Home ଜିଲ୍ଲା ପରିକ୍ରମା ଆଜି ଭଦ୍ରକରେ ୪୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଲେ, ମୃତ୍ୟୁ ସଂଖ୍ୟାରେ ୧ ବୃଦ୍ଧି

ଆଜି ଭଦ୍ରକରେ ୪୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଲେ, ମୃତ୍ୟୁ ସଂଖ୍ୟାରେ ୧ ବୃଦ୍ଧି

75

ଭଦ୍ରକ, ୧୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଜିଲ୍ଲାରୁ ନୂଆ କରୋନା ଆକ୍ରାନ୍ତ ୪୭ଜଣ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୨୧୩ ହୋଇଛି । ସେହିଭଳି ସୁସ୍ଥଙ୍କ ସଂଖ୍ୟା ହୋଇଛି ୫୬୨୪ । ଆଜି ଆଉ ଜଣେ କରୋନା ରୋଗୀଙ୍କ ମୃତ୍ୟୁ ଘଟିବା ଯୋଗୁ ଜିଲ୍ଲାର ମୋଟ କରୋନା ମୃତ୍ୟୁ ସଂଖ୍ୟା ୧୬ରେ ପହଞ୍ଚିଛି । ଏବେ ଜିଲ୍ଲାର ସକ୍ରିୟ ଆକ୍ରାନ୍ତ ୫୭୩ ଜଣ ରହିଛନ୍ତି । ନୂଆ ଚିହ୍ନଟ ଆକ୍ରାନ୍ତ ମାନେ ବାସୁଦେବପୁର ବ୍ଳକର ଜଣେ, ଭଦ୍ରକ ବ୍ଲକର ୬ଜଣ, ଭଦ୍ରକ ପୌରପାଳିକାର ୭ଜଣ, ବନ୍ତ ବ୍ଳକର ୪ଜଣ, ଚାନ୍ଦବାଲି ବ୍ଳକର ୫ଜଣ, ଚାନ୍ଦବାଲି ଏନ୍‌ଏସିର ୨ଜଣ, ଧାମନଗର ବ୍ଲକର ୨ଜଣ, ତିହିଡି ବ୍ଲକର ୨୦ଜଣ । ଜିଲ୍ଲାରୁ ଆଜି ସୁଦ୍ଧା ମୋଟ ୧ ଲକ୍ଷ ୪ ହଜାର ୨୭୭ଜଣଙ୍କ ନମୁନା ପରୀକ୍ଷା କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.