Home Top News ଆନ୍ତଃରାଜ୍ୟ ଚୋରା ବନ୍ଧୁକ ରାକେଟର ପର୍ଦାଫାଶ କଲା ଏସଟିଏଫ ୨ ଗିରଫ, ୫ ପିସ୍ତଲ, ୭...

ଆନ୍ତଃରାଜ୍ୟ ଚୋରା ବନ୍ଧୁକ ରାକେଟର ପର୍ଦାଫାଶ କଲା ଏସଟିଏଫ ୨ ଗିରଫ, ୫ ପିସ୍ତଲ, ୭ ମେଗେଜିନ ଓ ୭ ଜୀବନ୍ତ ଗୁଳି ଜବତ

54
ଭଦ୍ରକ,୫/୫(ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ) ଦୀର୍ଘବର୍ଷ ହେବ ଆମ ରାଜ୍ୟରେ ଚୋରା ବନ୍ଧୁକ କାରବାର କରିଆସୁଥିବା ବିହାର ରାଜ୍ୟର ଅନ୍ତଃରାଜ୍ୟ ଚୋରା ବନ୍ଧୁକ ରାକେଟର ପର୍ଦାଫାଶ କରିଛି ଏସଟିଏଫ ।ରାଜ୍ୟ କ୍ରାଇମବ୍ରାଞ୍ଚ ଏସଟିଏଫର ଏକ ଟିମ ଆଜି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ତ ରାଣିତାଲ ନିକଟରୁ ଏହି ଗ୍ୟାଙ୍ଗର ବିହାରର ମୁଙ୍ଗେର ନିଵାସୀ ରବୀନ୍ଦ୍ର ପ୍ରସାଦ ଓ ବାଲେଶ୍ଵର ଶ୍ରୀକୃଷ୍ଣପୁର ନିଵାସୀ ବିଶ୍ବନାଥ ବିଶୋଇଙ୍କୁ ଚୋରା ବନ୍ଧୁକ କାରବାର ଅଭିଯୋଗରେ ଗିରଫ କରିଛି । ତାଙ୍କ ପାଖରୁ ସେଭେନ ଏମଏମ ଅଟୋମେଟିକ ପିସ୍ତଲ ୫ଟି, ୭ଟି ମ୍ୟାଗାଜିନ୍,  ୭ଟି ଜୀବନ୍ତ ଗୁଳି ଜବତ କରାଯାଇଛି ।କୌଣସି ସୂତ୍ରରୁ ଚୋରା ବନ୍ଧୁକ କାରବାର ନେଇ ଖବର ପାଇ ଭଦ୍ରକ ରାଣିତାଲ ପାଖରେ ଦୁଇ ଅଭିଯୁକ୍ତଙ୍କ ଧରିଥିଲା ଏସଟିଏଫ । ତାଙ୍କ ପାଖରୁ ଚୋରା ବନ୍ଧୁକ ଓ ଗୁଳି ଜବତ ହେବା ପରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏକ ବର୍ଷ ଭିତରେ ଚୋରା ବନ୍ଧୁକ କାରବାର ଉପରେ ଏସଟିଏଫ ଚଢାଉ କରି ୨୭ଟି ବନ୍ଧୁକ ଓ ୬୧ ଗୁଳି ଜବତ କରିବା ସହ ଚୋରା ବନ୍ଧୁକ କାରବାରରେ ସଂପୃକ୍ତ ବହୁ ଅପରାଧୀଙ୍କୁ ଗିରଫ କରିଛି ।ଏ ସମସ୍ତ ଗ୍ୟାଙ୍ଗ ମୁଖ୍ୟତଃ ବିହାରର।ଆଜି ଏସଟିଫର ସିନିଅର ଡ଼ିଏସପି ମନୋଜ ରାଉତ ଦୁଇ ଅଭିଯୁକ୍ତକୁ ଭଦ୍ରକ କୋର୍ଟରେ ହାଜର କରାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.