Home କେନ୍ଦ୍ରାପଡ଼ା ଆଶିଷ ସେନାପତିଙ୍କ “ମହାତ୍ମାଗାନ୍ଧୀ ଫେରିଆସିଲେ” ପୁସ୍ତକ ଉନ୍ମୋଚିତ

ଆଶିଷ ସେନାପତିଙ୍କ “ମହାତ୍ମାଗାନ୍ଧୀ ଫେରିଆସିଲେ” ପୁସ୍ତକ ଉନ୍ମୋଚିତ

120

କେନ୍ଦ୍ରାପଡା, ୨ା୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ମହାତ୍ମାଗାନ୍ଧୀଙ୍କ ଜୟନ୍ତୀ ଅବସରରେ ସ୍ଥାନୀୟ ପବ୍ଲିକ ରିଡିଂ ରୁମ୍ ପରିସରରେ ଶୁକ୍ରବାର ସାମ୍ବାଦିକ ଆଶିଷ ସେନାପତିଙ୍କ ଦ୍ୱାରା ରଚିତ ପୁସ୍ତକ “ମହାତ୍ମାଗାନ୍ଧୀ ଫେରିଆସିଲେ” ଉନ୍ମୋଚିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ଜିଲ୍ଲା ଓକିଲ ସଂଘ ସଭାପତି ସରୋଜ ରାଜ ସିଂ, ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ଡଃ ବାସୁଦେବ ଦାସ, କବୟତ୍ରୀ ଅବନ୍ତୀ ବେହେରା ଓ ପୁସ୍ତକ ରଚନା କରିଥିବା ସାମ୍ବାଦିକ ଆଶିଷ ସେନାପତି ପ୍ରମୁଖ ଯୋଗଦେଇ ମହାତ୍ମାଗାନ୍ଧୀ ଫେରିଆସିଲେ ପୁସ୍ତକକୁ ଉନ୍ମୋଚନ କରିଥିଲେ। ଆଜି ଯେତେ ବେଳେ ଦେଶରେ ଗାନ୍ଧୀବାଦ ଓ ମାନବବାଦ ଧ୍ୱଂସ ହେବାକୁ ଯାଉଛି ସେତେବେଳେ ଯେଉଁ କିଛି ବ୍ୟକ୍ତି ଏହି ନୀତି ଉପରେ ଜୀବନ ବ୍ୟାପି କାର୍ଯ୍ୟ କରି ସଂସାରରୁ ବିଦାୟ ନେଇଛନ୍ତି ଏବଂ କାର୍ଯ୍ୟ କରୁଛନ୍ତି ସେହିମାନଙ୍କ ଉଦ୍ଦେଶ୍ୟରେ ଏହି ପୁସ୍ତକ ରଚନା କରାଯାଇଛି ବୋଲି ଲେଖକ ଶ୍ରୀ ସେନାପତି ମତବ୍ୟକ୍ତ କରିଥିଲେ। ସାହିତ୍ୟିକ ଡଃ ଦାସ କହିଥିଲେ ଯେ ଆଶିଷ ସେନାପତିଙ୍କ ଦ୍ୱାରା ରଚିତ “ମହାତ୍ମାଗାନ୍ଧୀ ଫେରି ଆସିଲେ” ପୁସ୍ତକରେ ମହାମ୍‌ôାଗାନ୍ଧୀ, କସ୍ତୁରବା, ଗାନ୍ଧୀଙ୍କ ବ୍ୟକ୍ତିଗତ ସହାୟକ ମହାଦେବ ଦେଶାଇ ଓ ପୁତ୍ର ନାରାୟଣ ଦେଶାଇ ସ୍ୱର୍ଗରୁ ମିଳିତଭାବେ ଆଶି ଭାରତର ବିଭିନ୍ନ ସ୍ମୃତି ବିଜଡିତ ସ୍ଥାନ ପରିଦର୍ଶନ କରିଛନ୍ତି। ସେମାନେ ଦେଶାର ସମାଜ ବ୍ୟବସ୍ଥା, ରାଜନୀତି ଓ ପ୍ରଶାସନିକସ୍ଥିତି ସ୍ୱଚକ୍ଷୁରେ ଦେଖି ମର୍ମାହତ ହୋଇଛନ୍ତି। ଦେଶର ଦୁର୍ନିତୀ- ଅନୀତି ବଢିଚାଲିଥିବା ଓ ଗାନ୍ଧୀବାଦର କରୁଣ ସ୍ଥିତି ଦେଖି ଦୁଃଖରେ ଭାଙ୍ଗିପଡିଛନ୍ତି। ଲେଖର ଶ୍ରୀ ସେନାପତି ପୂର୍ବରୁ ପୁରସ୍କାର ଓ ପାନବରଜ ଭଳି ବାସ୍ତବ ଧର୍ମୀ ଦୁଇଟି ପୁସ୍ତକ ଲେଖି ପ୍ରସଂଶିତ ହୋଇଛନ୍ତି। ତୃତୀୟ ପୁସ୍ତକଭାବେ ମହାତ୍ମାଗାନ୍ଧୀ ଫେରିଆସିଲେ ଏକ ସ୍ୱତନ୍ତ୍ର ଚେତନା ଧର୍ମୀ ଓ ଐତିହାସିକ ପୃଷ୍ଠଭୂମୀ ଉପରେ ପର୍ଯ୍ୟବେସିତ ପୁସ୍ତକ ଅଟେ। ଲେଖକ ଶ୍ରୀ ସେନାପତି ନିଜ ଅଭିମତରେ ଏହି ପୁସ୍ତକରେ ଗାନ୍ଧିଜୀ ୧୯୧୫-୧୯୪୮ ମଧ୍ୟରେ ଦେଶର ଯେଉଁ ଯେଉଁ ସ୍ଥାନ ବୁଲି ଜନତାଙ୍କୁ ସମ୍ବର୍ଦ୍ଧନ ଅର୍ତବା ଆନ୍ଦୋଳନର ନେତୃତ୍ୱ ନେଇଥିବା ସେହି ସବୁ ସ୍ଥାନବୁଲି ମନସ୍ତାପ କରିଛନ୍ତି ବୋଲି ଉଲ୍ଲେଖ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଐତିହାସିକ ନିରଞ୍ଜନ ମେକାପ, ଜିଲ୍ଲା ବାର ଆସୋସିଏସନ ସଭାପତି ଶ୍ରୀ ସିଂ ଗାଳ୍ପିକା ଶ୍ରୀମତି ବେହେରା ନିଜ ନିଜର ଅଭିମତ ରଖିଥିବା ବେଳେ ସମାଜସେବୀ ଅମରବର ବିଶ୍ୱାଳ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ପୁସ୍ତକଟି କେନ୍ଦ୍ରାପଡାର ବଳଦେବ ପ୍ରେସ୍‌ରେ ପ୍ରକାଶିତ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.