Home ଜିଲ୍ଲା ପରିକ୍ରମା ଆଜିି ଚିହ୍ନଟ ହେଲେ ୩୦ କରୋନା ଆକ୍ରାନ୍ତ

ଆଜିି ଚିହ୍ନଟ ହେଲେ ୩୦ କରୋନା ଆକ୍ରାନ୍ତ

53

ଭଦ୍ରକ, ୨୯ା୧୦ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) – ଜିଲ୍ଲାରୁ ଆଜି ଚିହ୍ନଟ ହୋଇଛନ୍ତି ଆଉ ୩୦ ନୂଆ କରୋନା ଆକ୍ରାନ୍ତ । ଯାହାଙ୍କୁ ମିଶାଇ ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ହୋଇଛି ୬୬୭୦ । ଏହି ଆକ୍ରାନ୍ତଙ୍କ ମଧ୍ୟରୁ ମୋଟ ୬୩୨୪ଜଣ ସୁସ୍ଥ ହୋଇ ସାରିଛନ୍ତି । ଏବେ ଜିଲ୍ଲାରେ ମୋଟ ୩୩୦ଜଣ କରୋନା ଆକ୍ରାନ୍ତ ସକ୍ରିୟ ଥାଇ ଚିକିତ୍ସିତ ହେଉଛନ୍ତି । ଆଜି ଯେଉଁ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି ସେମାନେ ବାସୁଦେବପୁର ବ୍ଲକର ୩ଜଣ, ଭଦ୍ରକ ବ୍ଲକର ୯ଜଣ, ଭଦ୍ରକ ପୌରପାଳିକାର ୭ଜଣ, ବନ୍ତ ବ୍ଲକର ୨ଜଣ, ଚାନ୍ଦବାଲି ବ୍ଳକର ଜଣେ, ଧାମନଗର ବ୍ଲକର ୫ଜଣ, ତିହିଡି ବ୍ଲକର ୩ଜଣ । ଆଜି ସୁଦ୍ଧା ମୋଟ ୧ ଲକ୍ଷ ୨୦ହଜାର ୬୫୧ଜଣଙ୍କ ନମୁନା ପରୀକ୍ଷା ସରିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.