Home ଜିଲ୍ଲା ପରିକ୍ରମା ଉନ୍ନୟନ କମିଟି ପକ୍ଷରୁ ସହିଦ ବୀର ବାଘାଯତୀନଙ୍କ ବଳିଦାନ ଦିବସ

ଉନ୍ନୟନ କମିଟି ପକ୍ଷରୁ ସହିଦ ବୀର ବାଘାଯତୀନଙ୍କ ବଳିଦାନ ଦିବସ

107

ବାଲେଶ୍ୱର, ୧୦ା୯(ଓଡ଼ିଆ ପୁଅ/ଅଭୟ ଦାସ): ବାଘା ଯତୀନ ଉନ୍ନୟନ କମିଟି ପକ୍ଷରୁ ସହିଦ ବୀର ବାଘାଯତୀନ ଓ ସାଥୀଙ୍କ ୧୦୫ ତମ ବଳିଦାନ ଦିବସ ସ୍ଥାନୀୟ ବାରବାଟୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଆଜି ପାଳିତ ହୋଇଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କାର୍ଯ୍ୟକ୍ରମକୁ ସମୀତ ବ୍ୟକ୍ତିଙ୍କ ଉପସ୍ଥିତି ସମ୍ପନ୍ନ କରାଯାଇଥିବା ଦେଖିବାକୁ ମିଳିଥିଲା। ବାଲେଶ୍ୱର ଅତିରିକ୍ତ ଜିଲ୍ଲାପାଳ ସମ୍ବିତ୍ କୁମାର ନାୟକ ଏଥିରେ ଯୋଗଦେଇ ଶହୀଦଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାଣ ପୂର୍ବକ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ବୀର ବାଘାଯତୀନ ଶେଷ ନିଶ୍ୱାସ ତ୍ୟାଗ କରିଥିବା ତତ୍କାଳୀନ ଜିଲ୍ଲା ଚିକିତ୍ସାଳୟ ତଥା ବର୍ତ୍ତମାନର ଏହି ବାରବାଟୀ ବାଳିକା ଉଚ୍ଚ ବିଦ୍ୟାଳୟ ଆମ ସମସ୍ତଙ୍କ ପାଇଁ ତୀର୍ଥଭୂମି ବୋଲି ଶ୍ରୀ ନାୟକ କହିଥିଲେ। ଶହୀଦ ବୀରଙ୍କ ପାଇଁ ବାଲେଶ୍ୱର ମାଟି ଆଜି ଧନ୍ୟ ହୋଇଯାଇଛି ବୋଲି ସେ ମତ ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଟିର କର୍ମକର୍ତ୍ତା ସୁଜିତ୍ ଦେବ, ହରେନ୍ ରଣା, ପଦ୍ମଲୋଚନ ଲେଙ୍କା, ଅର୍ଚ୍ଚନା ନନ୍ଦୀ, ଜ୍ୟୋତ୍ସ୍ନା ସେନାପତିଙ୍କ ସମେତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏହି ଅବସରରେ ବାଘାଯତୀନଙ୍କ ଦେହାନ୍ତ ହୋଇଥିବା କୋଠରୀରେ ଶହୀଦଙ୍କ ଉଦ୍ଦେଶ୍ୟରେ ସାମୂହିକ ଦୀପ ଦାନ କରାଯାଇଥିଲା। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ମଧ୍ୟରେ ସମସ୍ତ କାର୍ଯ୍ୟ ସମ୍ପନ୍ନ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.