ଭଦ୍ରକ, ୨୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ ବିଭିନ୍ନ ଦେଶ ଯଥା ଉତର କୋରିଆ, ଲେବାନନ୍, ଭିଏତନାମ, ସିରିଆ, ପାଲେଷ୍ଟାଇନ, ଇରାକ, ଇରାନ, ଆଫଗାନିସ୍ଥାନ, ଭେନଜୁଏଲା, କ୍ୟୁବା, ଆଜେଂଟିନା, ବଲିଭିଆ, ପେରୁ, ଚିଲି, ଉରୁଗୁଏ ଆଦି ୩୭ ଟି ଦେଶ ଉପରେ ଯୁକ୍ତରାଷ୍ଟ୍ର ଆମେରିକାର ନିର୍ବାଚିତ ସରକାର ମାନେ ଆକ୍ରମଣ କରି ସାରା ବିଶ୍ୱରେ ଯୁଦ୍ଧ ଅପରାଧୀ ଭାବେ ଆମେରିକାକୁ ପରିଚିତ କରାଇଛନ୍ତି । ନିକଟରେ ଇରାନ ଉପରେ ଆମେରିକା ଆକ୍ରମଣ କରି ଇରାନର ସାମରିକ ଘାଟିକୁ ନଷ୍ଟକରି ଏକ ତୃତୀୟ ବିଶ୍ୱଯୁଦ୍ଧ ଆଡକୁ ବିଶ୍ୱର ବିଭିନ୍ନ ଦେଶକୁ ଆହ୍ୱାନ କରିଛନ୍ତି । ରାଷ୍ଟ୍ରସଂଘର ପରାମର୍ଶ କୁ ଯୁକ୍ତରାଷ୍ଟ୍ର ଆମେରିକା ବେଖାତିର କରିଛି । ଭାରତ ବର୍ଷ ଏକ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର ନେତୃତ୍ୱ ଭାବେ ଭାରତ ସରକାର ଏହି ଯୁଦ୍ଧ କୁ ବିରୋଧ କରିବା, ଇରାନ ଉପରେ ଆମେରିକା ଆକ୍ରମଣ ବଂଦ କରିବା ଓ ରାଷ୍ଟ୍ରସଂଘର ଶକ୍ତି ବୃଦ୍ଧି ଦାବି କରି ସିପିଆଇ(ଏମ) ଭଦ୍ରକ ଜିଲ୍ଲା କମିଟି ପକ୍ଷରୁ ଏକ ବିକ୍ଷୋଭ ଓ ପ୍ରତିବାଦ ସଭା ଭଦ୍ରକ ବନ୍ତ ଛକ ଠାରେ ସିପିଆଇ(ଏମ) ଜିଲ୍ଲା ସଂପାଦକ ମଣ୍ଡଳୀ ସଭ୍ୟ ରାଧାନାଥ ଦାସ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିବାଦ ସଭାରେ ସିପିଆଇ(ଏମ) ଭଦ୍ରକ ଜିଲ୍ଲା ସଂପାଦକ ଦିବ୍ୟସିଂହ ନାୟକ, ଜିଲ୍ଲା ସଂପାଦକ ମଣ୍ଡଳୀ ସଭ୍ୟ ପ୍ରଫୁଲ୍ଲ ପାଢୀ, ବିଷ୍ଣୁ ଦାଶ, ବରିଷ୍ଠ ନେତା ଚନ୍ଦ୍ରଶେଖର ନାୟକ , ଶଶିଭୂଷଣ ପଣ୍ଡା, ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ଗିରିଧାରୀ ନାଥ, କାଳନ୍ଦୀ ପାତ୍ର, ମଳୟ ଭୋଇ,ଜୟନୁଲ ଆବେଦିନ, ସେକ୍ ସନାଉଲ୍ଲା, ସେକ୍ ସତାର, ବୀମା କର୍ମଚାରୀ ନେତା ନବକିଶୋର ବେହେରା ପ୍ରମୁଖ ବକ୍ତବ୍ଯ ପ୍ରଦାନ କରି ଆନ୍ତର୍ଜାତିକ ଯୁଦ୍ଧ ଅପରାଧୀ ଯୁକ୍ତରାଷ୍ଟ୍ର ଆମେରିକା ବିରୁଦ୍ଧରେ ଭାରତ ସରକାର ଖୋଲାଖୋଲି ବାହାରିବାକୁ ନିବେଦନ କରିଥିଲେ ।