Home ଅନୁଗୁଳ ଆନନ୍ଦବଜାର ପମ୍ପ ହାଉସକୁ ପର୍ଯ୍ୟାପ୍ତ ପାଣି ଓ ବିଦ୍ୟୁତ ସଂଯୋଗ ଦେବାକୁ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର

ଆନନ୍ଦବଜାର ପମ୍ପ ହାଉସକୁ ପର୍ଯ୍ୟାପ୍ତ ପାଣି ଓ ବିଦ୍ୟୁତ ସଂଯୋଗ ଦେବାକୁ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର

81

ତାଳଚେର,୨୪/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ଥର୍ମାଲ ଆନନ୍ଦବଜାର ସ୍ଥିତ ପମ୍ପ ହାଉସକୁ ଏନ.ଟି.ପି.ସି/ଟି.ଟି.ପି.ଏସ ପ୍ଲାଂଟ ତରଫରୁ ଅଧିକ ଜଳ ଯୋଗାଇ ଦେବା ସହ ସ୍ଥାନୀୟ ଡିଏଭି କଲେଜ କ୍ୟାମ୍ପସରୁ ଉକ୍ତ ପମ୍ପ ହାଉସକୁ ବିଦ୍ୟୁତ ସଂଯୋଗ ନିମନ୍ତେ ତାଳଚେର ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରାଙ୍କ ସମେତ ସ୍ଥାନୀୟ ନିର୍ବାଚିତ ପ୍ରତିନିଧିମାନେ ଅନୁଗୋଳର ନୂତନ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କୁ ନିବେଦନ କରିବାସହ ଏ ସମ୍ବନ୍ଧରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏହି ଦାବୀପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଆନନ୍ଦବଜାର ଥର୍ମାଲ ପମ୍ପ ହାଉସ ୩୦ବର୍ଷ ପୁରୁଣା । ଆନନ୍ଦ ବଜାର ଛକ ପମ୍ପ ହାଉସ ଉପରେ ଗୁରୁଜାଙ୍ଗୁଲି,ସନ୍ଥପଡ଼ା,ବନ୍ତୋଲ ଓ ଜଗନ୍ନାଥପୁର ପଂଚାୟତବାସୀ ପାନୀୟ ଜଳ ନିମନ୍ତେ ନିର୍ଭର କରି ଆସୁଛନ୍ତି । ଉକ୍ତ ପମ୍ପ ହାଉସ ପୂର୍ବରୁ ଦିନକୁ ୨ଥର ଲେଖାଏଁ ଲୋକଙ୍କୁ ପାନୀୟଜଳ ଯୋଗାଇ ଆସୁଥିଲା । କିନ୍ତୁ ବର୍ତମାନ କରୋନା କାଳରେ ଏନ.ଟି.ପି.ସି/ଟି.ଟି.ପି.ଏସ୍ ଏହି ପମ୍ପ ହାଉସକୁ ଠିକ୍ ଭାବେ ପାଣି ଯୋଗାଇ ନଦେବା ଦ୍ୱାରା ଉପରୋକ୍ତ ପଂଚାୟତବାସୀ ଠିକ୍ ଭାବେ ପାନୀୟଜଳ ପାଇବାରୁ ବଂଚିତ ହେଉଛନ୍ତି । ଏପରିକି ପମ୍ପ ହାଉସରୁ ବିଦ୍ୟୁତ କଟିଗଲେ ଲୋକଙ୍କୁ ପାନୀୟଜଳ ମିଳୁନାହିଁ । ଏଣୁ ପମ୍ପ ହାଉସକୁ ଏନ.ଟି.ପି.ସି/ଟି.ଟି.ପି.ଏସ ପ୍ଲାଂଟ ତରଫରୁ ଲୋକମାନଙ୍କୁ ଅଧିକ ପରିମାଣର ପାନୀୟଜଳ ଯୋଗାଇ ଦେବା ସହ ସ୍ଥାନୀୟ ଡିଏଭି କଲେଜ କ୍ୟାମ୍ପସରୁ ଉକ୍ତ ପମ୍ପ ହାଉସକୁ ବିଦ୍ୟୁତ ସଂଯୋଗ କରାଯିବା ସକାଶେ ଶ୍ରୀ ବେହେରା ନିବେଦନ କରିଛନ୍ତି । ଏହି ଦାବୀପତ୍ର ସମୟରେ ଶ୍ରୀ ବେହେରାଙ୍କ ସମେତ ଜଗନ୍ନାଥପୁର ସରପଂଚ ନରେନ୍ଦ୍ର ନାହାକ,କୁମୁଣ୍ଣା ସରପଂଚ ପନଙ୍ଗ ଭୂଷଣ ବେହେରା,ଗୋପାଳପ୍ରସାଦ ସମିତି ସଭ୍ୟ ଅର୍ଜୁନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.