Home ଜିଲ୍ଲା ପରିକ୍ରମା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ରକ୍ତଦାନ ଶିବିର ଓ ପରିବର୍ଦ୍ଧିତ କମିଟି

ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ରକ୍ତଦାନ ଶିବିର ଓ ପରିବର୍ଦ୍ଧିତ କମିଟି

7

ଭଦ୍ରକ, ୧୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ରାଜ୍ୟ ର ସର୍ବ ପୁରାତନ ସାମ୍ବାଦିକ ସଂଘ ଉତ୍କଳ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଆଜି ରକ୍ତଦାନ ଶିବିର ଓ ପରିବର୍ଦ୍ଧିତ କମିଟି ବୈଠକ ଭଦ୍ରକ ଜିଲ୍ଲା ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି ଜିଲ୍ଲା ସଭାପତି ରବିନାରାୟଣ ଖିଲାରଙ୍କ ସଭାପତତ୍ୱରେ ଉଦଘାଟକ ଭାବେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଯୋଗଦେଇ ଥିଲେ । ମୁଖ୍ୟ ଅତିଥିଭାବେ ରାଜ୍ୟ ସଭାପତି ବିଭୁତି ଭୂଷଣ କର, ବରିଷ୍ଠ ଅତିଥି ଭାବେ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ସମ୍ମାନିତ ଅତିଥି ଭାବେ ଖୋଲାଫର୍ଦ ସମ୍ପାଦକ ବିମଳ ଭଞ୍ଜଦେଓ,ଜିଲ୍ଲା ଚିକିତ୍ସଧିକାରୀ ଡା ସୁଧାଂଶୁ ବଳ, କୋଷାଧକ୍ଷ ରାଜେନ ଚୌଧୁରୀ, ବରିଷ୍ଠ ସାମ୍ବାଦିକ ନିହାର ଦାସ, ଅତିଶ ବେହେରା, ରାମନାରାୟଣ ମହାନ୍ତି ପ୍ରମୁଖ ଯୋଗଦେଇ ଉତ୍କଳ ସାମ୍ବାଦିକ ସଂଘ ର ଏଭଳି ଦେଶର ଘଡି ସନ୍ଧି ବେଳେ ରକ୍ତଦାନ ଭଳି ମହତ କାର୍ଯ୍ୟ କୁ ପ୍ରଶଂସା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ନରେନ୍ଦ୍ର ସାମଲ,ଉପସଭାପତି ଦୀପ୍ତି ରଞ୍ଜନ ନାୟକ, ସୁଧାକର ଦାଶ,ରାଜେନ୍ଦ୍ର ଶତପଥ,ସଂଗଠନ ସମ୍ପାଦକ ଅଶ୍ୱିନୀ ପାଢ଼ୀ, ସନ୍ତୋଷ ଦାସ କୋଷାଧକ୍ଷ ଆଶିଷ ମହାନ୍ତି, ରତିକାନ୍ତ ନାୟକ,ଯୁଗ୍ମ ସମ୍ପାଦକ ରମେଶ ଚନ୍ଦ୍ର ପାଗଳ ,ସୁଜୟ ପାକଳ, ଭଣ୍ଡାରିପୋଖରୀ ସଭାପତି ଦୁର‌୍ୟୋଧନ ଲେଙ୍କା, ଧାମନଗର ସଭାପତି ସୁଶାନ୍ତ ରାଉତ, ସମ୍ପାଦକ ବିବେକାନନ୍ଦ ପଣ୍ଡା,ଅକ୍ଷୟ ନାୟକ, ସେକ ଜାଫର ଅଲି, ସରୋଜ ସେଠି, ଅଭୟ ସାହୁ ଜଗନ୍ନାଥ ବେହେରା,ଦେବାଶିଷ ଦ୍ୱିବେଦୀ, ସୀତାକାନ୍ତ ବିଶ୍ୱାଳ, ଅଜୟ ମଲିକ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ ରାଜ୍ୟ କାର୍ଯ୍ୟକାରୀଣୀ ସଦସ୍ୟ ଅପୂର୍ବ ରଞ୍ଜନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସୁଶ୍ରୀ ଅଞ୍ଜନା ମିଶ୍ର, ନିରଞ୍ଜନ ନାୟକ, ଗୀତାଞ୍ଜଳି ଅଗସ୍ତି, ରଶ୍ମି ରଞ୍ଜନ ସାହୁ, ବାବୁ ସାହୁ, ସୀତାକାନ୍ତ ବିଶ୍ୱାଳ, ଅଜୟ ମଲ୍ଲିକ, ଅଭୟ ସାହୁ, ରମେଶ ପୃଷ୍ଟି, ଆଲୋକ ନାୟକ, ସଂଜୀବ ନାୟକ,ଅବଦୁଲ ଫିରୋଜ ଖାଁ, ପ୍ରମୁଖ ଉପସ୍ଥିତ ଥିଲେ । ଡା ଶରତ ଆଚାର୍ଯ୍ୟ, କାଳନ୍ଦୀ ପ୍ରମୁଖ କର୍ମ ଚାରୀ ସହଯୋଗ କରିଥିଲେ । ୪୦ରୁ ଉର୍ଦ୍ଧ ରକ୍ତ ସଂଗ୍ରହ କରାଯାଇ ଥିଲା ।।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.