଁ । ଅର୍ଥ କ’ଣ ପାଇଁ ଦେବି ବୋଲି ସେ ଗଣମାଧ୍ୟମକୁ କହିଛନ୍ତି। ଏହି ପ୍ରସଙ୍ଗକୁ ନେଇ ସେଠାରେ ଚାପା ଉତେଜନା ସ୍ଥିତି ଲାଗି ରହିଛି । ସାଳନ୍ଦୀ ଜଳ ସମ୍ପଦ ବିଭାଗ ପକ୍ଷରୁ ସାଳନ୍ଦୀ ନଦୀ ବନ୍ଧର ପିଚୁ କାର୍ଯ୍ୟ ନିମନ୍ତେ ୨ କୋଟି ଟଙ୍କାର ମଞ୍ଜୁର କରାଯାଇଛି ।୩୦ ନମ୍ବର ୱାର୍ଡ଼ ଉତରବାହୀନି ସାଳନ୍ଦୀ କଲେଜ ପାଖରୁ ଏହି ରାସ୍ତା ବାହାରି ଭବାନି ବିନ୍ଧା ବାରିଣୀ ଯାତ୍ରା ପଡ଼ିଆ କଲଭର୍ଟ ପର୍ଯ୍ୟନ୍ତ ଯାଇଛି । ୨ ବର୍ଷ ହେଲା କାମ ଚାଲିଛି। ମାଟି ଉପରେ ପିଚୁ କାର୍ଯ୍ୟ କରାଯାଉଥିବା ଅଭିଯୋଗ ହୋଇଛି। ବିନା ରୋଲିଂରେ କାମ କରାଯାଉଛି । ଯାହା ନିୟମ ବାହାରେ ବୋଲି ସ୍ଥାନୀୟ ଯୁବକ ସାର୍ଥକ କୁମାର ପରିଡ଼ା କହିଛନ୍ତି। ତୁରନ୍ତ ଉକ୍ତ ରାସ୍ତାର ଉନ୍ନୟନ କାର୍ଯ୍ୟ ଠିକ ଭାବେ କରିବାକୁ ଦାବି ହୋଇଛି । ଅପରପକ୍ଷେ ନିମ୍ନମାନର କାମ ହେଉଥିବା ଅଭିଯୋଗ ଆଣିବାରୁ ଠିକାଦାର ଚାନ୍ଦା ମାଗିବା ନେଇ ମିଥ୍ୟାରୋପ ଆଣୁଛନ୍ତି ବୋଲି ସେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.