Home ଜିଲ୍ଲା ପରିକ୍ରମା ଆଜି ଚିହ୍ନଟ ହେଲେ ଆଉ ନୂଆ ୧୪୩ ଆକ୍ରାନ୍ତ

ଆଜି ଚିହ୍ନଟ ହେଲେ ଆଉ ନୂଆ ୧୪୩ ଆକ୍ରାନ୍ତ

145

ଭଦ୍ରକ, ୧୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରୁ ଆଜି ଆଉ ନୂଆ ୧୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ଅତିକ୍ରମ କରିଛି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଏବେ୪୦୮୪ ହୋଇଛି । ଅନ୍ୟପକ୍ଷରେ ଆଉ ୧୬୭ ଆକ୍ରାନ୍ତ ସୁସ୍ଥ ହେବା ପରେ ମୋଟ ସୁସ୍ଥଙ୍କ ସଂଖ୍ୟା ୩୨୭୮ ହୋଇଛି । ଏବେ ଆଉ ୭୯୬ ଜଣ ଆକ୍ରାନ୍ତ ଆକ୍ଟିଭ ଅଛନ୍ତି । ସୂଚନା ଅନୁଯାୟୀ ନୂତନ ଆକ୍ରାନ୍ତଙ୍କ ମଧ୍ୟରେ ବାସୁଦେବପୁର ବ୍ଲକରୁ ୪୭ଜଣ, ବାସୁଦେବପୁର ପୌରପାଳିକାରୁ ୧୩ଜଣ, ଭଦ୍ରକ ବ୍ଲକରୁ ୧୦, ଭଦ୍ରକ ପୌରପାଳିକାରୁ ୧୬, ବନ୍ତ ବ୍ଲକରୁ ୯, ଭଣ୍ଡାରିପୋଖରୀ ବ୍ଲକରୁ ୨ଜଣ, ଚାନ୍ଦବାଲି ବ୍ଲକରୁ ୫ଜଣ, ଚାନ୍ଦବାଲି ଏନ୍‌ଏସିରୁ ଜଣେ, ଧାମନଗର ବ୍ଲକରୁ ୩ଜଣ, ଧାମନଗର ଏନ୍‌ଏସିରୁ ଜଣେ, ତିହିଡି ବ୍ଲକରୁ ୩୫ଜଣ ଏବଂ ଅନ୍ୟ ଜିଲ୍ଳାର ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ସୁଦ୍ଧା ଜିଲ୍ଲାରୁ ମୋଟ ୬୪ ହଜାର ୨୮୩ ନମୁନା ପରୀକ୍ଷା ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.