Home ଜିଲ୍ଲା ପରିକ୍ରମା ଆବେଦନକାରୀଙ୍କୁ ବିଜୁଳି ସଂଯୋଗ ଦେବାକୁ ନିର୍ଦ୍ଦେଶ ଦେଲେ ଉପଭୋକ୍ତା ସମାଧାନ ଆୟୋଗ

ଆବେଦନକାରୀଙ୍କୁ ବିଜୁଳି ସଂଯୋଗ ଦେବାକୁ ନିର୍ଦ୍ଦେଶ ଦେଲେ ଉପଭୋକ୍ତା ସମାଧାନ ଆୟୋଗ

32

ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକର ଉପଭୋକ୍ତା ସମାଧାନ ଆୟୋଗ ଏକ ବିଜୁଳି କେଶ୍‌ର ବିଚାର କରି ଆବେଦନକାରୀଙ୍କୁ ବକେୟା ଥିବା ବିଜୁଳି ବୁଳି ଏକ ଚତୁର୍ଥାଂଶ ଦେବା ପରେ ବିଦ୍ୟୁତ୍ କଂପାନୀ ତାଙ୍କୁ ନୂତନ ସଂଯୋଗ ଦେବାକୁ ଆଦେଶ ଦେଇଛନ୍ତି। ସୂଚନା ଅନୁସାରେ ଏହି ଜିଲାର ବାସୁଦେବପୁର ଅଧୀନସ୍ଥ ଶୁକଦେଇପୁର ଗ୍ରାମନିବାସୀ ଅଜାବୁଲ୍ଲା ଖାଁଙ୍କ ପୁତ୍ର ସହିଫୁଲ୍ଲା ଖାଁଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ପିତାଙ୍କ ନାମରେ ବି୨-୬୩୭୬୫ ନମ୍ବରର ଏକ ବିଜୁଳି ସଂଯୋଗ ଘରେ ଲାଗିଥିଲା। ଆବେଦନକାରୀ ଓ ତାଙ୍କର ୩ ଭାଇ ଉକ୍ତ ଘରେ ରହିଆସୁଥିଲେ। ମାତ୍ର ଗତ ୨୦୦୯ ମସିହାରେ ଆବେଦନକାରୀଙ୍କ ପିତାଙ୍କ ମୃତ୍ୟୁ ପରେ ବକେୟା ବାବଦ ୧୦ ହଜାର ୧୦୨ ଟଙ୍କା ରହିଥିଲା। କିନ୍ତୁ ଭାଇମାନେ ସେମାନଙ୍କର ଭାଗ ମୁତାବକ ଦେୟ ଦେଉନଥିବାରୁ ଗତ ୨୦୧୭ ଅଗଷ୍ଟ ୨୪ ତାରିଖ ସୁଦ୍ଧା ଉକ୍ତ ବକେୟା ୫୬ ହଜାର ୬୯୭ ଟଙ୍କାରେ ପହଂଚିôଥଲା। ଆବେଦନକାରୀଙ୍କ ପାଖରୁ ବିଦ୍ୟୁତ୍ କର୍ମଚାରୀମାନେ ନୂତନ ସଂଯୋଗ ଦେବା ଆଳରେ ପଇସା ନେଇ ବକେୟା ବିଲ୍‌ରେ ଆଡଜଷ୍ଟ୍ କରିଦେଉଥିଲେ। ଏଣୁ ଆବେଦନକାରୀ ବାଧ୍ୟ ହୋଇ ୨୦୧୯ ଅଗଷ୍ଟ ୯ ତାରିଖରେ ଭଦ୍ରକ ଉପଭୋକ୍ତା ବିବାଦ ସମାଧାନ ଆୟୋଗଙ୍କ ନିକଟରେ ସିଡି କେଶ୍ ନଂ ୪୯/୧୯ ର ଏକ ମୋକଦ୍ଦମା ଆଗତ କରିଥିଲେ। ଏହି କେଶ୍‌ରେ ବିଦ୍ୟୁତ୍ କଂପାନୀ କର୍ତୃପକ୍ଷ ହାଜର ହୋଇ ଭାଇମାନଙ୍କ ମଧ୍ୟରେ କୌଣସି ଆଇନଗତ ବିଭାଗ ବଂଟନ ହୋଇନଥିବାରୁ ବିଦ୍ୟୁତ୍ ବିବାଦ କୋର୍ଡ ନିୟମ ମୁତାବକ ସଂପୂର୍ଣ୍ଣ ବକେୟା ରାଶି ନଦେଲେ ନୂତନ ସଂଯୋଗ ଦେବା ସମ୍ଭବ ନୁହେଁ ବୋଲି ଦର୍ଶାଇବା ସହ ଆବେଦନକାରୀଙ୍କ ଦରଖାସ୍ତ ମୁତାବକ ବିଦ୍ୟୁତ୍ ବିଲ୍‌କୁ ରିଭାଇଜ୍ କରି ଜୁନ୍ ୨୦୧୯ ସୁଦ୍ଧା ୧୮ ହଜାର ୯୫୨ ଟଙ୍କା ବକେୟା ଥିବାର ଦର୍ଶାଇଥିଲେ। ତେବେ ଉଭୟପକ୍ଷଙ୍କ ଦଲିଲ୍ ଓ ଯୁକ୍ତି ଶୁଣିବା ପରେ ମାନ୍ୟବର ଅଦାଲତ ଆବେଦନକାରୀ ଏବେ ନୂତନ ଘର ନିର୍ମାଣ କରି ସେଥିରେ ନୂତନ ସଂଯୋଗର ଆବେଦନ ନ୍ୟାୟ ସଂଗତ ଅଟେ ବୋଲି ଦର୍ଶାଇ ରିଭାଇଜ ବକେୟା ବିଲ୍‌ର ଏକ ଚର୍ତୁଥାଂଶ ଦେବା ପରେ ଆବେଦନକାରୀଙ୍କୁ ନୂତନ ସଂଯୋଗ ଦେବାପାଇଁ ବିଦ୍ୟୁତ୍ କର୍ତୃପକ୍ଷଙ୍କୁ ସଭାପତି ଶିବ ପ୍ରସାଦ ମହାନ୍ତି ଓ ସଭ୍ୟା ମଧୁସ୍ମିତା ସ୍ୱାଇଁ ନିର୍ଦ୍ଦେଶ ଦେଇଥିବାର ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.