Home କେନ୍ଦ୍ରାପଡ଼ା ଆସନ୍ତା ୧୮ରେ କେନ୍ଦ୍ରାପଡ଼ା ଶିବାନନ୍ଦ ଆଶ୍ରମରେ ଜିଲ୍ଲା ସ୍ତରୀୟ ଯୋଗ ଶିବିର

ଆସନ୍ତା ୧୮ରେ କେନ୍ଦ୍ରାପଡ଼ା ଶିବାନନ୍ଦ ଆଶ୍ରମରେ ଜିଲ୍ଲା ସ୍ତରୀୟ ଯୋଗ ଶିବିର

18

କେନ୍ଦ୍ରାପଡା, ୧୨ା୯ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଆସନ୍ତା ୧୮ତାରିଖ ରବିବାର ସକାଳ ୮ଟାରେ କେନ୍ଦ୍ରାପଡାର ଗରାପୁରସ୍ଥିତ ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମରେ ଶ୍ରୀ ଶ୍ରୀ ଗୁରୁଦେବ ଚିଦାନନ୍ଦ ସରସ୍ୱତୀଙ୍କ ଜୟନ୍ତୀ ପାଳନ ଅବସରରେ ଏକ ଦିବସୀୟ ଜିଲ୍ଲା ସ୍ତରୀୟ ଯୋଗ ଶିବିର ଅନୁଷ୍ଠିତ ହେବ। ଏହି ଯୋଗ ଶିବିର ଯୋଗଗୁରୁ ସଞ୍ଜୟ କୁମାର ମଥାନଙ୍କ ଦ୍ୱାରା ପରିଚାଳିତ ହେବ ଏବଂ ଏଥିରେ ରାଜ୍ୟ ତଥା ଜାତୀୟ ପ୍ରତିଯୋଗୀତା ପାଇଁ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଶିବିରରେ ପଦପଶ୍ଚମୋଉତ୍ତାସନ, ଚକ୍ରାସନ, ଶିର୍ଷାସନ ସମେତ ୫ଟି ଆସନ ସମ୍ପର୍କରେ ୮ରୁ ୧୧ବର୍ଷର ବାଳକ/ବାଳିକା, ୧୧ରୁ ୧୪ବର୍ଷର ବାଳକ/ବାଳିକା ଏବଂ ୧୪ରୁ ୧୮ବର୍ଷର ବାଳକ/ବାଳିକାମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ। ପ୍ରତି ବିଭାଗରୁ ୫ଜଣ ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବା ସହ ସମସ୍ତ ଶିବିରାର୍ଥୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯିବ ବୋଲି ଶିବାନନ୍ଦ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ଠାରୁ ସୂଚନା ମିଳିଛି। ଆସନ୍ତା ୧୫ତାରିଖ ସୁଦ୍ଧା ମୋବାଇଲ ନମ୍ବର ୯୪୩୭୮୩୫୨୧୫, ୬୩୭୨୬୫୯୩୦, ୭୦୦୮୮୧୫୯୨୯ ଯୋଗେ ନାମ ପଞ୍ଜିକରଣ କରାଯିବାକୁ ନିବେଦନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.