Home ଜିଲ୍ଲା ପରିକ୍ରମା ଆର୍‌.ଆଇ. ପରୀକ୍ଷା ପରିଚାଳନା ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଆର୍‌.ଆଇ. ପରୀକ୍ଷା ପରିଚାଳନା ପ୍ରସ୍ତୁତି ବୈଠକ ଅନୁଷ୍ଠିତ

113

ଯାଜପୁର୨୫ା୮(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଆସନ୍ତା ୨୯ ତାରିଖରେ ରାଜସ୍ୱ ନିରୀକ୍ଷକ ବା ଆର୍‌.ଆଇ. ପରୀକ୍ଷା ଅନୁଷ୍ଠିତ ହେବ। ଏହି ପରୀକ୍ଷାରେ ଯାଜପୁର ଜିଲ୍ଲାର ୩୬ ଗୋଟି କେନ୍ଦ୍ରରେ ୯୭୧୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଏହାକୁ ସୁ ନିୟନ୍ତ୍ରିତ ଭାବେ ପରିଚାଳନା କରିବାକୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଚକ୍ରୱର୍ତ୍ତୀ ସିଂ ରାଠୋର ପରୀକ୍ଷା କୋଭିଡ ସମୟରେ ହେଊଥିବାରୁ ଦାୟିତ୍ୱରେ ଥିବା ଅଧିକାରୀ କେନ୍ଦ୍ର ସୁପରିନ୍‌ଟେଣ୍ଡେଣ୍ଟ ଇନ୍‌ଭିଜିଲେଟର ଓ ପରୀକ୍ଷାର୍ଥୀ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। କୋଭିଡ ନିୟମକୁ ମାନି ପରୀକ୍ଷା ପରିଚାଳନା କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ବିଶେଷ କରି ମାସ୍କ, ସାନିଟାଇଜର, ସାମାଜିକ ଦୂରତା ଗୁଡିକୁ କଡାକଡି ପାଳନ କରିବାକୁ ସେ ପରାମର୍ଶ ଦେଇଥିଲେ। ପରୀକ୍ଷାର୍ଥୀଙ୍କ ନିର୍ଦ୍ଧାରିତ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ଠାରୁ ପରୀକ୍ଷା ଦେଇ ପେଂରିବା ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥାକୁ ପୁଙ୍ଖାନୁପୁଙ୍ଖ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ, ଡେପୁଟୀ କଲେକ୍ଟର କାଜଲ ପ୍ରଧାନ, ସହାୟକ ଜିଲ୍ଲାପାଳ ତିଳୋତ୍ତମା ପୃଷ୍ଟି ପରୀକ୍ଷା ପରିଚାଳନା ଓ ଶୃଙ୍ଖଳିତ ବ୍ୟବସ୍ଥା ପାଇଁ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। କେନ୍ଦ୍ର ମାଜିଷ୍ଟ୍ରେଟ, ସୁପରଭାଇଜର ଓ କେନ୍ଦ୍ର ସୁପରିନ୍‌ଟେଣ୍ଡେଣ୍ଟଙ୍କର ବିଭିନ୍ନ ପ୍ରଶ୍ନକୁ ସମାଧାନ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଏହି ପ୍ରଶିକ୍ଷଣ ବୈଠକରେ ଊପଜିଲ୍ଲାପାଳ ଡଃ ଶରତ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଗୋପୀନାଥ କୁଅଁର ପ୍ରମୁଖ ଯୋଗ ଦେଇଥିଲେ। ଜିଲ୍ଳାର ସମସ୍ତ ବି.ଡିଓ., ତହସିଲଦାର, ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ୍ ଓ ସେଣ୍ଟରର ସୁପରିନ୍‌ଟେଣ୍ଡେଣ୍ଟ ମାନେ ଯୋଗଦେଇ ବୈଠକରେ ଅଂଶ ଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.