Home ଜିଲ୍ଲା ପରିକ୍ରମା ଆନ୍ତଃ ଶିଶୁ ଯତ୍ନ ଅନୁଷ୍ଠାନ ଖେଳକୁଦ ପ୍ରତିଯୋଗିତା ଉତ୍ସାହ, କ୍ରୀଡ଼ା ଶିଶୁଙ୍କ ମନରେ ଅଫୁରନ୍ତ ଶକ୍ତି...

ଆନ୍ତଃ ଶିଶୁ ଯତ୍ନ ଅନୁଷ୍ଠାନ ଖେଳକୁଦ ପ୍ରତିଯୋଗିତା ଉତ୍ସାହ, କ୍ରୀଡ଼ା ଶିଶୁଙ୍କ ମନରେ ଅଫୁରନ୍ତ ଶକ୍ତି ପ୍ରଦାନ କରିଥାଏ

6

ଭଦ୍ରକ, ୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌, ଭଦ୍ରକ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଆନ୍ତଃ ଶିଶୁଯତ୍ନ ଅନୁଷ୍ଠାନ ଖେଳକୁଦ ପ୍ରତିଯୋଗିତା ‘ଉତ୍ସାହ’ ବାଗୁରାଇ ସ୍ଥିତ ବିନ୍ଦୁମାଧବ ଉଚ୍ଚ ବିଦ୍ୟାଳୟ ପ୍ରାନ୍ତରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାସ୍ତରରେ ପଞ୍ଜୀକୃତ ଥିବା ୯ ଗୋଟି ଶିଶୁଯତ୍ନ ଅନୁଷ୍ଠାନର ଅନ୍ତେବାସୀ, ଅନ୍ତେବାସିନୀମାନଙ୍କ ମଧ୍ୟରେ ଉଚ୍ଚଡିଆଁ, ଲମ୍ବଡିଆଁ, ୧୦୦ ମିଟର, ୨୦୦ ମିଟର ଦୌଡ଼, କ୍ୟାରମ, ଚେସ୍ ଓ ଫୁଟବଲ ଇତ୍ୟାଦି ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ଜିଲ୍ଲା ଶିଶୁ ସ୍ତରକ୍ଷା ୟୁନିଟ୍‌ର ଆନୁଷ୍ଠାନିକ ଅଧିକାରୀ ବିଶ୍ୱନାରାୟଣ ପଣ୍ଡାଙ୍କ ଦ୍ୱାରା ସଂଚାଳିତ ସଭାରେ ମୁଖ୍ୟ ଅତିଥି ରୂପେ ଶିଶୁ ମଂଗଳ କମିଟିର ଅଧ୍ୟକ୍ଷ ଡା. ଦେବରାଜ ପାଣିଗ୍ରାହୀ, ସମ୍ମାନୀତ ଅତିଥି ରୂପେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ପଦ୍ମନରାୟ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି, ବିନ୍ଦୁମାଧବ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ଯୋଗଦାନ କରି ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିଲା। କ୍ରୀଡ଼ା ଶିଶୁ ମାନଙ୍କ ମନରେ ଅଫୁରନ୍ତ ଶକ୍ତି ପ୍ରଦାନ କରିଥାଏ। ବିଭିନ୍ନ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଦକ୍ଷ ବିଚାରକ ରୂପେ ଯୋଗଦାନ କରି ପ୍ରତିଯୋଗିତାମାନ ଆରମ୍ଭ କରିଥିଲେ। ପ୍ରତିଯୋଗୀ ମାନଙ୍କ ଦକ୍ଷତା ମୂଲ୍ୟାୟନ ପରେ କୃତି ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଓ ପୁରସ୍କାର ସ୍ୱରୂପ ଟ୍ରଫି ଉଦ୍‌ଯାପନ ପର୍ବରେ ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା। ଏହି ମର୍ମରେ ସମସ୍ତ ପ୍ରତିଯୋଗିତାର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାରୀ କରିଥିବା ବିଜେତାଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଶେଷ ପର୍ଯ୍ୟାୟରେ ôଫୁଟବଲ ମ୍ୟାଚରେ ଗାନ୍ଧୀ ଓଡ଼ିଶା ବାଳାଶ୍ରମର ଟିମ୍ ଉତ୍କଳମଣୀ ଦରିଦ୍ର ନାରାୟଣ ଟିମ୍ କୁ ପରାସ୍ତ କରି ବିଜୟ ଲାଭ କରିବା ସହ ରାଜ୍ୟ ସ୍ତରକୁ ମନୋନୀତ ହୋଇଥିଲେ। ଉଦ୍‌ଯାପନ ପର୍ବରେ ଶିଶୁ ସୁରକ୍ଷା ଆଇନ ପ୍ରବେସନ ଅଧିକାରୀ ସୁବ୍ରତ ଦାସଙ୍କ ମଂଚ ସଂଚାଳନାରେ ଶିଶୁ ମଂଗଳ କମିଟିର ସଦସ୍ୟା ମୌସୁମୀ ମାଇତି, ସଦସ୍ୟ ନବୀନ ଚନ୍ଦ୍ର ସାହୁ ସମେତ ଡା. ପାଣିଗ୍ରାହୀ, ଶ୍ରୀ ରାୟ ପ୍ରମୂଖ ଯୋଗଦାନ କରିଥିଲେ। ଶିଶୁ ଅନୁଷ୍ଠାନର ଅଧୀକ୍ଷକ ଧନଞ୍ଜୟ ଜେନା, ଫୁଟବଲ ଖେଳ ପରିଚାଳନାର ଦାୟିତ୍ୱ ଦେବା ସହ ଜ୍ୟୋତି ପ୍ରକାଶ ପତି, ରିୟାଜ ଅହମ୍ମଦ୍‌, ସସ୍ମିତା ନାୟକ, ତଥାଗତ ଜେନା, ନିବେଦିତା ଜେନା, ସତ୍ୟଦେବ ପାତ୍ର, ଦିଗନ୍ତ ବେହେରା, ପ୍ରଦୀପ ନାୟକ, ବିକାଶ ରାଉତ, ରଶ୍ମିରେଖା ଜେନା, ଦେବସ୍ମିତା ମହାନ୍ତି, ଲିପିକା ପଣ୍ଡା, ପରିଚାଲନାରେ ସହଯୋଗ କରିଥିଲେ। ଶିଶୁ ସୁରକ୍ଷା ୟୁନିଟର ଅଣଆନୁଷ୍ଠାନିକ ଅଧିକାରିଣୀ ସ୍ୱାଗତିକା ବାରିକ, ମହେଶ ଚନ୍ଦ୍ର ଦାଶ, ଦମୟନ୍ତୀ ଦାଶ, ଧୀରଜ ବାରିକ, ମନୋଜ ସାହୁ ସମେତ ଚାଇଲ୍ଡ ଲାଇନର ଶୁଭଶ୍ରୀ ପଡ଼ିଆରୀ ପ୍ରମୁଖ ସହଯୋଗ କରିଥିଲେ ଏଥିସହିତ ଶିଶୁ ଅନୁଷ୍ଠାନର ସଂପାଦକ ଅଶୋକ ଦାସ, ଲଲାଟେନ୍ଦୁ ମହାନ୍ତି, ସୋଫିଆ ସେକ୍ ଅପୂର୍ବ ଦାସ, ମୁକ୍ତିକାନ୍ତ ନାୟକ ପ୍ରମୂଖ ଯୋଗଦାନ କରି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ। ପରିଶେଷରେ ଶ୍ରୀଯୁକ୍ତ ପଣ୍ଡାଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.