Home ଜିଲ୍ଲା ପରିକ୍ରମା ଇଣ୍ଡିଗୋ ପିଟିଲା ଅଟୋକୁ, ୯ ଆହତ, ୨ ଗୁରୁତର

ଇଣ୍ଡିଗୋ ପିଟିଲା ଅଟୋକୁ, ୯ ଆହତ, ୨ ଗୁରୁତର

9

ଭଦ୍ରକ, ୩୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ-ଚାନ୍ଦବାଲି ରାସ୍ତାର କମାରିଆ ପଣ୍ଡାପୋଖରୀ ଛକ ନିକଟରେ ମଙ୍ଗଳବାର ଦିନ ୨ଟା ସମୟରେ ଏକ ଇଣ୍ଡିଗୋ କାର୍ ଅଟୋକୁ ପିଟିବା ଫଳରେ ଅଟୋ ଓ କାର୍‌ରେ ବସିଥିବା ୧୧ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ପ୍ରକାଶ ଯେ, ଦିନ ୨ଟା ସମୟରେ ଏକ ଅଟୋ ନଂ ଓଡି୨୨-ଜି-୮୯୨୩କମାରିଆ ବଜାରୁ ଯାତ୍ରୀ ନେଇ ସିନ୍ଦୋଳ ପଂଚାୟତ ଅଧୀନ ନୂଆସାହି ଗ୍ରାମକୁ ଯାଉଥିଲା। ଏହି ସମୟରେ ପଣ୍ଡାପୋଖରୀ ଛକ ନିକଟରେ ଅଟୋଟି ରାସ୍ତା ପାରି ହେଉଥିବା ବେଳେ ଚାନ୍ଦବାଲିରୁ ଭଦ୍ରକ ଅଭିମୁଖେ ଯାଉଥିବା ଇଣ୍ଡିଗୋ ନଂ ଓଡି-ସିଜି-୮୦୮୧ ଅଟୋକୁ ପିଟିଥିଲା। ଫଳରେ ଅଟୋଟି ୩ ଥର ଓଲଟି ରାସ୍ତାକଡ଼ରେ ପଡ଼ିଥିଲା। ଫଳରେ ଅଟୋରେ ଯାଉଥିବା ଚାନ୍ଦବାଲି ଥାନା ଘଟପୁର ପଂଚାୟତ ଅଧୀନ ହେଙ୍ଗୁପତି ମହାନ୍ତିସାହି ଗ୍ରାମର ପାର୍ବତୀ ଦାସ (୩୫), ନୂଆସାହି ଗ୍ରାମ ଜୟରାମ ମଳିକ (୩୬), ଉମାକାନ୍ତ ଦାସ (୨୬), ସବିତା ମଳିକ (୩୫), ଜ୍ୟୋତ୍ସ୍ନା ମଳିକ (୧୨), ସୂର୍ଯ୍ୟ ମଳିକ (୪), ଗୋପବନ୍ଧୁ ଦାସ (୫୭), ଝରଣା ମଳିକ (୪୫), ସାହାପୁର ପଂଚାୟତ ଅଧୀନ କଣ୍ଡରଗଢ଼ିଆ ନୂଆଗାଁ ଗ୍ରାମର ଅହଲ୍ୟା ମଳିକ (୩୨) ଓ ଇଣ୍ଡିଗୋରେ ଥିବା ବାଂଶଡ଼ା ଥାନା ଅଧୀନ ନନ୍ଦିସାହି ଗ୍ରାମର ଶିବୁ ପରମାଣିକ, ଭଣ୍ଡାରିପୋଖରୀ ଥାନା ଅଧୀନ ବାରିକପୁର ନଗୁଆ ଡଗରପଡ଼ା ଗ୍ରାମର ଶ୍ୱାତି ଶୁଭରେଖା ମହାନ୍ତି (୩୩) ଆହତ ହୋଇଥିବା ଜଣା ପଡ଼ିଛି। ଖବର ପାଇ ସରପଂଚଞ୍ଚ ସୁପ୍ରଭା ପାଣି ତତକ୍ଷଣାତ୍ ଘଟଣା ସ୍ଥଳରେ ପହଂଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ମାନଙ୍କୁ ଚିକିତ୍ସା ପାଇଁ ନିଜ ଗାଡ଼ି ଓ ଆମ୍ଭୁଲାନ୍ସ ଯୋଗେ ତିହିଡ଼ି ଡାକ୍ତରଖାନାକୁ ପଠାଇଥିଲେ। ସେହିପରି ତିହିଡ଼ି ଡ୍ରାଇଭର ମହାସଂଘର କର୍ମକର୍ତାମାନେ ଘଟଣା ସ୍ଥଳରେ ପହଂଚି ଆହତ ମାନଙ୍କୁ ଚିକିତ୍ସା ପାଇଁ ପଠାଇବାରେ ସହଯୋଗ କରିଥିଲେ। ସେଠାରେ ଆହତ ମାନଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇ ଭଦ୍ରକ ପଠାଇ ଦିଆଯାଇଥିଲା। ଆହତଙ୍କ ମଧ୍ୟରୁ ପାର୍ବତୀ ଦାସ ଓ ଜୟରାମ ମଳିକ ଗୁରୁତର ଆହତ ହୋଇଥିବାରୁ ଭଦ୍ରକରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଏ ସମ୍ପର୍କରେ ପୀରହାଟ ପୁଲିସ ଏକ ମକଦ୍ଦମା ରୁଜୁ କରି ଦୁର୍ଘଟଣାଗ୍ରସ୍ତ ୨ଟି ଗାଡ଼ିକୁ ଜବତ କରିବା ସହିତ ଇଣ୍ଡିଗୋ ଡ୍ରାଇଭରକୁ ଗିରଫ କରିଥିବା ଜଣା ପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.