Home ଜିଲ୍ଲା ପରିକ୍ରମା ଆଜି ଭଦ୍ରକରୁ ୬ କରୋନା ଆକ୍ରାନ୍ତ ଚିହ୍ନଟ

ଆଜି ଭଦ୍ରକରୁ ୬ କରୋନା ଆକ୍ରାନ୍ତ ଚିହ୍ନଟ

39

ଭଦ୍ରକ, ୨୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଜିଲ୍ଲାରୁ ନୂଆକରି ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ଫଳରେ ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ହୋଇଛି ୭ହଜାର ୧୩୦ । ସେହିଭଳି ୨୮ଜଣ ସୁସ୍ଥ ହେବା ପରେ ଜିଲ୍ଲାର ସୁସ୍ଥଙ୍କ ସଂଖ୍ୟା ହୋଇଛି ୬ହଜାର ୯୯୫ । ଆଉ ୧୧୨ଜଣ ଆକ୍ରାନ୍ତ ସକ୍ରିୟ ରହିଛନ୍ତି । ଆଜିସୁଦ୍ଧା ମୋଟ ୧ ଲକ୍ଷ ୫୯ହଜାର ୮୧୬ଜଣଙ୍କ ନମୁନା ପରୀକ୍ଷା ହୋଇଛି । ଚିହ୍ନଟ ଆକ୍ରାନ୍ତମାନେ ହେଲେ ବାସୁଦେବପୁର ବ୍ଲକର ଚୁଡାମଣି ପଞ୍ଚାୟତର ଜଣେ, ଭଦ୍ରକ ବ୍ଲକର କୋରକୋରା ପଞ୍ଚାୟତରୁ ଜଣେ, ଭଦ୍ରକ ପୌରପାଳିକାର ୭ ନଂ ୱାର୍ଡରୁ ୨ଜଣ, ତିହିଡି ବ୍ଲକର ବିଲଣା ପଞ୍ଚାୟତରୁ ଜଣେ, ଭଣ୍ଡାରିପୋଖରୀ ବ୍ଳକର ତେସିଂଗା ପଞ୍ଚାୟତରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.