Home ଜିଲ୍ଲା ପରିକ୍ରମା ଆଜି ଚିହ୍ନଟ ହେଲେ ଆଉ ନୂଆ ୫୫ ଆକ୍ରାନ୍ତ

ଆଜି ଚିହ୍ନଟ ହେଲେ ଆଉ ନୂଆ ୫୫ ଆକ୍ରାନ୍ତ

103

ଭଦ୍ରକ, ୧୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରୁ ଆଜି ଆଉ ନୂଆ ୫୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୪୧୩୯ ହୋଇଛି । ଅନ୍ୟପକ୍ଷରେ ଆଉ ୩୪ ଆକ୍ରାନ୍ତ ସୁସ୍ଥ ହେବା ପରେ ମୋଟ ସୁସ୍ଥଙ୍କ ସଂଖ୍ୟା ୩୩୧୨ ହୋଇଛି । ଏବେ ଆଉ ୮୧୭ ଜଣ ଆକ୍ରାନ୍ତ ଆକ୍ଟିଭ ଅଛନ୍ତି । ସୂଚନା ଅନୁଯାୟୀ ନୂତନ ଆକ୍ରାନ୍ତଙ୍କ ମଧ୍ୟରେ ବାସୁଦେବପୁର ବ୍ଲକରୁ ୩ଜଣ, ବାସୁଦେବପୁର ପୌରପାଳିକାରୁ ୩ଜଣ, ଭଦ୍ରକ ବ୍ଲକରୁ ୯ଜଣ, ଭଦ୍ରକ ପୌରପାଳିକାରୁ ୧୨, ବନ୍ତ ବ୍ଲକରୁ ୭ଜଣ, ଭଣ୍ଡାରିପୋଖରୀ ବ୍ଲକରୁ ୧୩ଜଣ, ଧାମନଗର ବ୍ଲକରୁ ୨ଜଣ, ତିହିଡି ବ୍ଲକରୁ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ସୁଦ୍ଧା ଜିଲ୍ଲାରୁ ମୋଟ ୬୫ ହଜାର ୮୭୬ ନମୁନା ପରୀକ୍ଷା ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.