Home ଓଡ଼ିଶା ଆବାସ ଯୋଜନା ସାତ ସପନ ମାଟି କୁଡିଆରେ ବିତେ ଜୀବନ

ଆବାସ ଯୋଜନା ସାତ ସପନ ମାଟି କୁଡିଆରେ ବିତେ ଜୀବନ

127

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୭/୦୭-ସରକାର ଭୁମିହୀନ ମାନଙ୍କୁ ଘରଡିହ ପଟ୍ଟା ପ୍ରଦାନ ପାଇଁ ସମସ୍ତ ତହସିଲ୍‌ଦାରଙ୍କୁ ନିର୍ଦ୍ଧେଶ ଦେଇଥିବା ଜଣା ପଡିଛି । ସେହିଭଳି ଭାବରେ ଭୁମିହୀନଙ୍କୁ ଆବାସ ଯୋଜନାରେ ସାମିଲ କରି ସେମାନଙ୍କ ତାଲିକା ପଟ୍ଟା ପ୍ରଦାନ ପାଇଁ ତହସିଲ୍‌ଦାରଙ୍କୁ ଚିଠି କରିବା ପାଇଁ ସମସ୍ତ ବ୍ଲକ୍ ଉନ୍ନୟନ ଅଧିକାରୀଙ୍କୁ ନିର୍ଦ୍ଧେଶ ଦେଇଥିବା ଜଣା ପଡିଛି । କିନ୍ତୁ ଏଥିରେ ବ୍ୟତିକ୍ରମ ଓ ବିଳମ୍ବ ଦେଖିବାକୁ ମିଳୁଛି ରଣପୁର ତହସିଲ୍ ଅଫିସ୍ ରେ । ଘରଡିହ ପଟ୍ଟା ପାଇଁ ଭୁମିହୀନମାନେ ତହସିଲ୍ କାର୍ଯ୍ୟାଳୟକୁ ଦୌଡି ଦୌଡି ନିରାଶ ହୋଇ ଫେରୁଥିବା ଅଭିଯୋଗ ହେଉଛି । ସେହିଭଳି କିଛି ଭୁମିହୀନ ପରିବାର ନୟାଗଡ ଜିଲ୍ଲା ରଣପୁର ତହସିଲ୍ ଝାରପଡା ଆର.ଆଇ ଅଧିନରେ ଥିବା ଜଙ୍କିଆ ଗ୍ରାମ ନୁଆ ସାହିରେ ରହିଥିବା ଜଣା ପଡିଛି । ପ୍ରାୟ ୧୦ଟି ପରିବାର ଭୁମିହୀନ ଭାବରେ ଗୋଚର ଜାଗାରେ ଘରକରି ରହିଛନ୍ତି । ତା.୧୪.୦୧.୨୦୧୬ ମସିହାରୁ ଘରଡିହ ପଟ୍ଟା ପାଇଁ ରଣପୁର ତହସିଲଦାରଙ୍କ ନିକଟରେ ନିୟମ ଅନୁଯାୟୀ ଆବଦେନ କରିଛନ୍ତି । ସେମାନେ ରହିଥିବା ଜାଗା ହେଉଛି ଗୋଚର ଜାଗା । ପ୍ରାୟ ୩୦ ରୁ ୩୫ ବର୍ଷ ହେବ ସେଠାରେ ବସବାସ କରି ରହିଲେଣି । ସେହି ଗ୍ରାମର କନ୍ଧରାମ ସାହୁ ସରକାରଙ୍କ ତଦନ୍ତ ତାଲିକା ଅନୁଯାୟୀ ଆବାସ ଯୋଜନାରେ ସାମିଲ ହେବାପାଇଁ ହିତାଧିକାରୀ ଭାବେ ଚୟନ ହୋଇଛନ୍ତି । କିନ୍ତୁ ଘରଡିହ ପଟ୍ଟା ନଥିବାରୁ ମୋ କୁଡିଆ, ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଓ ମୁଖ୍ୟମନ୍ତ୍ରୀ ଆବାସ ଯୋଜନା ରେ ସାମିଲ ହୋଇ ପାରୁ ନାହାନ୍ତି ।

ପରିବାର କହିଲେ ସ୍ୱାମୀ ସ୍ତ୍ରୀ ୨ଜଣ । ଗୋଟିଏ ବଖରା ମାଟିକାନ୍ଥ ଚାଳଘର ଛପର ଉଡିଯିବାରୁ ଚାଳ ଉପରେ ପାଲଟାଣି ରହୁଛନ୍ତି । କନ୍ଧରାମ କୌଣସି କାର୍ଯ୍ୟ କରିବା ପାଇଁ ଅକ୍ଷମ ଥିବାବେଳେ ସ୍ତ୍ରୀ ପରଘରେ କାମଧାମ କରି ମୁଲପାତି ଆଣି ପରିବାର ଚଳାଉଛନ୍ତି । ସରକାରୀ ସହାୟତା କହିଲେ ମାସକୁ ମିଳୁଛି ମାତ୍ର ୧୦କିଲୋ ଚାଉଳ । ଏ ସମ୍ପର୍କେ ଝାରପଡା ଆର.ଆଇ ପ୍ରଶାନ୍ତ କୁମାର ପ୍ରଧାନଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ମୁଁ ଏବେ ଝାରପଡାରେ ନୁଆ ହୋଇ ଆର.ଆଇ ଭାବେ ଜଏନ୍ କରିଛି । କନ୍ଧରାମ ସାହୁ କେବେ ଘରଡିହ ପଟ୍ଟା ପାଇଁ ଆବେଦନ କରିଥିଲେ କାହିଁକି ପାଇ ନାହାନ୍ତି ଦେଖିଲେ ଜଣା ପଡିବ । ଏ ସମ୍ପର୍କେ ରଣପୁର ତହସିଲଦାର ସଂଜୟ କୁମାର ସାମନ୍ତରାୟ ଫୋନ୍ ନ ଉଠାଇବାରୁ ଅତିରିକ୍ତ ତହସିଲ୍‌ଦାର ଅଶୋକ ପଟ୍ଟନାୟକଙ୍କ ସହ ଯୋଗା ଯୋଗ କରାଯିବାରେ ସେ କୁହନ୍ତି ରଣପୁର ବିଡିଓ କିଛି ଆବାସ ଯୋଜନା ହିତାଧିକାରୀଙ୍କର ତାଲିକା ରଣପୁର ବିଡିଓ ପଠାଇଥିଲେ । ତାହା ଉପରେ ରିପୋର୍ଟ ମଗାଯାଇଛି । ଆର.ଆଇ ମାନେ ରିପୋର୍ଟ ଦେଲାପରେ ଆଇନ ଅନୁଯାୟୀ ପଟ୍ଟା ପ୍ରଦାନ କରାଯିବ । ଜିଲ୍ଲା ଉଚ୍ଚ କର୍ତ୍ତୁପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ଗୋଚର ଜାଗାରେ ୩୦ ବର୍ଷରୁ ଉର୍ଦ୍ଧ୍ୱ ରହିଥିବା ଭୁମିହୀନମାନଙ୍କୁ ଘରଡିହ ପଟ୍ଟା ପ୍ରଦାନ କରିବାକୁ ଭୁମିହୀନମାନେ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.