Home ଜିଲ୍ଲା ପରିକ୍ରମା ଆମ୍ବଗଡ଼ିଆ ବିଦ୍ୟାଳୟ ଜରାଜୀର୍ଣ୍ଣ ପାଲଟିଛି

ଆମ୍ବଗଡ଼ିଆ ବିଦ୍ୟାଳୟ ଜରାଜୀର୍ଣ୍ଣ ପାଲଟିଛି

8

ଭଦ୍ରକ, ୧୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ଝୁଟଣା ପଞ୍ଚାୟତ ଅନ୍ତର୍ଗତ ଆମ୍ବଗଡ଼ିଆ ପ୍ରାଥମିକ ବିଦ୍ୟାଳୟର ଗୃହ ଜରାଜୀର୍ଣ୍ଣ ପାଲଟିଛି। ବୈତରଣୀ ବାମପାର୍ଶ୍ୱ ନଦୀବନ୍ଧ ପାର୍ଶ୍ୱରେ ଥିବା ଉକ୍ତ ବିଦ୍ୟାଳୟରେ ବରହମପୁର ଓ ଓଳା ଗ୍ରାମର ପ୍ରାୟ ୫୦ରୁ ଅଧିକ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଛନ୍ତି। ଏହାଛଡା ଏଠାରେ ଥିବା ଏକ ଅଙ୍ଗନବାଡ଼ି କେନ୍ଦ୍ରରେ ମଧ୍ୟ ୨୦ରୁ ଅଧିକ ପିଲାଙ୍କୁ ଚିତ୍ୱ ବିନୋଦନ ଶିକ୍ଷା ଦିଆ ଯାଉଛି। ଏହି ବିଦ୍ୟାଳୟ ପାଇଁ ପ୍ରଧାନ ଶିକ୍ଷକଙ୍କ ସମେତ ଜଣେ ସହକାରୀ ଶିକ୍ଷକ ନିଯୁକ୍ତ ହୋଇଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ପ୍ରାୟ ୪୦ ବର୍ଷରୁ ଅଧିକ ହେବ ଏହି ବିଦ୍ୟାଳୟକୁ ନବୀକରଣ କରା ଯାଇନାହିଁ।ପ୍ରାରମ୍ଭରୁ ନିର୍ମିତ ପୁରୁଣା ଦୁଇ ଗୋଟି କୋଠରୀରେ ବସି ଛୋଟ ଛୋଟ ପିଲାମାନେ ଶିକ୍ଷା ଗ୍ରହଣ କରୁଛନ୍ତି। କେବଳ ଦଶ ପନ୍ଦର ବର୍ଷ ପୂର୍ବେ ଅଳ୍ପ କିଛି ମାତ୍ରାରେ ମରାମତି ହୋଇଥିଲା।ଏତକ ଛାଡି ଦେଲେ ଏଯାଏଁ କୈାଣସି ନୂତନ ଗୃହ ନିର୍ମାଣ ହୋଇନାହିଁ। ଅତି ବିପଦ ସଙ୍କୁଳ ଅବସ୍ଥାରେ ପୁରାତନ ଗୃହରେ ବସି ପିଲା ମାନେ ପାଠ ପଢ଼ୁଛନ୍ତି। ସ୍କୁଲ ପରିସରରେ ଥିବା ଶୈ।ଚାଳୟ ଓ ପାନୀୟ ଜଳ, ବିଦ୍ୟୁତ୍ ବ୍ୟବସ୍ଥା କଥା ନକହିବା ଭଲ ବିଦ୍ୟାଳୟ ମୁଖ୍ୟ ଫାଟକ ଦିନକୁ ଦିନ ଦୁର୍ବଳ ହେଉଥିବା ବେଳେ ଏହା କେତେବେଳେ ଭାଙ୍ଗି ପଡ଼ିପାରେ ବୋଲି ଗ୍ରାମବାସୀ ଆଶଙ୍କା ପ୍ରକାଶ କରିଛନ୍ତି।ବିଦ୍ୟାଳୟ ପରିସରଠାରୁ ଆରମ୍ଭ କରି ପାଇଖାନା ଓ ରୋଷେଇ ସ୍ଥାନ ଛୋଟ ଛୋଟ ଗଛ ଲତା ରେ ଭର୍ତି ହୋଇ ଯାଇଛି। ଏଠାରେ ସରିସୃପ ବସା ବାନ୍ଧିଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ଏଭଳି ବିପଦପୂର୍ଣ୍ଣ ବିଦ୍ୟାଳୟ ଭିତିଭୂମି ସମ୍ପର୍କରେ ପୂର୍ବରୁ ଗ୍ରାମବାସୀ ମାନେ ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି।ମାତ୍ର ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଇନଥିବାରୁ ଅଭିଭାବକ ମହଲରେ କ୍ଷୋଭ ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.