ଭଦ୍ରକ, ୩୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ବାମନବିନ୍ଧା ଗ୍ରାମର ସ୍ୱର୍ଗତ ଶତୃଘ୍ନ ମହାନ୍ତିଙ୍କର ନାତୁଣୀ ତଥା ଆଇନଜୀବୀ ସଂଜୟ ମହାନ୍ତିଙ୍କ କନ୍ୟା ଏସଏନ୍ ସାଇ ସୁକନ୍ୟା ମହାନ୍ତି ମଧ୍ୟପ୍ରଦେଶର ଏକଲବ୍ୟ ବିଶ୍ୱ ବିଦ୍ୟାଳୟ ଦ୍ୱାରା ଆନ୍ତର୍ଜାତୀୟ ନୃତ୍ୟ ଦିବସରେ ଅନୁଷ୍ଠିତ ସବ୍ ଜୁନିୟର ନୃତ୍ୟ ପ୍ରତିଯୋଗୀତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଜଣାଯାଇଛି। ଏହି ସଫଳତା ପାଇବା ପରେ ସେ ଆମ ରାଜ୍ୟ ଓ ଜିଲ୍ଲାର ଗୌରବ ଆଣିଛନ୍ତି। ଏଥି ପୂର୍ବରୁ ସେ ଅନେକ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଫଳତା ହାସଲ କରିପାରିଛନ୍ତି। ସେ ପୀରହାଟ ସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ଅଷ୍ଟମ ଶ୍ରେଣୀର ଛାତ୍ରୀ ଅଟନ୍ତି।