Home ଜିଲ୍ଲା ପରିକ୍ରମା ଆନ୍ଦ୍ରପ୍ରଦେଶକୁ ଶ୍ରମିକ ଚାଲାଣ ବେଳେ ସୀମାନ୍ତ ମୋଟୁଠାରେ ୨ଜଣ ନାବାଳିକା ଉଦ୍ଧାର

ଆନ୍ଦ୍ରପ୍ରଦେଶକୁ ଶ୍ରମିକ ଚାଲାଣ ବେଳେ ସୀମାନ୍ତ ମୋଟୁଠାରେ ୨ଜଣ ନାବାଳିକା ଉଦ୍ଧାର

136

ମାଲକାନଗିରି,୧୨ା୯ (ଓଡିଆ ପୁଅ ) କରୋନା ମହାମାରି ପାଇଁ ବିଭିନ୍ନ କମ୍ପାନି ବନ୍ଦ ହୋଇ ଯାଇଥିଲା । ଏବେ ଧିରେ ଧିରେ କରୋନା କଟକଣା କୋହଳ ହେବାରୁ ଗାଁକୁ ଫେରିଆସିଥିବା ଶ୍ରମିକ ମାନଙ୍କୁ ବିଭିନ୍ନ କମ୍ପାନୀ ମାନେ ପୁଣି କାମକରିବାକୁ ନେଇଯାଉଛନ୍ତି । ଆଜି ସକାଳେ ମାଲକାନଗିରି ଜିଲ୍ଲା ସୀମାନ୍ତ ମୋଟୁ ଠାରେ କାଲୋରୁ ବ୍ରିଜ ନିକଟରୁ ଅଟୋ ରିକ୍ସାରେ ଆନ୍ଦ୍ରପ୍ରଦେଶକୁ ଚାଲାଣ ହେଉଥିବା ଦୁଇଜଣ ନାବାଳିକାଙ୍କୁ ମୋଟୁ ପୁଲିସ ଉଦ୍ଧାର କରିଛି । ଅଟୋରେ ଥିବା ଦୁଇଜଣ ଦଲାଲ ଓ ଅନ୍ୟ୬ଜଣ ଶ୍ରମିକ ପୁଲିସ ହାବୁଡରୁ ଖସି ପଳାଇଥିବା ବେଳେ ଏହି ଦୁଇଜଣ ନାବାଳିକା ପୋଲ ନିକଟରେ ଅଟକିରହି ଯାଇଥିଲେ । ସେମାନଙ୍କୁ ଦଲା ମାନେ ଦୌନିକ ୪୦୦ଟଙ୍କା ଲେଖା ମଜୁରି ଦିଆଯିବ ବୋଲି ଲୋଭ ଦେଖାଇ ଆନ୍ଦ୍ରପ୍ରଦେଶକୁ ଚାଲାଣକରୁଥିବାର ଜଣାପଡିଛି । ଗ୍ରାମରୁ ଦୁଇଜଣ ନାବାଳିକା ସହିତ ଅନ୍ୟ ୬ଜଣଙ୍କୁ ଦଲାଲ ଆନ୍ଦ୍ର ପ୍ରଦେଶକୁ ଚାଲାଣକରୁଥିବାର ଜାଣିବା ପରେ ଗ୍ରାମର କିଛି ଯବୁକ ଓ ଓ୍ୟାର୍ଡମେମ୍ବର ଜିଲ୍ଲାପରିଷଦ ସଭ୍ୟ ଉତମରାୟଙ୍କୁ ଜଣାଇଥିଲେ । ଶ୍ରୀ ରାୟ ମୋଟୁ ଥାନା ଓ ଜିଲ୍ଲା ଶ୍ରମବିଭାଗକୁ କୁ ଜଣାଇବାରୁ ମୋଟୁ ପୁଲିସ କୋଲେରୁ ବ୍ରିଜନିକଟରେ ଜଗି ରହିଥିଲେ ପୁଲିସଙ୍କୁ ଦେଖି ଦଲାଲ ଓ ଅନ୍ୟ ଶ୍ରମିକମାନେ ଖସିପଳାଇଥିଲେ, ଦୁଇଜଣ ନାବାଳିକାଙ୍କୁ ପୁଲିସ ଉଦ୍ଧାର କରି ଥାନାକୁ ନେଇ ପଚରା ଉଚରା କରିବାରୁ ଜଣାପଡିଥିଲା ସେମାନଙ୍କ ଘର କାଲିମେଳା ବ୍ଲକସ୍ଥ ନାଲାଗୁଠିଂ ପଚାଂୟତ ରାଜେନଗୁଡା ଗ୍ରମର ସେମାନଙ୍କ ବାପା ମା ଚାଷଜମିକୁ ପଳାଇବା ପରେ ଏହି ଦଲା ମାନେ ସେମାନଙ୍କ ଘରକୁ ଯାଇ ଅଧିକ ମଜୂରି ମିଳିବାର ଲୋଭଦେଖାଇ ସେ ଦୁଇଜଣଙ୍କୁ ଆନ୍ଦ୍ରପ୍ରଦେଶକୁ ନେଇଯାଉଥିଲେ । ଉଦ୍ଧାର ନାବାଳିକା ମଧ୍ୟରୁ ଜଣେ ପଡିଆବ୍ଲକସ୍ଥ ଗିରିକାନପାଲି ଆଶ୍ରମବିଦ୍ୟାଳୟରେ ୫ମ ଶ୍ରେଣୀରେ ପାଠପଢୁଛି, ସ୍କୁଲ ଛୁଟିଥିବାରୁ ସେ ଆନ୍ଦ୍ରକୁ କାମକରିବା ପାଇଁ ଯାଉଥିଲା ବୋଲି କହିଛି । ଉଦ୍ଧାର ଦୁଇ ନାବିଳିକାଙ୍କୁ ଜିଲ୍ଲାଶିଶୁମଙ୍ଗଳ କମିଟି ନିକଟରେ ହାଜର କରାଯାଇ ସେମାନଙ୍କ କାଉଁସିଲିଂ ପରେ ସେମାନଙ୍କ ପରିବାରଙ୍କୁ ହନ୍ତାନ୍ତର କରାଯିବ ବୋଲି ସହାକି ଜିଲ୍ଲାଶ୍ରମଅଧିକାରୀ ରଜଂନ କୁମାର କହଁର କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.