Home ଜିଲ୍ଲା ପରିକ୍ରମା ଉଦବେଗଜନକ ହେଉଛି ଭଦ୍ରକରେ କରୋନା ସ୍ଥିତି, ହୋମ କ୍ୱାରେଣ୍ଟାଇନ ପାଲଟିଛି ପ୍ରହସନ

ଉଦବେଗଜନକ ହେଉଛି ଭଦ୍ରକରେ କରୋନା ସ୍ଥିତି, ହୋମ କ୍ୱାରେଣ୍ଟାଇନ ପାଲଟିଛି ପ୍ରହସନ

133

ଭଦ୍ରକ, ୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକରେ କରୋନା ସ୍ଥିତି ଦିନକୁ ଦିନ ଚିନ୍ତାଜନକ ହେବାରେ ଲାଗିଛି । ବର୍ତ୍ତାମନ ସୁଦ୍ଧା ଜିଲ୍ଲାରେ ୫ହଜାର ୬୮୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ, ସେମାନଙ୍କ ମଧ୍ୟରୁ ୫ହଜାର ୨୨ଜଣ ସୁସ୍ଥ ହୋଇ ସାରିଛନ୍ତି । ୧୫ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଥିବାେବେଳେ, ଏବେ ମଧ୍ୟ ୬୪୩ଜଣ ଚିକିତ୍ସାଧିନ ଅଛନ୍ତି । ତେବେ ବର୍ତ୍ତମାନ ସମୟରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆକ୍ରାନ୍ତଙ୍କ ପାଇଁ ଯେପରି ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରାଯାଉଛି, ତାହା ନିକଟ ଭବିଷ୍ୟତରେ ଗୁରୁତର ପରିସ୍ଥିତି ସୃଷ୍ଟି କରିବ ବୋଲି ଆଶଙ୍କାବ୍ୟକ୍ତ କରାଯାଉଛି । ପୂର୍ବରୁ କରୋନାକୁ ନେଇ ଲୋକଙ୍କ ମଧ୍ୟରେ ସେପରି କୌଣସି ଭୟ ନଥିଲା । କିନ୍ତୁ ଇତିମଧ୍ୟରେ ବହୁ ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରି ସାରିଲେଣି । ଯାହାକି ସହରବାସୀଙ୍କ ମଧ୍ୟରେ ସ୍ୱାଭାବିକ୍ ଭାବରେ ଭୟ ସଂଚାର କରିଛି । କରୋନାକୁ ନେଇ ସଚେତନ ବ୍ୟକ୍ତିବିଶେଷ କୋଭିଡ ନିୟମ ପ୍ରତି ଯତ୍ନବାନ । କିନ୍ତୁ ଆକ୍ରାନ୍ତଙ୍କ ପାଇଁ ଯେଉଁପ୍ରକାର ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରାଯାଉଛି, ତାହା ଚିନ୍ତାଜନକ । କାରଣ ଅଧିକାଂଶ ନୂତନ ଆକ୍ରାନ୍ତଙ୍କୁ ହୋମ କ୍ୱାରେଣ୍ଟାଇନ ପଠାଇ ଦିଆଯାଉଥିବାବେଳେ, କେବଳ କିଛି ଗୁରୁତର ରୋଗୀଙ୍କୁ ଏକମାତ୍ର କୋଭିଡ ହସପିଟାଲ ଓ ଭଦ୍ରକ, ଭଣ୍ଡାରିପୋଖରୀ, ଧାମନଗର ଓ ତିହିଡ଼ି ଠାରେ ଥିବା କୋଭିଡ କେଆର ସେଣ୍ଟରକୁ ପଠାଯାଉଛି । ଯେଉଁମାନଙ୍କୁ ହୋମ କ୍ୱରେଣ୍ଟାଇନକୁ ପଠାଯାଉଛି, ସେମାନଙ୍କୁ ଔଷଧ ସହ ୧୫ଦିନ ପାଇଁ କିପରି ସତର୍କ ହୋଇ ଚଳିବେ ତାର ମାର୍ଗଦର୍ଶୀକା ପୁସ୍ତିକା ପ୍ରଦାନ କରାଯାଉଛି । କିନ୍ତୁ ହୋମ କ୍ୱାରେଣ୍ଟାଇନକୁ ଯାଉଥିବା ଆକ୍ରାନ୍ତ ସମ୍ପର୍କରେ ପରବର୍ତ୍ତୀ ସମୟରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ସମ୍ପର୍କ ରଖାଯାଉ ନାହଁ । କୋଭିଡ ଗାଇଡଲାଇନ ଅନୁଯାୟୀ ଆକ୍ରାନ୍ତଙ୍କ ସମ୍ପର୍କରେ ସମସ୍ତ ତଥ୍ୟ ଗୋପନ ରଖାଯାଉଥିବାରୁ, ଏସମସ୍ତ ନୂତନ ଆକ୍ରାନ୍ତଙ୍କ ସମ୍ପର୍କେରେ କେହି କିଛି ଜାଣିବାର ସୁଯୋଗ ପାଉ ନାହାନ୍ତି । ତେଣୁ ବହୁ ସଂଖ୍ୟକ ହୋମ କ୍ୱାରେଣ୍ଟାଇନରେ ଥିବା ଆକ୍ରାନ୍ତ ଖୋଲାଖୋଲି ବଜାରରେ ବୁଲୁଥିବା ଦେଖିବାକୁ ମିଳୁଛି । କେତେକ ଆକ୍ରାନ୍ତ ୩/୪ଦିନ ଘରେ କ୍ୱାରେଣ୍ଟାଇନରେ ରହିବା ପରେ ବାହାରେ ଆସି ବୁଲୁଛନ୍ତି । ତେବେ ହେଉଁମାନଙ୍କୁ ହୋମ କ୍ୱାରେଣ୍ଟାନକୁ ପଠାଯାଉଛି, ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ସ୍ୱାସ୍ତ୍ୟ ବିଭାଗ ସମ୍ପୂର୍ଣ୍ଣ ବିତସ୍ପୃହ ରହୁଛି ଓ ସେମାନଙ୍କ ଖୋଜଖବର ନେଉ ନାହିଁ ।

ଯାହାକି ନିକଟ ଭବିଷ୍ୟତରେ ସହରାଞ୍ଚଳରେ ସଂକ୍ରମଣ ହାରକୁ ଯଥେଷ୍ଟ ମାତ୍ରାରେ ବଢ଼ାଇବା ଏକପ୍ରକାର ନିଶ୍ଚିତ । କାରଣ ସରକାରଙ୍କ ଔଷଧ ଖାଇ ନିଜ ଘରେ ସଂଗରୋଧରେ ରହିବାକୁ କୁହାଯାଉଥିଲେ ମଧ୍ୟ ସେମାନେ ସରକାରୀ ପରାମର୍ଶ ନମାନି ଏଣେତେଣେ ବୁଲୁଛନ୍ତି । ତଥ୍ୟ ଅନୁଯାୟୀ ଭଦ୍ରକ କୋଭିଡ ହସପିଟାଲରେ ୧୨୦, ଭଦ୍ରକ, ଭଣ୍ଡାରିପୋଖରୀ, ଧାମନଗର ଓ ତିହିଡ଼ିରେ ଥିବା କୋଭିଡ କେଆର ସେଣ୍ଟରରେ ୪ଶହ କୋଭିଡ ଶର୍ଯ୍ୟା ରହିଛି । କିନ୍ତୁ ଏହା ସତ୍ତ୍ୱେ ନୂତନ ଆକ୍ରାନ୍ତଙ୍କ ପ୍ରତି କୌଣସି ଦାୟିତ୍ୱ ନେବା ପରିବର୍ତ୍ତେ, ନୂତନ ଆକ୍ରାନ୍ତଙ୍କୁ ଘରେ ସଂଗରୋଧରେ ରହିବାକୁ ସୁଯୋଗ ଦିଆଯାଉଛି । ବିଶେଷକରି କୋଭିଡ ରୋଗୀଙ୍କ ପ୍ରତି ଏପରି ବିଭାଗୀୟ ଅବହେଳା, ଭବିଷ୍ୟତରେ ଗୁରୁତର ପରିସ୍ଥିତି ସୃଷ୍ଟି କରିବ ବୋଲି ଚର୍ଚ୍ଚା ହେଉଛି । ତଥ୍ୟ ଅନୁଯାୟୀ ଏବେ ମଧ୍ୟ ୫ଶହରୁ ଉର୍ଦ୍ଧ୍ୱ କୋଭିଡ ରୋଗୀଙ୍କୁ ହୋମ କ୍ୱାରେଣ୍ଟାଇନରେ ରଖାଯାଇଥିବା ଜାଣିବାକୁ ମିଳିଛି । ସରକାରୀ ଭାବେ କ୍ୱାରେଣ୍ଟାଇନକୁ ଉଠାଇ ଦିଆଯାଇ ଲୋକଙ୍କୁ ହୋମ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦେବା ପରେ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.