Home Top News ଆମେରିକାରେ ପ୍ରଥମ ଭାରତୀୟ-ଆମେରିକୀୟ ମହିଳା ଜଜ୍ ଭାବେ ଶପଥ ନେଲେ ତେଜଲ ମେହେଟ୍ଟା

ଆମେରିକାରେ ପ୍ରଥମ ଭାରତୀୟ-ଆମେରିକୀୟ ମହିଳା ଜଜ୍ ଭାବେ ଶପଥ ନେଲେ ତେଜଲ ମେହେଟ୍ଟା

56

ନୂଆ ଦିଲ୍ଲୀ ୬-୩ (ଓଡ଼ିଆ ପୁଅ) ଆମେରିକାରେ ପ୍ରଥମ ଭାରତୀୟ-ଆମେରିକୀୟ ମହିଳା ଜଜ୍ ଭାବରେ ତେଜଲ ମେହେଟ୍ଟା ଶପଥ ଗ୍ରହଣ କରିଛନ୍ତି। ଆମେରୀକାର କନକର୍ଡର ବାସିନ୍ଦା ମେହେଟ୍ଟା ମିଡଲ୍ସେକ୍ସ ଜିଲ୍ଲା ଓକିଲ ସଂଘରେ ଓକିଲ ଭାବରେ କାର୍ଯ୍ୟାରମ୍ଭ କରିବା ପୂର୍ବରୁ ବେସରକାରୀ ସ୍ତରରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ, ସର୍କିଟ୍ ଜଜ୍ ଭାବରେ ବେଞ୍ଚରେ ଏକ ପଦବୀ ପାଇବା ପୂର୍ବରୁ ସେ ନିଜର ଓକିଲାତି ପ୍ରାକ୍ଟିସ କରୁଥିଲେ। ଜଷ୍ଟିସ୍ ମେହେଟ୍ଟା ବର୍ତ୍ତମାନ ଆମେରିକାର ମାସାଚୁସେଟ୍ସର ଏକ ଜିଲ୍ଲା କୋର୍ଟର ପ୍ରଥମ ଭାରତୀୟ ମହିଳା ଜଷ୍ଟିସ୍ ଭାବରେ ନିଯୁକ୍ତି ପାଇଛନ୍ତି। ଗୁରୁବାର ତାଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ମାର୍ଚ୍ଚ ୨ ରେ ଜିଲ୍ଲା କୋର୍ଟର ମୁଖ୍ୟ ବିଚାରପତି ତାଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.