Home ଆନ୍ତର୍ଜାତୀୟ ଆଜି ଭାରତ-ୱଷ୍ଟଇଣ୍ଡିଜ ପ୍ରଥମ ଦିନିକିଆ : କ’ଣ ହେବ ଲକ୍ଷ ?

ଆଜି ଭାରତ-ୱଷ୍ଟଇଣ୍ଡିଜ ପ୍ରଥମ ଦିନିକିଆ : କ’ଣ ହେବ ଲକ୍ଷ ?

883

ନୂଆଦିଲ୍ଲୀ, ୦୮/୦୮, (ଓଡ଼ିଆ ପୁଅ /ପଙ୍କଜିନୀ ନାୟକ):ଆଜିଠୁ ଭାରତ ୱେଷ୍ଟଇଣ୍ଡିଜ୍‌ପ୍ରଥମ ଦିନିକିଆ। ଆଜି ରାତିରେ ଗୟନାର ପ୍ରୋଭିଡେନ୍ସ ଷ୍ଟାଡିୟମରେ ମ୍ୟାଚ୍‌ଖେଳାଯିବ। ଟି-୨୦ ସିରିଜ୍‌ହାତେଇବା ପରେ ଏବେ ଦିନିକିଆ ସିରିଜ୍‌ଜିତିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ମ୍ୟାନ୍‌ଇନ୍‌ବ୍ଲୁ। ସେପଟେ ଟି-୨୦ ସିରିଜ୍‌ହାରିଥିବାରୁ ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିବ ଇଣ୍ଡିଜ୍‌ବାହିନୀ। ଇଣ୍ଡିଜ୍‌ଦଳକୁ ବିସ୍ଫୋରକ ବ୍ୟାଟ୍‌ସମ୍ୟାନ୍‌କ୍ରିସ୍‌ଗେଲ୍‌ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।

ସେପଟେ ଆହତ ଯୋଗୁ ବିଶ୍ୱକପ୍‌ରେ ମାତ୍ର ଦୁଇଟି ମ୍ୟାଚ୍‌ଖେଳିଥିବା ଶିଖର ଧଓ୍ଵନ, ଟି-୨୦ରେ ସେପରି କିଛି ଭଲ ପ୍ରଦର୍ଶନ କରିନଥିଲେ। ଏହା ସତ୍ତ୍ୱେ ବି ରୋହିତ ଶର୍ମାଙ୍କ ସହ ସେ ପାଳି ଓପନ୍‌କରିପାରନ୍ତି। ୪ ନମ୍ବର ସ୍ଥାନରେ ଖେଳିପାରନ୍ତି ଲୋକେଶ ରାହୁଲ। ମନୀଷ ପାଣ୍ଡେ ଓ ଶ୍ରେୟସ୍‌ଆୟରଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିପାରେ। ତିନିଟି ଯାକ ଟି-୨୦ ଖେଳିଥିବା ଭୁବନେଶ୍ୱର କୁମାରଙ୍କୁ ଆଜି ବିଶ୍ରାମ ଦିଆଯାଇପାରେ। ଟି-୨୦ରେ ଭଲ ପ୍ରଦର୍ଶନ କରିଥିବା ନଭଦୀପ ସାଇନି ଦିନିକିଆରେ ଡେବ୍ୟୁ କରିପାରନ୍ତି।

ତେବେ ଭାରତ ଓ ୱେଷ୍ଟଇଣ୍ଡିଜ୍‌ମଧ୍ୟରେ ମୋଟ୍‌୧୨୭ଟି ମ୍ୟାଚ୍‌ଖେଳଯାଇଛି। ଭାରତ ୬୦ଟି ମ୍ୟାଚ୍‌ଜିତିଥିବା ବେଳେ ୱେଷ୍ଟଇଣ୍ଡିଜ୍‌ଜିତିଛି ୬୨ଟି ମ୍ୟାଚ୍‌।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.