Home Top News ଉଦୟପୁର ନୃଶଂସ ହତ୍ୟା ଘଟଣାରେ ବଡ଼ ଖୁଲାସା : ଅଭିଯୁକ୍ତ ନେଇଥିଲା ପାକିସ୍ଥାନରୁ ଟେନିଂ

ଉଦୟପୁର ନୃଶଂସ ହତ୍ୟା ଘଟଣାରେ ବଡ଼ ଖୁଲାସା : ଅଭିଯୁକ୍ତ ନେଇଥିଲା ପାକିସ୍ଥାନରୁ ଟେନିଂ

37

ନୂଆ ଦିଲ୍ଲୀ ୨୯-୬ (ଓଡ଼ିଆ ପୁଅ) ଉଦୟପୁର ନୃଶଂସ ହତ୍ୟା ଘଟଣାରେ ବଡ଼ ଖୁଲାସା ହୋଇଛି। ରାଜସ୍ଥାନର ଗୃହମନ୍ତ୍ରୀ ରାଜେନ୍ଦ୍ର ଯାଦବ କହିଛନ୍ତିଯେ, ଗୌସ ମହମ୍ମଦ ପାକିସ୍ତାନରେ ଟ୍ରେନିଂ ନେଇଥିଲା।

ସୂଚନାଯୋଗ୍ୟଯେ, ପୂର୍ବତନ ବିଜେପି ପ୍ରବକ୍ତାଙ୍କର ନୂପୁର ଶର୍ମାଙ୍କର ବିବାଦୀୟ ମନ୍ତବ୍ୟକୁ ସମର୍ଥନ ଜଣାଇ ଉଦୟପୁରର ଜଣେ ଟେଲର କହ୍ନେୟା ଲାଲ ତାଙ୍କର ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ କରିଥିଲେ। ଏହା ପରେ ତାଙ୍କୁ ଅଭିଯୁକ୍ତମାନଙ୍କ ପକ୍ଷରୁ ଧମକ ମିଳୁଥିଲା। ପରବତ୍ତୀ ସମୟରେ ଏହି ଘଟଣା ଥାନାକୁ ଯାଇଥିଲା ଏବଂ ଥାନା ଅଧିକାରୀ ଉଭୟଙ୍କ ମଧ୍ୟରେ ବୁଝାମଣା କରିଥିଲେ ବୋଲି ଗଣମାଧ୍ୟମ ରିପୋର୍ଟରୁ ପ୍ରକାଶ। କିନ୍ତୁ ଗତକାଲି ଅଚାନକ ଟେଲରଙ୍କ ପାଖରେ ଅଭିଯୁକ୍ତମାନେ ପହଁଚି ମାପ ଦେବା ନାମରେ ଏହି ନୃଶଂସ ଘଟଣା ଘଟାଇଥିଲେ। କହ୍ନେୟାଙ୍କୁ ଗଳା କାଟି ତାଙ୍କୁ ହତ୍ୟା କରିଥିଲେ। ଏହା ପରେ ଅଭିଯୁକ୍ତ ଦ୍ୱୟ ଫେସବୁକରେ ଏହାର ବର୍ଣ୍ଣନା ମଧ୍ୟ କରିଥିଲେ ଏପରିକି ସୋସିଆଲ ମିଡ଼ିଆରେ ହତ୍ୟାକାଣ୍ଡର ଭିଡ଼ିଓ ମଧ୍ୟ ସେୟାର କରିଥିଲେ।
ତୁରନ୍ତ ଏହି ଘଟଣାପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଥିଲା। ଏହାପରେ ପୋଲିସ୍ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେମାନଙ୍କୁ ଗିରଫ କରିଥିଲା।

ଆଜି କିନ୍ତୁ ଏକ ବଡ଼ ଖୁଲାସା ହୋଇଛି। ରାଜସ୍ଥାନର ଗୃହମନ୍ତ୍ରୀ ରାଜେନ୍ଦ୍ର ଯାଦବ କହିଛନ୍ତି ଯେ, କହ୍ନେୟାଲାଲର ହତ୍ୟାରେ ସମ୍ପୃକ୍ତ ଥିବା ଗୌସ ମହମ୍ମଦ ପାକିସ୍ତାନରେ ତାଲିମ ନେଇଥିଲା। ଏହା ଏକ ବଡ଼ ଷଡ଼ଯନ୍ତ୍ର ଆଡ଼କୁ ନିର୍ଦ୍ଦେଶିତ କରୁଛି। ଏହାର ତଦନ୍ତ ଏବେ NIA କରୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.