Home ଓଡ଼ିଶା ଆଖଣ୍ଡଳମଣି ପୀଠରେ କାର୍ଯ୍ୟକାରୀ ହେବ ମାଷ୍ଟରପ୍ଲାନ, ୨ଟି ପର୍ଯ୍ୟଟନସ୍ଥଳୀ ସହ ଯୋଡି ହେବ ବାବାଙ୍କ ପୀଠ

ଆଖଣ୍ଡଳମଣି ପୀଠରେ କାର୍ଯ୍ୟକାରୀ ହେବ ମାଷ୍ଟରପ୍ଲାନ, ୨ଟି ପର୍ଯ୍ୟଟନସ୍ଥଳୀ ସହ ଯୋଡି ହେବ ବାବାଙ୍କ ପୀଠ

18

ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟର ବହୁ ପୁରାତନ ଶୈବପୀଠର ଉନ୍ନତିମୂଳକ କାର୍ଯ୍ୟ ପାଇଁ ଦୀର୍ଘ ୫୦ ବର୍ଷ ହେବ ପ୍ରସ୍ତୁତ ହୋଇଥିବା ମାଷ୍ଟରପ୍ଲାନ୍ କାର୍ଯ୍ୟକାରୀ ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ୫ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ ଆଜି ପୂର୍ବ ପ୍ରସ୍ତୁତି ଅନୁଯାୟୀ ଅପରାହ୍ନ ୪.୩୦ ରେ ଆରଡି ବୈତରଣୀ ନଦୀ ଘାଟ ନିକଟରେ ପ୍ରସ୍ତୁତ ହେଲିପେଡ୍‌ରେ ଓହ୍ଲାଇ ମନ୍ଦିର ନିକଟରେ ପହଞ୍ôଚଥିଲେ। ସେଠାରେ ସେବାୟତମାନଙ୍କ ପକ୍ଷରୁ ସ୍ୱାଗତ କରାଯିବା ସହ ମନ୍ଦିର ଭିତରକୁ ପାଛୋଟି ନେଇଥିଲେ ୨ ସଚିବଙ୍କୁ। ମନ୍ଦିର ମଧ୍ୟରେ ୩୦ ମିନିଟ୍ ଧରି ପୂଜାର୍ଚ୍ଚନା କରିବା ସହ ପ୍ରଥମ ପର୍ଯ୍ୟାୟରେ ଯୋଗାଇ ଦିଆଯାଇଥିବା ମନ୍ଦିର ସଂପ୍ରସାରଣ ସହ ଉନ୍ନତି ମୂଳକ କାର୍ଯ୍ୟ ବିଭିନ୍ନ ପ୍ରକଳ୍ପ କେତେ ଆଗେଇଛି ବୁଲି ଦେଖିଥିଲେ। ପରେ ୨ୟ ପର୍ଯ୍ୟାୟରେ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପର ବ୍ଲୁ ପ୍ରିଣ୍ଟ ଦେଖିବା ସହ ସମସ୍ତ କାର୍ଯ୍ୟର ମାଷ୍ଟରପ୍ଲାନ କାର୍ଯ୍ୟକାରୀ ଆରମ୍ଭ କରିବା ପାଇଁ ସେବାୟତଙ୍କ ସହ ଆଲୋଚନା କରିଥିଲେ। ଏଥିସହ ଆଖଣ୍ଡଳମଣିଙ୍କ ପୀଠ ପଡୋଶୀ ଜିଲା କେନ୍ଦ୍ରାପଡାର ବଳଦେବଜୀଉ ଓ ଯାଜପୁରର ମା’ ବିରଜା କ୍ଷେତ୍ର ସହ ଯୋଡି ବେହା ପାଇଁ ବାଧକ ସାଜିଥିବା ବୈତରଣୀର ମାନପୁର ଘାଟ ଓ ସାଳନ୍ଦୀ ନଦୀର ତିନିତର ଘାଟ ନିକଟରେ ଖୁବଶୀଘ୍ର ସେତୁ ନିର୍ମାଣ ହେବ ବୋଲି କହିଥିଲେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର। ୨ ସଚିବଙ୍କ ଗସ୍ତ ସମୟରେ ଭଦ୍ରକ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଉପଜିଲାପାଳ ତଥା ମନ୍ଦିର ଟ୍ରଷ୍ଟି ମନୋଜ ପାତ୍ର, ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସହ ଅନ୍ୟାନ୍ୟ ଅଧିକାରୀ ଓ ସେବାୟତ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.