Home ଜିଲ୍ଲା ପରିକ୍ରମା ଇଜିମାଲି ଜମି ରେଜେଷ୍ଟ୍ରିକୁ ମୌଖିକ ମନା, ହନ୍ତସନ୍ତ ଭଦ୍ରକବାସୀ, ଆଇଜିଆର୍‌ଙ୍କୁ ଅଭିଯୋଗ

ଇଜିମାଲି ଜମି ରେଜେଷ୍ଟ୍ରିକୁ ମୌଖିକ ମନା, ହନ୍ତସନ୍ତ ଭଦ୍ରକବାସୀ, ଆଇଜିଆର୍‌ଙ୍କୁ ଅଭିଯୋଗ

60

ଭଦ୍ରକ, ୨୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ହାଇକୋର୍ଟରେ ଆଗତ ଡବ୍ଲୁପିସି ମୋକଦ୍ଦମା ନଂ ୨୪୯୭୨/୨୦୧୪ର ଆଦେଶ ମୂଳେ ଇନିସ୍ପେକ୍ଟର ଜେନେରାଲ ଅଫ ରେଜିଷ୍ଟ୍ରସନଙ୍କ ଚିଠି ସଂଖ୍ୟା ୨୧୭୦, ତା୯ା୬ା୨୦୧୭ରିଖ ଅନୁଯାୟୀ ଓଡ଼ିଶାର ସମସ୍ତ ଜିଲ୍ଲା ସବ୍ ରେଜିଷ୍ଟ୍ରାର, ସବ୍ ରେଜିଷ୍ଟ୍ରାରମାନଙ୍କୁ ଇିଜିମାଲି ଜମିରୁ ଜଣେ ଅଂଶୀଦର ଅଜ୍ୟ ଜଣଙ୍କୁ ଜମି ହସ୍ତାନ୍ତର କରି ପାରୁଥିଲେ। ଏହି ଆଦେଶ ଅନୁଯାୟୀ ଭଦ୍ରକ ଜିଲ୍ଳାରେ ମଧ୍ୟ ଇଜିମାଲି ଜମି ହସ୍ତାନ୍ତର ହେଉଥିଲା। ମାତ ଗତ ୨୪ ତାରିଖ ଠାରୁ ଭଦ୍ରକ ଜିଲ୍ଳାର ୮ଗୋଟି ସବ୍ ରେଜିଷ୍ଟ୍ରାରଙ୍କ ନିକଟରେ ଇଜିମାଲି ଜମି ହସ୍ତାନର ବନ୍ଦ ରହିଛି। ଫଳରେ ଜଣେ ଅଂଶୀଦାର ତା’ର ଇଜିମାଲି ସମ୍ପତ୍ତିରୁ ତା ଅଂଶକୁ ବିକ୍ରୟ କରି ପାରୁ ନାହିଁ। ସବ୍ ରେଜିଷ୍ଟ୍ରାରମାନେ ମୌଖିକ ଭାବେ ମନା କରୁଥିବା ବେଳେ କୌଣସି ଲିଖିତ ଦଲିଲ ଗ୍ରହଣ କରୁ ନାହାନ୍ତି। ପଚାରିଲେ ଏଡିଏମ୍ (ରାଜସ୍ୱ) ମନା କରିଛନ୍ତି ବୋଲି ଉତ୍ତର ଦେଉଛନ୍ତି। ଯାହା ପାଇଁ ଶହଶହ ସଂଖ୍ୟାରେ ଇଜିମାଲି ଜମି ଅଂଶୀଦାର ସେମାନଙ୍କ ଅଂଶ ବିକ୍ରୟ କରି ନପାରି ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହା ଦ୍ୱାରା ସରକାରଙ୍କ ରାଜସ୍ୱ ମଧ୍ୟ କ୍ଷତି ଘଟୁଛି। ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଭଦ୍ରକରେ ଏଭଳି ଆଦେଶକୁ କାର୍ଯ୍ୟକାରୀ କର ନଯିବା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ଭଦ୍ରକରେ ଉକ୍ତ ଆଦେଶ ପୂର୍ବବତ୍ କାର୍ଯ୍ୟକାରୀ କରିବାକୁ ଦାବି କରି ଅଶୋକ କୁମାର ମହାନ୍ତି, ସୁରେଶ ମହାନ୍ତି, ଉମାକାନ୍ତ ସାହୁ, ଅଜୟାନନ୍ଦ ମହାପାତ୍ର, ଅଶୋକ କୁମାର ସାହୁ, କୈଳାସ ରାଉତ, ପ୍ରଶାନ୍ତ ନାୟକ, ମନୋରଂଜନ ନାଥ, ମହେନ୍ଦ୍ର ଦାସ ପ୍ରମୁଖ ଆଇଜିଆର (ଇନିସ୍ପେକ୍ଟର ଜେନେରାଏ ଅଫ୍ ରେଜିଷ୍ଟ୍ରେସନ), କଟକଙ୍କ ସମେତ ରାଜ୍ୟ ରାଜସ୍ୱ ସଚିବ, ମୁଖ୍ୟ ଶାସନ ସଚିବ ପ୍ରମୁଖଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ତୁରନ୍ତ ଏହାର ମାଧାନ ନହେଲେ ଆନ୍ଦୋନ କରାଯିବ ବୋଲି ଅଭିଯୋଗକାରୀମାନେ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.