Home ଜିଲ୍ଲା ପରିକ୍ରମା ଉତ୍କଳମଣି ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଗୋପବନ୍ଧୁଙ୍କ ୧୪୮ତମ ଜୟନ୍ତୀ ପାଳିତ, ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତିରେ...

ଉତ୍କଳମଣି ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଗୋପବନ୍ଧୁଙ୍କ ୧୪୮ତମ ଜୟନ୍ତୀ ପାଳିତ, ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧାସୁମନ ଅର୍ପଣ କଲେ ଜିଲାପାଳ

21
?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସେବା ଓ ତ୍ୟାଗ ଆଜିର ଯୁବପିଢିଙ୍କ ଜୀବନର ବ୍ରତ ହେବା ଉଚିତ୍‌। ତାଙ୍କର ପଦାଙ୍କ ଅନୁସରଣ କଲେ ବର୍ତମାନର କଳୁଷିତ ସମାଜରୁ ଦୁର୍ନୀତି, ଭ୍ରଷ୍ଟାଚାର ଦୂର ହୋଇପାରିବ। ବିଶେଷକରି ସାହିତ୍ୟ, ସାମ୍ବାଦିକତା ଦିଗରେ ତାଙ୍କର ଯେଉଁ ପ୍ରଗାଢ ପ୍ରଚେଷ୍ଟା ଥିଲା, ତାହା ଯୁଗ ଯୁଗ ଧରି ଓଡ଼ିଶାବାସୀଙ୍କ ହୃଦୟରେ ଲିପିବଦ୍ଧ ହୋଇ ରହିବ ବୋଲି ତାଙ୍କର ୧୪୮ତମ ଜନ୍ମ ଜୟନ୍ତୀ ଉତ୍ସବରେ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି। ଭଦ୍ରକର ଉତ୍କଳମଣି ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ସଭାପତି ପ୍ରମୋଦ ରାୟଙ୍କ ଆବାହକତ୍ୱରେ ଆଜି ପ୍ରାତଃରେ ଭଦ୍ରକ ପୁରୁଣା କୋର୍ଟ ପରିସର ଓ ଡାହାଣୀ ଗଡିଆ ଠାରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତିରେ ଜିଲାପାଳ ଦିଲ୍ଲୀପ ରାଉତରାଏ ଶ୍ରଦ୍ଧାସୁମନ ଅର୍ପଣ ପୂର୍ବକ ସମାଜର ପ୍ରଗତି, ସଂସ୍କାର ଓ ଭାରତର ସ୍ୱାଧୀନତା ସଂଗ୍ରାମୀ ଗୋପବନ୍ଧୁଙ୍କ ଅବଦାନ ସମ୍ପର୍କରେ ସୂଚନା ଦେଇଥିଲେ। ଏଥି ଉପଲକ୍ଷେ ଆୟୋଜିତ ସ୍ମୃତିସଭାରେ ପିସିସି ଅନୁସୂଚିତ ଜାତି ବିଭାଗର ରାଜ୍ୟ ସାଧାରଣ ସଂପାଦକ ରାଜେନ୍ଦ୍ର ପ୍ରସାଦ ଜେନା, ପୂର୍ବତନ କାଉନ୍‌ସିଲର ପ୍ରଣୟ କୁମାର ଦାସ, ସମାଜସେବୀ ନିଶିକାନ୍ତ ନାୟକ, ସାମ୍ବାଦିକ ସଂଜୀବ ନାୟକ ଓ ସୁକାନ୍ତ ମହାନ୍ତି, ଟ୍ରଷ୍ଟର କୋଷାଧ୍ୟକ୍ଷ ଝରଣା ଧଳ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଅଂଶଗ୍ରହଣ କରି ଗୋପବନ୍ଧୁଙ୍କ ଜୀବନାଦର୍ଶ ସଂପର୍କରେ ଆଲୋକପାତ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.