Home ଜିଲ୍ଲା ପରିକ୍ରମା ଆଦିବାସୀ ଶିକ୍ଷକଙ୍କୁ ଧମକଦେବା ଅଭିଯୋଗ, ଶିକ୍ଷକନେତାଙ୍କ ବିରୋଧରେ ରୁଜୁ ମାମଲା ଦୁର୍ବଳ; ମୁଖ୍ୟମନ୍ତ୍ରୀଙ୍କୁ ସାନି ଅଭିଯୋଗ

ଆଦିବାସୀ ଶିକ୍ଷକଙ୍କୁ ଧମକଦେବା ଅଭିଯୋଗ, ଶିକ୍ଷକନେତାଙ୍କ ବିରୋଧରେ ରୁଜୁ ମାମଲା ଦୁର୍ବଳ; ମୁଖ୍ୟମନ୍ତ୍ରୀଙ୍କୁ ସାନି ଅଭିଯୋଗ

55

ଭଦ୍ରକ, ୧୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ତୁଳପଦୀ ସେବାଶ୍ରମ ବିଦ୍ୟାଳୟର ପ୍ରାଥମିକ ଶିକ୍ଷକ ରତ୍ନାକର ହେମ୍ବ୍ରମଙ୍କୁ ଚାନ୍ଦା ମାଗିବା, ଜାତିଆଣ ଆକ୍ଷେପ ସହ ଧମକ ଚମକ ଦେବା ଅଭିଯୋଗରେ ତଥାକଥିତ ଶିକ୍ଷକନେତା ପଙ୍କଜ କୁମାର ବେହେରାଙ୍କ ନାମରେ ଭଦ୍ରକ ଟାଉନଥାନାରେ ଋଜୁ ୧୮୭/୨୧ ନଂ ମାମଲା ଦୁର୍ବଳ ବୋଲି ସାନି ଅଭିଯୋଗ କରାଯାଇଛି । ଏଥିନେଇ ଶିକ୍ଷକ ଶ୍ରୀ ହେମ୍ବ୍ରମ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଅନଲାଇନରେ ଅପେକ୍ଷାକୃତ କର୍ମ ଦଫା ଲଗାଯିବା, ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରାନଯିବା ଓ ଅଭିଯୋଗକାରୀଙ୍କୁ ସୁରକ୍ଷା ଦିଆଯିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରାଯାଇଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ ଗତ ଫେବୃୟାରୀ ୧୨ ତାରିଖରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟରେ ଶିକ୍ଷକ ଶ୍ରୀ ହେମ୍ବ୍ରମଙ୍କୁ ପଙ୍କଜ ବେହେରା ଜୀବନରୁ ମାରିଦେବା ଧମକ ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା । ଏଥିନେଇ ଜିଲ୍ଲା ପୁଲିସ ଅଧିକ୍ଷକଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଶିକ୍ଷକ ସଙ୍ଗଠନର ତଥାକଥିତ ସଭାପତି ପଙ୍କଜ କୁମାର ବେହେରାଙ୍କ ପ୍ରରୋଚନାରେ ସ୍ୱଳ୍ପଦିନ ପାଇଁ ଅବସ୍ଥାପିତ ହୋଇଥିବା ନିର୍ଯ୍ୟାତିତ ଶିକ୍ଷକ ରତ୍ନାକର ହେମ୍ବ୍ରମଙ୍କୁ ଦହିପାଣିଆ ଉଚ୍ଚବିଦ୍ୟାଳୟରୁ ଗତ ବର୍ଷ କୋଭିଡ ଲକଡାଉନ ସମୟରେ ଡଗରପଡା ସେବାଶ୍ରମ ବିଦ୍ୟାଳୟକୁ ବଦଳି କରାଯାଇଥିଲା । ଆବଶ୍ୟକୀୟ କାଗଜପତ୍ର ଆସିନଥିବାରୁ ତିନି ମାସ ଦରମା ପାଇନଥିବା ବେଳେ ଶ୍ରୀ ହେମ୍ରମଙ୍କ ଠାରୁ କାର୍ଯ୍ୟାଳୟର ଜନୈକ ସହାୟିକା ଆଠଶହ ଟଙ୍କା ଉତ୍କୋଚ ନେଇ ଦରମା ପ୍ରଦାନ କରିଥିଲେ । ଏଥିନେଇ ଶ୍ରୀ ହେମ୍ବ୍ରମ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ମାତ୍ର ଜିଲ୍ଲା ମଙ୍ଗଳ ଅଧିକାରୀ ଏଥିନେଇ ଶ୍ରୀ ହେମ୍ବ୍ରମଙ୍କୁ ସର୍ବସମ୍ମୁଖରେ ଗାଳିଗୁଲଜ କରିଥିଲେ । କାର୍ଯ୍ୟାଳୟର ବିଭିନ୍ନ କାର୍ଯ୍ୟପାଇଁ ପଙ୍କଜ ବେହେରା ବାରମ୍ବାର ଅର୍ଥ ଦାବି କରୁଥିବା ଘଟଣା ସମ୍ପର୍କରେ ମଧ୍ୟ ଜିଲ୍ଲା ଅଧିକାରୀଙ୍କୁ ଜଣାଇଥିଲେ । ସମାଜ ମଙ୍ଗଳ ଅଧିକାରୀ ଉଭୟ ଶ୍ରୀ ହେମ୍ବ୍ରମ ଓ ଶ୍ରୀ ବେହେରାଙ୍କୁ ଆଲୋଚନା ପାଇଁ ଡକାଇଥିଲେ । ସେଠାରେ ହେଲେ ଫଳ ଓଲଟା ହୋଇଥିଲା । ପଙ୍କଜ ବେହେରା ଧମକ ଚମକ ଦେଇ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । କାର୍ଯ୍ୟାଳୟ ସହାୟିକା ଓ ଆତ୍ମଘୋଷିତ ଶିକ୍ଷକ ସଙ୍ଗଠନ ସଭାପତି ବାରମ୍ବାର ନିର୍ଯ୍ୟାତନା ଦେଉଥିବା ଅଭିଯୋଗ କରି ଏ ସମ୍ପର୍କରେ ନିର୍ଯ୍ୟାତିକ ଶିକ୍ଷକ ସମସ୍ତ ଘଟଣା ସମ୍ପର୍କରେ ଶ୍ରୀ ହେମ୍ବ୍ରମ ଅଭିଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.