Home ଜିଲ୍ଲା ପରିକ୍ରମା ଆଜି ଭଦ୍ରକରେ ୧୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଆଜି ଭଦ୍ରକରେ ୧୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

41

ଭଦ୍ରକ, ୧୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୀର୍ଘ ଦିନର ବ୍ୟବଧାନ ପରେ ଆଜି ପ୍ରଥମ ଥର ପାଇଁ ଜିଲ୍ଲାରୁ ମାତ୍ର ୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ନେଇ ପ୍ରଶାସନ ସାମାନ୍ୟ ଆଶ୍ୱସ୍ତି ପାଇଛି । ଯେତେବେଳେ କି ଆଜି ୧୩୧୬ ନମୁନା ପରୀକ୍ଷା କରାଯିବା ପରେ ୧୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ସୁଦ୍ଧା ୧ ଲକ୍ଷ ୪ହଜାର୨୭୭ଜଣଙ୍କ ନମୁନା ପରୀକ୍ଷା ସରିଥିବା ବେଳେ ଆଜି ଏହି ସଂଖ୍ୟା ୧ ଲକ୍ଷ ୫ଜାର ୫୯୩ରେ ପହଞ୍ଚିଛି । ୩୧ଜଣ ସୁସ୍ଥ ହେବା ପରେ ସୁସ୍ଥଙ୍କ ସଂଖ୍ୟାରେ ବୃଦ୍ଧି ଘଟିବା ସହ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ଘଟିଛି । ଜିଲ୍ଲାର ମୋଟ ଆକ୍ରାନ୍ତ୬୨୨୯ ହୋଇଥିବା ବେଳେ ମୋଟ ସୁସ୍ଥ ୫୬୫୫ ହୋଇଛି । ଏବେ ସକ୍ରିୟ ଆକ୍ରାନ୍ତ ୫୫୮ ଜଣ ଅଛନ୍ତି । ଚିହ୍ନଟମାନଙ୍କ ମଧ୍ୟରେ ଭଦ୍ରକ ପୌରପାଳିକାର ଜଣେ ଆକ୍ରାନ୍ତ ଭୁବନେଶ୍ୱରର ସୃଷ୍ଟି ହସ୍‌ପିଟାଲରୁ ଚିହ୍ନଟ ହୋଇଥିବା ବେଳେ ଧାମନଗର ବ୍ଳକର ୨ଜଣ ଆକ୍ରାନ୍ତ ଧୁଷୁରୀ ପଞ୍ଚାୟତରୁ ଓ ଜଣେ ଆକ୍ରାନ୍ତ ସାହାସପୁର ପଞ୍ଚାୟତରୁ ଚିହ୍ନଟ ହୋଇଛନ୍ତି । ସେହିଭଳି ତିହିଡି ବ୍ଲକର ପାଳିଆବିନ୍ଧା ପଞ୍ଚାୟତରୁ ୨ଜଣ, ବୋଡକ ପଞ୍ଚାୟତରୁ ଜଣେ, ବାସୁଦେବପୁର ବ୍ଲକର ବାଲିମେଦ ପଞ୍ଚାୟତରୁ ଜଣେ, ବାସୁଦେବପୁର ପୌରପାଳିକାର ମନ୍ଦାରୀ ଅଞ୍ଚଳରୁ ଜଣେ, ଭଦ୍ରକ ବ୍ଲକର ରାଣିତାଲ ପଞ୍ଚାୟତରୁ ଜଣେ, ରମ୍ଭିଳା ପଞ୍ଚାୟତରୁ ଜଣେ, ଭଦ୍ରକ ପୌରପାଳିକାର ୱାର୍ଡ ନଂ ୨, ୬, ୯ରୁ ଜଣେ ଲେଖାଏଁ, ଚାନ୍ଦବାଲି ବ୍ଲକର ବାଂଶଡା ଓ ବାଜରାପୁର ପଞ୍ଚାୟତରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଅପରପକ୍ଷରେ ବନ୍ତ ବ୍ଲକ, ଚାନ୍ଦବାଲି ଏନ୍‌ଏସି, ଧାମନଗର ଏନ୍‌ଏସିରୁ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି । ମୋଟ ବାସୁଦେବପୁର ବ୍ଳକରୁ ଜଣେ, ବାସୁଦେବପୁର ପୌରପାଳିକାରୁ ଜଣେ, ଭଦ୍ରକ ବ୍ଲକରୁ ୨ଜଣ, ଭଦ୍ରକ ପୌରପାଳିକାରୁ ୪ଜଣ, ଚାନ୍ଦବାଲି ବ୍ଳକରୁ ୨ଜଣ, ଧାମନଗର ବ୍ଲକରୁ ୩ଜଣ ଏବଂ ତିହିଡି ବ୍ଲକରୁ ୩ଜଣ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.