Home ଜିଲ୍ଲା ପରିକ୍ରମା ଆଦାନୀ ଫାଉଣ୍ଡେସନ ସହାୟତାରେ ପ୍ରାଣୀ ସମ୍ପଦ ବିକାଶ କେନ୍ଦ୍ର ଉଦଘାଟିତ

ଆଦାନୀ ଫାଉଣ୍ଡେସନ ସହାୟତାରେ ପ୍ରାଣୀ ସମ୍ପଦ ବିକାଶ କେନ୍ଦ୍ର ଉଦଘାଟିତ

327

ଭଦ୍ରକ, ୧୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଏକ ଉପକୂଳବର୍ତ୍ତୀ ଜିଲ୍ଲା, ଯେଉଁଠାରେ କୃଷି ସହିତ ପଶୁପାଳନ ଓ ମତ୍ସ୍ୟଚାଷ ହେଉଛି ଜୀବିକା ନିର୍ବାହର ମୁଖ୍ୟ ବିକଳ୍ପ । ଆଦାନୀ ଧାମରା ପୋର୍ଟ ନିକଟବର୍ତ୍ତୀ ଗ୍ରାମପଂଚାୟତଗୁଡିକରେ ମଧ୍ୟ ସମାନ ଢଙ୍ଗରେ ଜୀବିକା ନିର୍ବାହ କରାଯାଉଛି । ଯଦିଓ ଏଠାରେ ବହୁ ସଂଖ୍ୟାରେ ପଶୁପାଳନ କରାଯାଉଛି, କିନ୍ତୁ ଉପଯୁକ୍ତ ପଶୁପାଳନରୁ ବଂଚିତ । ଏହି ପରିପ୍ରେକ୍ଷୀରେ ଆଦାନୀ ଫାଉଣ୍ଡେସନ ପକ୍ଷରୁ ବିଏଆଇଏଫ୍ ସହଯୋଗରେ ଏକ ସମନ୍ୱିତ ପଶୁପାଳନ ଯତ୍ନ ଏବଂ ବିକାଶ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଏଥିସହ ପ୍ରଜାତିର ବିକାଶ, ଗୋଖାଦ୍ୟ ନିମନ୍ତେ ସବୁଜ ଚାରା ରୋପଣ ଓ ଦୁଗ୍ଧ ଉତ୍ପାଦନ ବୃଦ୍ଧି କରିବାକୁ ପ୍ରସ୍ତାବ ଦିଆଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ୨୦୧୯ ଏପ୍ରିଲ ମାସରେ ଦୋସିଙ୍ଗା, କଇଥଖୋଲା ଓ କରଞ୍ଜମାଳ ଗ୍ରାମପଂଚାୟତରେ ସେବା ଯୋଗାଇଦେବା ପାଇଁ ଦୋସିଙ୍ଗା ଓ କରଞ୍ଜମାଳଠାରେ ୨ଟି ସମନ୍ୱିତ ପ୍ରାଣୀସମ୍ପଦ ବିକାଶ (ଆଇଏଲଡି) କେନ୍ଦ୍ର ଖୋଲାଯାଇଥିଲା । ଏଠାରେ ଗାଈ ଦୁଗ୍ଧ ଉତ୍ପାଦନ ବୃଦ୍ଧି ସହ ୨୧୮ ହାଇବ୍ରିଡ୍ ବାଛୁରୀ ଜନ୍ମ ହୋଇଛି । ଏହି ପ୍ରକଳ୍ପର ସାମଗ୍ରିକ ଉଦ୍ଦେଶ୍ୟ ହେଉଛି ସ୍ଥାୟୀ ଜୀବିକା ସୁଯୋଗ ଯୋଗାଇ ଗ୍ରାମୀଣ ପରିବାରର ଆର୍ଥିକ ସ୍ଥିତିକୁ ବୃଦ୍ଧି କରିବା । ସ୍ଥାନୀୟ ପଶୁମାନଙ୍କର ଉନ୍ନତି କରି ଉତ୍ପାଦନ ବୃଦ୍ଧି କରିବା ସହ ସାମାଜିକ-ଅର୍ଥନୈତିକ ଲାଭ ବିଷୟରେ କୃଷକମାନଙ୍କୁ ସଚେତନ କରାଯାଉଛି । ଦ୍ୱିତୀୟ ପର୍ଯ୍ୟାୟରେ ସେପ୍ଟେମ୍ବର ୧୪ରେ କରଣପଲ୍ଲୀ ଗ୍ରାମପଂଚାୟତର ବିଜୟ ପାଟଣା ଗ୍ରାମରେ ଆଉ ଏକ ସମନ୍ୱିତ ପ୍ରାଣୀସମ୍ପଦ ବିକାଶ (ଆଇଏଲଡି) କେନ୍ଦ୍ର ଉଦ୍‌ଘାଟନ କରାଯାଇଛି, ଯାହା କରଣପଲ୍ଲୀ, ପଞ୍ଚୁଟିକ୍ରି ଏବଂ ବାଲିମୁଣ୍ଡା ଗ୍ରାମପଂଚାୟତକୁ ସେବା ଯୋଗାଇବ । ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ କରଣପଲ୍ଲୀ ସରପଂଚ ବାବୁଲି ସେଠୀ, ବାଂଶଡା ଭିଏସ୍ ଡକ୍ଟର ରଶ୍ମିରେଖା ସେଠୀ, ବିଏଆଇଏଫ୍ ଡକ୍ଟର ସନ୍ତୋଷ କୁମାର ଓ ପଙ୍କଜ ସିଂ ଉପସ୍ଥିତ ଥିଲେ । ଆଗାମୀ ଦିନରେ ଜାଗୁଳାଠାରେ ଆଉ ଏକ କେନ୍ଦ୍ର ଖୋଲିବାକୁ ଲକ୍ଷ୍ୟ ରଖାଯାଇଛି, ଯାହା ଜାଗୁଳା, ଧାମରା ଏବଂ ବାଂଶଡା ଗ୍ରାମପଂଚାୟତରେ କାର୍ଯ୍ୟ କରିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.