Home ଜିଲ୍ଲା ପରିକ୍ରମା ଆଧୁନିକ କବିତାର ଅଙ୍ଗିକ ଓ ଆତ୍ମିକରେ ବହୁ ପରିବର୍ତ୍ତନ ହୋଇଛି, ଭଦ୍ରକ ପୁସ୍ତକ ମେଳାର ନବମ...

ଆଧୁନିକ କବିତାର ଅଙ୍ଗିକ ଓ ଆତ୍ମିକରେ ବହୁ ପରିବର୍ତ୍ତନ ହୋଇଛି, ଭଦ୍ରକ ପୁସ୍ତକ ମେଳାର ନବମ ସନ୍ଧ୍ୟା

36

ଭଦ୍ରକ, ୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ କବିତା ଅନେକ ପରୀକ୍ଷା ନିରୀକ୍ଷାର ସମ୍ମୁଖୀନ ହୋଇଛି। ଦୁଇଦୁଇଟି ବିଶ୍ୱଯୁଦ୍ଧର ପ୍ରଭାବ, ଶିଳ୍ପ ସଭ୍ୟତାର ଅଭ୍ୟୁଦୟ, ବିଜ୍ଞାନର ଆବିଷ୍କାର ଓ ଯୁଗଯନ୍ତ୍ରଣାର ପୃଷ୍ଠଭୂମିରେ ଓଡ଼ିଆ କବିତାର ଆଙ୍ଗିକ ଓ ଆତ୍ମିକରେ ବ୍ୟାପକ ପରିବର୍ତ୍ତନ ଘଟିଛି। କଥ୍ୟଭାଷା ଓ ଲୋକଭାଷାର ସମନ୍ୱୟରେ କବିତା ସହଜ ଭାବରେ ନବବିପ୍ଳବର ବାର୍ତ୍ତା ପ୍ରଦାନ କରିବା ସହ ମଣିଷର କଥା କହିଛି ବୋଲି ସନ୍‌ସାଇନ ମିଶନ ସ୍କୁଲ୍ ନିକଟସ୍ଥ ମନମୋହନ ସଂଗୀତ ପରିଷଦ ପଡ଼ିଆରେ ଶନିବାର ଅନୁଷ୍ଠିତ ‘ଭଦ୍ରକ ପୁସ୍ତକମେଳା’ର ନବମ ସନ୍ଧ୍ୟାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ବିଶିଷ୍ଟ ଶିଶୁସାହିତ୍ୟ ଗବେଷକ ଡକ୍ଟର ମନୀନ୍ଦ୍ର ମହାନ୍ତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ଉପଜିଲ୍ଲାପାଳ ମନୋଜ ପାତ୍ର ଯୋଗଦେଇ ଆଧୁନିକ ଓଡ଼ିଆ ସାହିତ୍ୟର ସମୃଦ୍ଧିରେ ପୁସ୍ତକ ଓ ପତ୍ରପତ୍ରିକା ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କହିଥିଲେ। ଅନ୍ୟ ଅତିଥିଙ୍କ ମଧ୍ୟର ଡାକ୍ତର ରଣଜିତ୍ ଖଟୁଆ, ଅବସରପ୍ରାପ୍ତ ପ୍ରାଧ୍ୟାପକ ଶାନ୍ତନୁ ମହାନ୍ତି, ମନୋରଂଜନ ଦାସ, କରୁଣାକର ବେହୁରିଆ, କବି ରମାକାନ୍ତ ନାୟକ ପ୍ରମୁଖ ଓଡ଼ିଆ ଭାଷା ସାହିତ୍ୟର କାବ୍ୟଧାରା ଯେଉଁ ସାହିତ୍ୟିକଙ୍କ କାଳଜୟୀ କଲମରେ ପରିସ୍ଫୁଟନ ହୋଇଛି ସେମାନେ ଆମ୍ଭ ସମସ୍ତଙ୍କ ଚିର ସ୍ମରଣୀୟ ବୋଲି ମତବ୍ୟକ୍ତ କରିଥିଲେ।

ଡାକ୍ତର ଅନିଲ କୁମାର ଦାଶ ଅତିଥିଙ୍କୁ ମଞ୍ଚ ଆମନ୍ତ୍ରଣ କରିଥିବା ବେଳେ ଆଜିର ମଞ୍ଚ ବିଦ୍ୟୁତ୍ ପ୍ରଭାଦେବୀ ମଞ୍ଚରେ କବି ସତ୍ୟପ୍ରକାଶ ସେଠୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅଧ୍ୟାପକ ଦତ୍ତତ୍ତତ୍ରେୟ ଦାସ ସ୍ୱାଗତ ସମ୍ଭାଷଣ ରଖିଥିଲେ। ଏହି ସଭାରେ ବିଭିନ୍ନ ସନ୍ଧ୍ୟାରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମର ଅଂଶଗ୍ରହଣକାରୀଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା। ଗୌରାଙ୍ଗ ବାରିକ୍ ଶେଷସ୍ପର୍ଶ ପ୍ରଦାନ କରିଥିଲେ। ପୁସ୍ତକମେଳା କମିଟି ସଭାପତି ଅଜୟ ନାୟକ, ସମ୍ପାଦକ ରୂପକବିହାରୀ ରାୟ, ଉପସଭାପତି ଅଧ୍ୟାପକ ବିଶ୍ୱରଞ୍ଜନ ଦାସ, ଡକ୍ଟର ଅଭୟ କୁମାର ଦାସ, ଅଧିବକ୍ତା ଗଦାଧର ବଳ, ସମୀର ଦାସ, ରାଜେଶ ଦାସ, ବାବୁଲାଲ୍ ଦାସ, ଶ୍ରୀହର୍ଷ ସ୍ୱାଇଁ, କବି ଚର୍ଚ୍ଚିକା ମହାପାତ୍ର, ଦୁଃଶାସନ ମହାନ୍ତି, ପ୍ରବୀର ଜେନା, ଅଧ୍ୟାପକ ଗୋଲକ ସାହୁ, ପୁରୁଷୋତ୍ତମ ନାଥ, ଦମୟନ୍ତୀ ନାଥ, ଜାନକୀ ପାଢୀ, ମରୋରମା ରାୟ, ନିର୍ମଳ ରାଉତ, ଅଶୋକ ଦ୍ୱିବେଦୀ, ପ୍ରକୃତିବନ୍ଧୁ ବୈକୁଣ୍ଠ ବିଶ୍ୱାଳ, କବୟତ୍ରୀ ଗୀତାରାଣୀ ଆଇଚ, ଶଶାଙ୍କ ଶେଖର ସାହୁ, ସାମ୍ବାଦିକ ତପନ ମିଶ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ। ସାଂସ୍କୃତିକ ସମ୍ପାଦକ ବସନ୍ତ କୁମାର ମହାନ୍ତିଙ୍କ ସଂଚାଳନାରେ ପରିବେଷଣ ହୋଇଥିଲା। ଏହି ଅବସରରେ ସାହିତ୍ୟରତ୍ନ ସ୍ୱର୍ଗତ ଅପୂର୍ବ ରଂଜନ ରାୟଙ୍କ ପୁସ୍ତକ ‘ଆଧୁନିକ ସାହିତ୍ୟ ଓ କବିତା’, ବଂଶୀଧର ଖୁଣ୍ଟିଆଙ୍କ ‘ସହିଦ୍‌ଙ୍କ ଗାଁ’, ଦେବେନ୍ଦ୍ର ନାଥ ଧନୀଙ୍କର ‘ବିଶ୍ୱାବସୁର ବିଶ୍ୱପତି’, ଯୁଧିଷ୍ଠିର କୁଅଁରଙ୍କ ‘ପ୍ରୀତି ଶତକ’ ପୁସ୍ତକର ଲୋକାର୍ପଣ କରାଯାଇଥିଲା। ଆନ୍ତାକାଲି ପୁସ୍ତକ ମେଳାର ଅନ୍ତିମ ଦିବସ ବୋଲି ଆୟୋଜକମାନେ ସଭାରେ ଘୋଷଣା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.