ad
ଓଡ଼ିଶା

ଇମ୍ଫୋସିଟି ନାବାଳିକା ଗଣଦୁଷ୍କର୍ମ ପୀଡିତାକୁ ନ୍ୟାୟ ଦାବିରେ ଭୁବନେଶ୍ୱର ଓ ଖୋର୍ଦ୍ଧା ଜିଲ୍ଳା ଯୁବ କଂଗ୍ରେସ ଭୁବନେଶ୍ୱର ପୋଲିସ କମିଶନରଙ୍କୁ ଭେଟିଲେ

ଭୁବନେଶ୍ୱର ୧୪-୯ (ଓଡ଼ିଆ ପୁଅ) – ଭୁବନେଶ୍ୱରସ୍ଥିତ ଇମ୍ଫୋସିଟି୍ ଅଂଚଳରେ ହୋଇଥିବା ନାବାଳିକା ଗଣଦୁଷ୍କର୍ମ ପୀଡିତାକୁ ନ୍ୟାୟ ଦାବିରେ ଆଜି ଭୁବେନଶ୍ୱର ଜିଲ୍ଲା ଯୁବ କଂଗ୍ରେସ ସଭାପତି ଶ୍ରୀ ରଂଜିତ ପାତ୍ର ଓ ଖୋର୍ଦ୍ଧା ଜିଲ୍ଲା ଯୁବ କଂଗ୍ରେସ ସଭାପତି ଶ୍ରୀ ସ୍ୱାଗତ କରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଭୁବନେଶ୍ୱର ପୋଲିସ ଆଡିସନାଲ କମିଶନରଙ୍କୁ ସାକ୍ଷାତ କରି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। କମିଶନର ଉପସ୍ଥିତ ନଥିବାରୁ ଆଡିସନାଲ କମିଶନର ଶ୍ରୀ ସଂଜୟ ସିଂ ସ୍ମାରକପତ୍ର ଗ୍ରହଣ କରିଥିଲେ। ଏ ପର୍ଯ୍ୟନ୍ତ ପୋଲିସ ଦୁଷ୍କର୍ମକାରୀଙ୍କୁ ଗିରଫ ନକରିବା ଘଟଣାକୁ ଜନସାଧାରଣ ସନ୍ଦେହ ଚକ୍ଷୁରେ ଦେଖୁଛନ୍ତି ବୋଲି ଶ୍ରୀ ପାତ୍ର କହିଛନ୍ତି। ଦୁଷ୍କର୍ମକାରୀମାନେ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମର କର୍ମଚାରୀ ଓ ପୋଲିସ ହୋଇଥିବାରୁ ସେମାନଙ୍କୁ ଗିରଫ କରିବାକୁ ପ୍ରଶାସନ ପଛଘୁଂଚା ଦେଉଛି ବୋଲି ଶ୍ରୀ ପାତ୍ର ଅଭିଯୋଗ କରିଛନ୍ତି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପିର ନେତୃବର୍ଗ କାହିଁକି ନିରବ ରହିଛନ୍ତି ବୋଲି ଶ୍ରୀ ପାତ୍ର ପ୍ରଶ୍ନ କରିଛନ୍ତି। ଏହି ଘଟଣାରେ କମିଶନରେଟ୍ ପୋଲିସ ଚାପରେ ଅଛି ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି। “ମା’କୁ ସମ୍ମାନ”ର ନାରା ଦେଉଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାରେ କିପରି ମା’କୁ ସମ୍ମାନିତ କରୁଛନ୍ତି ତାହା ଏହି ଘଟଣାରୁ ସ୍ପଷ୍ଟ ହୋଇପଡୁଛି। ଅନ୍ୟ ପକ୍ଷରେ ମୁଖ୍ୟମନ୍ତ୍ରୀ ନିଜେ ଗୃହ ବିଭାଗ ଦାୟିତ୍ୱରେ ଅଛନ୍ତି ଏବଂ ଦୋଷୀକୁ ଏପର୍ଯ୍ୟନ୍ତ ଗିରଫ ନକରିବା ଗୃହ ବିଭାଗର ବିଫଳତା ନୁହେଁ କି। ଦୁଷ୍କର୍ମ ଘଟଣା ପ୍ରକାଶ କଲେ ପୀଡିତାକୁ ଜୀବନରୁ ମାରିଦେବା ପାଇଁ ଦୁଷ୍କର୍ମକାରୀମାନେ ଧମକ ଦେଇଥିଲେ। ଏଣୁ ପୀଡିତା, ତା’ର ମା’ ଏବଂ ପରିବାରବର୍ଗଙ୍କ ଜୀବନ ବିପଦ ଭିତରେ ରହିଛି। ସରକାର ସେମାନଙ୍କୁ ତୁରନ୍ତ ସୁରକ୍ଷା ଯୋଗାଇ ଦେବାକୁ ଯୁବ କଂଗ୍ରେସ ଦାବି କରୁଛି। ଅନ୍ୟପକ୍ଷରେ ପୀଡିତା ଜଣେ ଛାତ୍ରୀ ହୋଇଥିବାରୁ ସେ କିପରି ଭବିଷ୍ୟତରେ ତା’ର ପାଠପଢା ଚାଲୁ ରଖିପାରିବ ସେ ଦିଗରେ ମଧ୍ୟ ସରକାର ପଦକ୍ଷେପ ଗ୍ରହଣ କରନ୍ତୁ। ତୁରନ୍ତ ଦୋଷୀକୁ ଗିରଫ କରି ଦୃଷ୍ଟାନ୍ତମୂଳକ ଦଣ୍ଡ ବିଧାନ କରିବା ଏବଂ ପୀଡିତାକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଯୁବ କଂଗ୍ରେସ ଦାବି କରିଛି।

ଏଥିରେ ପ୍ରଭାବଶାଳୀ ବ୍ୟକ୍ତିଙ୍କର ହସ୍ତକ୍ଷେପ ରହିଥିବାରୁ ଅପରାଧିମାନେ ଧରାପଡୁନାହାନ୍ତି ବୋଲି ଯୁବ କଂଗ୍ରେସ ପକ୍ଷରୁ କୁହାଯାଇଛି। ବିଶେଷକରି ବିଜେଡି ଶାସନରେ ଗଣଦୁଷ୍କର୍ମ ପୀଡିତାଙ୍କୁ ନ୍ୟାୟ ମିଳେନାହିଁ। ଆଜି ମଧ୍ୟ ପିପିଲିର ବେବିନା, ଟିକିରି ଶିକ୍ଷୟତ୍ରୀ ଇତିଶ୍ରୀ, ମାଧବିଲତା, କୁନ୍ଦୁଲି ପୀଡିତା, ଧର୍ମଶାଳାର ସ୍ମିତାରାଣୀଙ୍କୁ ନ୍ୟାୟ ମିଳିନାହିଁ। ଉଭୟ ବିଜେଡି ଓ ବିଜେପି ରାଜ୍ୟର ନାରୀ ସୁରକ୍ଷା ଦିଗରେ କେତେ ସଚେତନ ତାହା ଇମ୍ଫୋସିଟି ଗଣଦୁଷ୍କର୍ମ ଘଟଣାରେ ସେମାନଙ୍କର ନିରବତାରୁ ପ୍ରତୀୟମାନ ହେଉଛି। ଏଣୁ ଇମ୍ପୋସିଟି ଗଣଦୁଷ୍କର୍ମ ପୀଡିତାକୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଯୁବ କଂଗ୍ରେସ ସଂଗ୍ରାମ ଜାରି ରଖିବ।

ଏହି କାର୍ଯ୍ୟକ୍ରମରେ ଯୁବ କଂଗ୍ରେସ ମୁଖପାତ୍ର ସର୍ବଶ୍ରୀ ଅଜୟ କୁମାର ସାହୁ, ନଳିନୀକାନ୍ତ ନାୟକ, ନିହାର ରଂଜନ ବେହେରା, ସଂକୁନା କହଁର, ଆଶୁତୋଷ ଲେଙ୍କା, ସୁରଜ ରାଉତ, ଗୌତମ ଦାସ, ପିୟୁସ ଜେନା, ରିତୁଲ ମହାରଣା ଓ ସାଗର ପଟ୍ଟନାୟକ ପ୍ରମୁଖ ବହୁ ଯୁବ କଂଗ୍ରେସ କର୍ମୀ ଅଂଶଗ୍ରହଣ କରିଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top