Home ଜିଲ୍ଲା ପରିକ୍ରମା ଆରଏମସି ଦକ୍ଷିଣ ପାଶ୍ୱର୍ ମୁଖ୍ୟ ଫାଟଖକୁ ବିରୋଧ, ଉଚ୍ଚତା ବୃଦ୍ଧି ନହେଲେ ରାଜ୍ୟ ରାଜପଥ ଅବରୋଧ...

ଆରଏମସି ଦକ୍ଷିଣ ପାଶ୍ୱର୍ ମୁଖ୍ୟ ଫାଟଖକୁ ବିରୋଧ, ଉଚ୍ଚତା ବୃଦ୍ଧି ନହେଲେ ରାଜ୍ୟ ରାଜପଥ ଅବରୋଧ ଚେତାବନୀ

47

ଭଦ୍ରକ, ୧୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବର୍ତ୍ତମାନ ନିୟନ୍ତ୍ରିତ ବଜାର କମିଟି(ଆରଏମସି) ପରିସରରେ ବ୍ୟାପକ ନିର୍ମାଣ କାର୍ଯ୍ୟ ଚାଲିଛି । ସହରର ଉଛେଦ ହେଉଥିବା ବ୍ୟବସାୟୀଙ୍କୁ ଥଇଥାନ ପାଇଁ ଶତାଧିକ ଦୋକାନ ଗୃହ ନିର୍ମାଣ ଚାଲିଛି । ଏହି କ୍ରମରେ ଆରଏମସିର ଦକ୍ଷିଣ ପାଶ୍ୱର୍ରେ ଏକ ଫାଟକର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଉକ୍ତ ଫାଟକର ଉଚ୍ଚତା ରହିଛି ମାତ୍ର ୬ଫୁଟ । କିନ୍ତୁ ଆରଏମସି ପ୍ରତିଷ୍ଠା ହେବାର ବହୁ ପୂର୍ବରୁ ଉକ୍ତ ରାସ୍ତା ଦେଇ ପୁରୁଣାଜାର ଥାନା ଅଞ୍ଚଳର ୧୫ଟି ୱାର୍ଡ଼ର ୬୦ ହଜାରରୁ ଉର୍ଦ୍ଧ୍ୱ ଲୋକ ଚଳପ୍ରଚଳ କରିଥାନ୍ତି । ଜରୁରକାଳୀନ ସମୟରେ ଆମ୍ବୁଲାନ୍ସ, ଫାୟାର ବ୍ରିଗେଡ ଗାଡ଼ି ଓ ସ୍କୁଲ ପିଲା ବସ ମଧ୍ୟ ଏହ ରାସ୍ତା ଦେଇ ଯିବା ଆସିବା କରିଥାଏ । କିନ୍ତୁ ନିର୍ମାଣାଧିନ ଫାଟକର ଉଚ୍ଚତାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତ୍‌ି ଏହା ଉପରେ ନିର୍ଭରଶୀଳ ଜନସାଧାରଣ । ଏହିକ୍ରମରେ ଗୌସିଆ ନଗର ଚନ୍ଦନବଜାର ବସ୍ତି ବାସିନ୍ଦାଙ୍କ ପକ୍ଷରୁ ଆରଏମସି ମୁଖ୍ୟ ଉପଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏହି ସ୍ମାରକପତ୍ରର ନକଲ ଭଦ୍ରକ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକଙ୍କ ସମେତ ନିର୍ବାଚିତ ଜନ ପ୍ରତିନିଧି ଭଦ୍ରକ ବିଧାୟକ ଓ ସାଂସଦଙ୍କୁ ମଧ୍ୟ ପ୍ରଦାନ କରାଯାଇଛି ।

ଗୌସିଆ ନଗର ବସ୍ତି ବାସିନ୍ଦା କମିଟିର ସଭାପତି ଅଖତର ଅଲ୍ଲୀ ଖାଁ, ସଂପାଦକ ସେକ ଶ୍ୟାମସୁଦ୍ଦିନ, ସେକ ସହିଦ କାଦ୍ରୀ, ସେକ ସଲାଉଦ୍ଦିନ, ସାମସୁଦ୍ଦିନ ଖାନ, ଆଲତଫ ଅଲ୍ଲୀ ଖାନ, ସେକ ଜମାଲ, ସେକ ଜାବେଦ, ସେକ ମୁସ୍ତାକିମ୍ ଅହମ୍ମଦଙ୍କ ସମେତ ଶତାଧିକ ଅଞ୍ଚଳବାସୀଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ସ୍ମାରକପତ୍ର ଅନୁଯାୟୀ ଉକ୍ତ ଫାଟକ ନିର୍ମାଣ ସମୟରେ ସଂପୃକ୍ତ ଅଞ୍ଚଳବାସୀଙ୍କ ସାମାନ୍ୟତମ ସ୍ୱାର୍ଥ ପ୍ରତି ଦୃଷ୍ଟି ଦିଆଯାଇ ନାହିଁ । ଏହି ନିର୍ମାଣ ଆରଏମସି କର୍ତ୍ତୃପକ୍ଷଙ୍କ ଦୂରଦୃଷ୍ଟି ହୀନତାକୁ ସ୍ପଷ୍ଟ କରିଛି । ଏହା ଦ୍ୱାରା କୌଣସି ଆମ୍ବୁଲାନ୍ସ, ଫାୟାର ବ୍ରିଗେଡ, ସ୍କୁଲ ପିଲାଙ୍କ ବସ ଏହି ରାସ୍ତା ଦେଇ ଭବିଷ୍ୟତରେ ଯାଇ ପାରିବ ନାର୍ହି । ତେଣୁ ବାସ୍ତବତାକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ତୁରନ୍ତ ନିଜର ନିଷ୍ପତ୍ତି ବଦଳାଇ ଉକ୍ତ ଫାଟକର ଉଚ୍ଚତା ଅତି କମରେ ୧୦ ଫୁଟ ରଖିବା ସହ ଏହାକୁ ସବୁ ସମୟରେ ଖୋଲା ରଖିବାକୁ ସେମାନେ ଦାବି କରିଛନ୍ତି । ଯଦି ଉକ୍ତ ଦାବି ୭ଦିନ ମଧ୍ୟରେ ପୂରଣ ନହୁଏ, ତେବେ ଅଞ୍ଚଳବାସୀଙ୍କ ପକ୍ଷରୁ ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥକୁ ଅବରୋଧ କରାଯିବ ବୋଲି ଚେତବାଦୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.