Home ଜିଲ୍ଲା ପରିକ୍ରମା ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତି କରଣ ଶିବିର

ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତି କରଣ ଶିବିର

6

ଭଦ୍ରକ, ୨୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ବ୍ଲକ ସ୍ତରୀୟ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତି କରଣ ଶିବିର ଆଜି ସକାଳ ୧୧ ଘଟିକା ସମୟରେ ଚାନ୍ଦବାଲି ବ୍ଲକ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଅତିଥିଭାବରେ ଭଦ୍ରକ ଜିଲ୍ଲା ଆର୍ଥିକ ସେବା ଓ ସଂଚୟ ଅଧିକାରୀ ମୋନାଲିସା ପଣ୍ଡା, ଡ଼ାକ ବିଭାଗର ବିଜ୍‌ନେସ୍ ଏକ୍‌ଜିଟିଭ୍ ସୋଭନ କୁମାର ମହାନ୍ତି, ଷ୍ଟେଟ୍ ବ୍ୟାଙ୍କ ଇଣ୍ଡିଆ, ଚାନ୍ଦବାଲି ବ୍ଲକର ବ୍ରାଂଚ ମ୍ୟାନେଜର ଗୋବିନ୍ଦ ଚନ୍ଦ୍ର ନାୟକ, ପୂର୍ବତନ ଜିଲ୍ଲା ଆର୍ଥିକ ସେବା ଓ ସଂଚୟ ଅଧିକାରୀ ପଦ୍ମନ କୁମାର ରାୟ,ବିପିଏ୍‌ମ୍ ଓଏଲ୍‌ଏମ୍ ବିଣାପାଣୀ ପଣ୍ଡା, ଭଦ୍ରକ ଲିଡ଼୍ ବ୍ୟାଙ୍କ ମ୍ୟାନେଜର ନାଗେଶ୍ୱର ରାଓ ଯୋଗ ଦେଇଥିଲେ । ଜିଲ୍ଲା ଆର୍ଥିକ ସେବା ଓ ସଂଚୟ ଅଧିକାରୀ ମୋନାଲି ଓ ସୋଭନ୍ କୁମାର ମହାନ୍ତି ଡ଼ାକଘରେ ଉପଲବ୍ଧ ଥିବା ସମସ୍ତ ସ୍ୱଳ୍ପ ସଂଚୟ ଯୋଜନା ଓ ବୀମା ଯୋଜନା ସଂପର୍କରେ ଲୋକମାନଙ୍କୁ ଜଣାଇଥିଲେ । ପଦ୍ମନ କୁମାର ରାୟ ସାଇବର ସୁରକ୍ଷା ଓ ସ୍ୱଳ୍ପ ସଂଚୟ ପ୍ରୋତ୍ସାହନ ଯୋଜନା ସମ୍ବନ୍ଧରେ ଲୋକମାନଙ୍କୁ ଅବଗତ କରିଥିଲେ । ଜିଲ୍ଲା ଆର୍ଥିକ ସେବା ଓ ସଂଚୟ ଅଧିକାରୀ ଓ ବିପିଏମ୍ ଓଏଲ୍‌ଏମ୍ ଲୋକମାନଙ୍କୁ ସ୍ୱଳ୍ପ ସଂଚୟ ଯୋଜନା ମାନଙ୍କରେ ସଂଚୟ କରିବା ପାଇଁ ଅନୁପ୍ରାଣୀତ କରିଥିଲେ । ଷ୍ଟେଟ୍ ବ୍ୟାଙ୍କ ବ୍ରାଂଚ ମ୍ୟାନେଜର ସରକାରଙ୍କ ଦ୍ୱାରା ପ୍ରଚଳିତ ସମସ୍ତ ସାମାଜିକ ସୁରକ୍ଷା ବୀମା ଯୋଜନା ସମ୍ବନ୍ଧରେ ଲୋକମାନଙ୍କୁ ଅବଗତ କରାଇଥିଲେ । ସଭା ଶେଷରେ ଉପସ୍ଥିତ ଥିବା ବ୍ୟକ୍ତିମାନେ ସେମାନଙ୍କର ପ୍ରଶ୍ନ ଅଧିକାରୀମାନଙ୍କୁ ପଚାରି ଥିଲେ ଓ ପ୍ରଶାସନ ତରଫରୁ ଏକ ପ୍ରଶ୍ନୋତର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଓ ଲୋକମାନଙ୍କୁ ପୁରସ୍କୃତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.