Home ଜିଲ୍ଲା ପରିକ୍ରମା ଆରଡି ଅଂଚଳରେ ଝାଡାବାନ୍ତି ଆତଙ୍କ, ୨ଦିନରେ ୫ରୋଗୀ ମେଡିକିଲରେ ଭର୍ତି, ଜଣଙ୍କର ସ୍ୱାସ୍ଥ୍ୟବସ୍ଥା ଜଟିଳ ହେବାରୁ...

ଆରଡି ଅଂଚଳରେ ଝାଡାବାନ୍ତି ଆତଙ୍କ, ୨ଦିନରେ ୫ରୋଗୀ ମେଡିକିଲରେ ଭର୍ତି, ଜଣଙ୍କର ସ୍ୱାସ୍ଥ୍ୟବସ୍ଥା ଜଟିଳ ହେବାରୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର

14

ଭଦ୍ରକ, ୨୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟରେ ଦେଖା ଦେଇଥିବା ଝାଡାବାନ୍ତି ଏବେବି ଥମିବାର ନାହିଁ। ପ୍ରଥମେ ଜିଲାରୁ ଜିଲା ବ୍ୟାପିବାରେ ଲାଗିଥିଲା। ହେଲେ ଭଦ୍ରକ ଜିଲା ଆରଡି ଅଂଚଳରେ ଝାଡାବାନ୍ତି ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗି। ସୂଚନା ଅନୁଯାୟୀ ଗତ ସପ୍ତାହେ ମଧ୍ୟରେ ଆରଡି ମେଡିକାଲକୁ ୧୫ରୁ ଅଧିକ ଝାଡାବାନ୍ତି ରୋଗୀ ଆସିଥିବା ବେଳେ ତାଙ୍କ ମଧ୍ୟରୁ ୩ଜଣଙ୍କର ସ୍ଥିତି ଜଟିଳ ହେବା ସହ ଝାଡାବାନ୍ତି ବନ୍ଦ ନହେବାରୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ଗତ ୩ଦ୪ଦିନ ଟିକେ କମ ସଂଖ୍ୟକ ଝାଡାବାନ୍ତି ରୋଗୀ ମେଡିକାଲକୁ ଆସିଥିବା ବେଳେ ମଙ୍ଗଳବାର ଆସିଥିବା ରୋଗୀଙ୍କ ମଧ୍ୟରୁ ଜଣଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଜଟିଳ ହେବାରୁ ୧୦୮ ଆମ୍ବୁଲାନ୍ସ ଦ୍ୱାରା ଭଦ୍ରକ ପଠାଯାଇଛି। ଅନ୍ୟପଟେ ଆରଡିପୀଠର ପ୍ରବେଶପଥ ଠାରୁ ଆରମ୍ଭ କରି ମୁଖ୍ୟ ବଜାର ଓ ସାହି ରାସ୍ତାରେ କୁଢକୁଢ ହୋଇ ଅଳିଆ ପଡି ରହିଥିବାରୁ ଅସ୍ୱାସ୍ଥ୍ୟଯକର ପରିବେଷ ସୃଷ୍ଟି ହେବା ସହ ପଚିସଢି ଦୁର୍ଗନ୍ଧମୟ ହେଉଛି। ସେହିପରି ପୀଠରେ ଥିବା ବାବାମଣିଙ୍କ ଶିବଗଙ୍ଗା ପୁଷ୍କରିଣୀ ଜଳ ଏତେ ମାତ୍ରାରେ ପ୍ରଦୂଷିତ ମୁହଁ ଧୋଇବା ତ ଦୂରର କଥା ପୁଷ୍କରିଣୀ ଘାଟକୁ ଯାଉନାହାନ୍ତି ଅଂଚଳବାସୀ କିମ୍ବା ଆଗନ୍ତୁକ ଶ୍ରଦ୍ଧାଳୁଭକ୍ତ। ଏ ସଂକ୍ରାନ୍ତରେ ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ଖବର ପରିବେଷଣ ହେଉଥିଲେ ମଧ୍ୟ ସବୁ ଜାଣି ଚୁପ ବସିଛି ପ୍ରଶାସନ। ଅନ୍ୟପଟେ ଜିଲାର ସମସ୍ତ ନଳକୂପ ଓ ପୁଷ୍କରିଣୀର ବିଶୋଧନ ପାଇଁ ପାକ ପ୍ରସ୍ତତି ହୋଇଥିଲେ ମଧ୍ୟ ସବୁ ଯେମିତି ବୈଠକ ଓ କାଗଜ କଲମରେ ସୀମିତ ହୋଇ ରହିଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.