Home ଜିଲ୍ଲା ପରିକ୍ରମା ଉଚ୍ଛେଦ ଅଭିଯାନର ଜିଲ୍ଲାପାଳଙ୍କ ସମୀକ୍ଷା : କ୍ଷତିଗ୍ରସ୍ତଙ୍କୁ ଥଇଥାନ ଓ ଆର୍ଥିକ ସହାୟତା ମିଳିବ, ଉଚ୍ଛେଦ...

ଉଚ୍ଛେଦ ଅଭିଯାନର ଜିଲ୍ଲାପାଳଙ୍କ ସମୀକ୍ଷା : କ୍ଷତିଗ୍ରସ୍ତଙ୍କୁ ଥଇଥାନ ଓ ଆର୍ଥିକ ସହାୟତା ମିଳିବ, ଉଚ୍ଛେଦ ଅଭିଯାନ ପୂର୍ବଭଳି ଜାରି ରହିବ

25

ଭଦ୍ରକ, ୧୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ଅଗଷ୍ଟ ୧ତାରିଖରୁ ୪ଦିନ ଲାଗି ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ସରକାରୀ ଜମିରୁ ଆରମ୍ଭ ହୋଇଥିବା ଜବରଦଖଲ ଉଚ୍ଛେଦ ଅଭିଯାନ ସମ୍ପର୍କରେ ନୂଆ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଦାୟିତ୍ୱ ନେବା ପରେ ସଦ୍‌ଭାବନା ଗୃହରେ ଏକ ସମୀକ୍ଷା କରିଛନ୍ତି । ଏହି ଅନୁଷ୍ଠିତ ବୈଠକରେ ଏସ୍‌ପି ବରୁଣ ଗୁଣ୍ଠୁପାଲି, ଉପ-ଜିଲ୍ଲାପାଳ ମନୋଜ ପାତ୍ର, ତହସିଲଦାର ପ୍ରିୟଦର୍ଶନ ସଂଗ୍ରାମକେଶରୀ ଖୁଟିଂଆ, ସିଟି ଡିଏସ୍‌ପି ଅଂଶୁମାନ ଦ୍ୱିବେଦୀ, ପୌର ନିର୍ବାହୀ ଅଧିକାରୀ ଦେବୀପ୍ରସାଦ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ । ୪ଦିନ ଧରି ଚାଲିଥିବା ପ୍ରଶାସନର ଉଚ୍ଛେଦ ପ୍ରକ୍ରିୟାରେ ଜବର ଦଖଲରେ ଥିବା ୨ଶହରୁ ଅଧିକ ଛୋଟବଡ ବ୍ୟବସାୟିକ ପ୍ରତିଷ୍ଠାନ ଭଙ୍ଗା ଯାଇଥିଲା । ତେବେ ଉଚ୍ଛେଦ ପ୍ରକ୍ରିୟାରେ କ୍ଷତିଗ୍ରସ୍ତ ବ୍ୟବସାୟୀଙ୍କୁ ଥଇଥାନ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଶ୍ରୀ ରାଉତରାୟ ଗୁରୁତ୍ୱ ଦେଇଥିଲେ । ଥଇଥାନ ସମ୍ପର୍କରେ ବୈଠକରେ ଉପସ୍ଥିତ ଉପ-ଜିଲ୍ଲାପାଳ ଶ୍ରୀ ପାତ୍ର ଆର୍‌.ଏମ୍‌.ସି କ୍ୟାମ୍ପସରେ ନିର୍ମିତ ହୋଇଥିବା ୪୦ଟି ଦୋକାନ ଗୃହ ରହିଛି । ସେହିପରି ପୌର ନିର୍ବାହୀ ଅଧିକାରୀ ଶ୍ରୀ ରାଉତ ଶନିମନ୍ଦିର ନିକଟରେ ପୌରପାଳିକା ଦ୍ୱାରା ନିର୍ମିତ ୨୬ଟି ଦୋକାନଘର ଆବଟଂନ ନହୋଇ ରହିଥିବା କହିଥିଲେ । ଉପ ଜିଲ୍ଲାପାଳ ଶ୍ରୀ ପାତ୍ର ଆରଏମସି ରେ ନିର୍ମିତ ଦୋକାନଗୃହ ଗୁଡିକ ସହ ଡ୍ରେନେଜ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ପାଇଁ ଆରଏମସି ସେକ୍ରେଟେରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟପକ୍ଷରେ କଚେରୀ ବଜାରରେ ଥିବା ଓଏସ୍‌ଆରଟିସିର ପୁରୁଣା ବସ୍‌ଷ୍ଟାଣ୍ଡ ପରିସରରେ ଭେଣ୍ଡିଂ ଜୋନ୍ କରିବା ପାଇଁ ବୈଠକରେ ନିଷ୍ପତି କରାଯାଇଛି । ତେବେ ଏସବୁ ବ୍ୟବସ୍ଥା ଗୁଡିକୁ ଜଣେ ଅଭିଜ୍ଞ ଆର୍କିଟେକ୍‌ଙ୍କ ଦ୍ୱାରା ସଠିକ୍ ଢଙ୍ଗରେ କାର୍ଯ୍ୟକାରୀ କରିବାକୁ ପୌର ନିର୍ବାହୀ ଅଧିକାରୀ ଶ୍ରୀ ମହାନ୍ତି ମତ ରଖିଥିଲେ । ଆସନ୍ତା କାଲି ଠାରୁ ଏନେଇ ସର୍ଭେ କାର୍ଯ୍ୟ ଆରମ୍ଭ ହେବ ବୋଲି ବୈଠକରେ ନିଷ୍ପତି ହୋଇଥିଲା । ବିଶେଷ କରି ବିଦ୍ୟୁତ ଆଲୋକ ବ୍ୟବସ୍ଥା, ପାର୍କିଂ ଜୋନ୍‌, ଜଳ ନିଷ୍କାସନ ବ୍ୟବସ୍ଥାକୁ ପ୍ରାଧ୍ୟାନ୍ୟ ଦେବାକୁ ବୈଠକରେ କୁହାଯାଇଥିଲା । ଅନ୍ୟପକ୍ଷରେ ପ୍ରଶାସନର ସରକାରୀ ଜମିରୁ ଜବର ଦଖଲ ଉଚ୍ଛେଦ ଅଭିଯାନ ପୂର୍ବଭଳି ବଳବତର ରହିବ ବୋଲି ବୈଠକରେ ନିଷ୍ପତି ହୋଇଥିଲା । ସେହିଭଳି ଉଚ୍ଛେଦର ଶିକାର ହୋଇ ଜୀବିକା ହରେଇଥିବା ଛୋଟଛୋଟ ଉଠାଦୋକାନୀମାନଙ୍କ ହୋଇଥିବା ପ୍ରଶାସନର ତାଲିକାକୁ ଭଲ ଭାବେ ଯାଂଚ କରି ପ୍ରକୃତ କ୍ଷତିଗ୍ରସ୍ତଙ୍କୁ ଚିହ୍ନଟ କରି ସଠିକ୍ ତାଲିକା ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ଶ୍ରୀ ରାଉତରାୟ ବୈଠକରେ କହିଥିଲେ । କ୍ଷତିଗ୍ରସ୍ତମାନଙ୍କୁ ପ୍ରଶାସନ ତରଫରୁ ଆର୍ଥିକ ସହାୟତା ଯୋଗାଇବାକୁ ନିଷ୍ପତି ନିଆଯାଇଛି । ସୂଚନାଯୋଗ୍ୟ, ସାଧାରଣ ଲୋକଙ୍କ ଯାତାୟତ ଓ ଜଳ ନିଷ୍କାସନ ଲାଗି ଗତ ଅଗଷ୍ଟ ୧ତାରିଖରୁ ସହରରେ ପୂର୍ବତନ ଜିଲ୍ଳାପାଳଙ୍କ ନିର୍ଦ୍ଦେଶରେ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.