Home Top News ଇଂଲଣ୍ଡ ବନାମ ଭାରତ : ଭାରତ ଇଂଲଣ୍ଡକୁ ଦେଲା ୩୩୦ ରନ୍‌ର‌ ବିଜୟ ଲକ୍ଷ, ଭାରତ...

ଇଂଲଣ୍ଡ ବନାମ ଭାରତ : ଭାରତ ଇଂଲଣ୍ଡକୁ ଦେଲା ୩୩୦ ରନ୍‌ର‌ ବିଜୟ ଲକ୍ଷ, ଭାରତ ୪୮.୨ ଓଭରରେ ଅଲ୍‌ ଆଉଟ୍‌

119

ନୂଆ ଦିଲ୍ଲୀ ୨୮-୩ (ଓଡ଼ିଆ ପୁଅ) ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜର ଅନ୍ତିମ ମ୍ୟାଚ୍ ଆଜି ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ୍ ଉଭୟ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଆଜି କେଉଁ ଦଳ ଜିତିବ, ସିରିଜରେ ବିଜୟୀ ସେହି ଦଳ ହେବ।

ଭାରତୀୟ ଦଳରେ ପରିବର୍ତ୍ତନ ହୋଇଛି। ଆଜି ସ୍ପିନର କୁଲଦୀପ ଯାଦବଙ୍କ ସ୍ଥାନରେ ଟି ନଟରାଜନଙ୍କୁ ସୁଯୋଗ ମିଳିଛି। ଏଥି ସହିତ ଇଂଲଣ୍ଡ ମଧ୍ୟ ନିଜ ଦଳରେ ପରିବର୍ତ୍ତନ ଆଣିଛି। ମାର୍କ ଉଡ୍, ଟମ କୁରାନଙ୍କ ସ୍ଥାନରେ ଦଳକୁ ଫେରିଛନ୍ତି।

ଇଂଲଣ୍ଡ ଟସ୍ ଜିତି ପ୍ରଥମେ ଭାରରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଆଜି ପ୍ରଥମେ ରୋହିତ ଶର୍ମା ଏବଂ ଶିଖର ଧାୱନ ଓପନିଂ କରିବାକୁ ଆସିଥିଲେ। ରୋହିତ ଶର୍ମା କେବଳ ୩୭ଟି ବଲ୍‌ ଖେଳି ୩୭ ରନ୍‌ କରି ଆଦିଲ୍‌ ରସିଦ୍‌ଙ୍କ ବଲ୍‌ରେ ଆଉଟ୍‌ ହୋଇଯାଇଥିଲେ। ଏହା ପରେ ଶିଖର ଧାୱନ ୫୬ଟି ବଲ୍‌ ଖେଳି ୬୭ ରନ୍‌ କରିଥିଲେ। ଏଥିରେ ସେ ୧୦ଟି ଚୌକା ମାରିଛନ୍ତି। ଏହା ପରେ ଅଧିନାୟକ ବିରାଟ କୋହଲି ଆସ କେବଳ ୧୦ଟି ବଲ୍‌ ଖେଳି ୭ ରନ୍‌ରେ ଆଉଟ୍‌ ହୋଇଯାଇଥିଲେ। ଏହା ପରେ କେଏଲ୍‌ ରାହୁଲ ମଧ୍ୟ କେବଳ ୧୮ଟି ବଲ୍‌ ଖେଳି ୭ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ। ଭାରତୀୟ ବ୍ୟାଟ୍ସମ୍ୟାନ ଖେଳିପାରିଲେନି ସମ୍ପୂର୍ଣ୍ଣ ୫୦ ଓଭର। କେବଳ ଭାରତ ୪୮.୨ ଓଭରରେ ଅଲ୍‌ ଆଉଟ୍‌ ହୋଇ ଭାରତ କରିଛି ୩୨୯ ରନ୍‌। ତେବେ ଋଷଭ ପନ୍ତ ଏବଂ ହାର୍ଦ୍ଦିକପାଣ୍ୟା ତାଙ୍କର ଅର୍ଦ୍ଧଶତକ ମାରିଛନ୍ତି।

ଭାରତ ଏକାଦଶ :
ରୋହିତ ଶର୍ମା (ଉପ ଅଧିନାୟକ), ଶିଖର ଧାୱନ, ବିରାଟ କୋହଲି (ଅଧିନାୟକ), କେ.ଏଲ୍ ରାହୁଲ, ଋଷଭ ପନ୍ତ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, କୃଣାଳ ପାଣ୍ଡ୍ୟା, ଶାର୍ଦ୍ଦୁଲ ଠାକୁର, ଭୁବନେଶ୍ୱର କୁମାର, ଟି. ନଟରାଜନ୍, ପ୍ରସିଦ୍ଧ କୃଷ୍ଣ।
ଇଂଲଣ୍ଡ:
ଜେସନ ରୟ, ଜନି ବେୟାରଷ୍ଟୋ, ବେନ ଷ୍ଟୋକ୍ସ, ମଲାନ୍‌, ଜୋସ୍ ବଟଲର (ଅଧିନାୟକ), ମୋଏନ୍ ଅଲି, ସାମ୍ କୁରାନ୍, ଲିଆମ୍ ଲିଭିଙ୍ଗଷ୍ଟୋନ୍, ଆଦିଲ ରସିଦ, ମାର୍କ ଉଡ୍, ରିସ ଟୋପଲି।
ସ୍କୋର କାର୍ଡ଼
ଇଣ୍ଡିଆ ଇନିଂସ

ଇଣ୍ଡିଆ ବ୍ୟାଟିଂ

ରନ୍‌ରେଟ୍ ୬.୮୦

ବ୍ୟାଟ୍ସମ୍ୟାନ୍ ରନ୍‌ ବଲ୍ SR ଚୌକା ଛକ୍କା ୱିକେଟ୍

ରୋହିତ ଶର୍ମା ବି ଆଦିଲ ରସିଦ ୩୭ ୩୭ ୧୦୦.୦୦ ୬ ୦

ଶିଖର ଧାୱନ c & b ଆଦିଲ ରସିଦ ୬୭ ୫୬ ୧୧୯.୬୪ ୧୦ ୦

ବିରାଟ କୋହଲି (CPT) ବି ମୋଏନ୍ ଅଲି ୭ ୧୦ ୭୦.୦୦ ୧ ୦

ଋଷଭ ପନ୍ତ (WKT) c ଜୋସ୍ ବଟଲର୍ b ସାମ କୁରାନ୍ ୭୮ ୬୨ ୧୨୫.୮୦ ୫ ୪

କେ.ଏଲ୍ ରାହୁଲ ସି ମୋଏନ୍ ଅଲି ବି ଲିଆମ୍ ଲିଭିଙ୍ଗଷ୍ଟୋନ୍ ୭ ୧୮ ୩୮.୮୮ ୦ ୦

ହାର୍ଦ୍ଦିକ ପାଣ୍ଡ୍ୟା ବି ବେନ୍ ଷ୍ଟୋକ୍ସ ୬୪ ୪୪ ୧୪୫.୪୫ ୫ ୪

କ୍ରୁନାଲ ପାଣ୍ଡ୍ୟା c ଜାସନ୍ ରୟ b ମାର୍କ କାଠ ୨୫ ୩୪ ୭୩.୫୨ ୦ ୦

ଶାର୍ଦ୍ଦୁଲ ଠାକୁର c ଜୋସ୍ ବଟଲର୍ b ମାର୍କ କାଠ ୩୦ ୨୧ ୧୪୨.୮୫ ୧ ୩

ଭୁବନେଶ୍ୱର କୁମାର c ସାମ୍ କୁରାନ୍ b Reece Topley ୩ ୫ ୬୦.୦୦ ୦ ୦

ପ୍ରସିଦ୍ଧ କୃଷ୍ଣ b ମାର୍କ କାଠ ୦ ୩ ୦.୦୦ ୦ ୦

ଟି ନଟରାଜନ ୦ ୦ ୦.୦୦ ୦ ୦ ଆଉଟ୍‌ ନୁହେଁ

EXTRAS (w ୧୦,b ୧) ୧୧

ମୋଟ (୧୦ ୱିକେଟ୍, ୪୮.୨ ଓଭର) ୩୨୯

ୱିକେଟ୍ ପତନ

୧-୧୦୩, (ରୋହିତ ଶର୍ମା, ୧୪.୪) ୨-୧୧୭, (ଶିଖର ଧାୱନ, ୧୬.୪) ୩-୧୨୧, (ବିରାଟ କୋହଲି, ୧୭.୪) ୪-୧୫୭, (କେ.ଏଲ୍ ରାହୁଲ, ୨୪.୨) ୫-୨୫୬, (ଋଷଭ ପନ୍ତ, ୩୫.୬) ୬-୨୭୬, (ହାର୍ଦ୍ଦିକ ପାଣ୍ଡ୍ୟା, ୩୮.୬) ୭-୩୨୧, (ଶାର୍ଦ୍ଦୁଲ ଠାକୁର, ୪୫.୬) ୮-୩୨୮, (କ୍ରୁନାଲ ପାଣ୍ଡ୍ୟା, ୪୭.୨) ୯-୩୨୯, (ପ୍ରସିଦ୍ଧ କୃଷ୍ଣ, ୪୭.୬) ୧୦-୩୨୯,

ଇଂଲଣ୍ଡ ବୋଲିଂ

ବୋଲର୍ସ ଓଭର ରନ୍‌ ୱିକେଟ୍ ଇକୋନୋମି ଡଟ୍ ମେଡେନ୍ସ

ସାମ୍ କୁରାନ୍ ୫ ୪୩ ୧ ୮.୬୦ ୧୩ ୦

ରିସ୍ ଟୋପଲି ୯.୨ ୬୬ ୧ ୭.୦୭ ୨୫ ୦

ମାର୍କ ଉଡ୍‌ ୭ ୩୪ ୩ ୪.୮୫ ୨୫ ୧

ବେନ୍ ଷ୍ଟୋକ୍ସ ୭ ୪୫ ୧ ୬.୪୨ ୧୫ ୦

ଆଦିଲ ରସିଦ ୧୦ ୮୧ ୨ ୮.୧୦ ୨୧ ୦

ମୋଏନ୍ ଅଲି ୭ ୩୯ ୧ ୫.୫୭ ୧୮ ୦

ଲିଆମ୍ ଲିଭିଙ୍ଗଷ୍ଟୋନ୍ ୩ ୨୦ ୧ ୬.୬୬ ୧୦ ୦

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.