ad
ଜିଲ୍ଲା ପରିକ୍ରମା

ଆଖଣ୍ଡଳମଣିଙ୍କ ମନ୍ଦିରର ଗର୍ଭଗୃହର ବର୍ଷାଋତୁରେ ପାଣିଝର ପଡିବା ଘଟଣା, କ୍ଷେତ୍ର ପରିଦର୍ଶନ କଲେ ରାଜ୍ୟ ଦେବୋତ୍ତର ଓ ପ୍ରତ୍ନତ୍ତ୍ୱତ୍ତ ବିଭାଗ, ରୂପା ଛାଉଣୀ ହେବ ମଣିବାବାଙ୍କ ବିଗ୍ରହ

ଭଦ୍ରକ, ୧୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟର ବହୁ ପୁରାତନ ଶୈବପୀଠ ଭାବେ ପରିଚିତ ଆରଡିଧାମର ବାବା ଆଖଣ୍ଡଲମଣିଙ୍କ ମନ୍ଦିର ଗର୍ଭଗୃହରେ ବର୍ଷାଋତୁରେ ପାଣିଝର ପଡିବା ଫଳରେ ମଣିବାବାଙ୍କ ବିଗ୍ରହ ବୁଡିବା ସହ ଚଟାଣ ଦୃବଳ ହେବା । ଭକ୍ତଙ୍କ ଦର୍ଶନ ନିମନ୍ତେ ସୁବ୍ୟବସ୍ଥା ପାଇଁ ଧାଡି ବ୍ୟବସ୍ଥା କରିବା, ମନ୍ଦିର ବେଢା ପରିସରରକର ନୂଆ ରୂପରେଖ ଦେବାପାଇଁ ସେବାୟତଙ୍କ ପକ୍ଷରୁ ରାଜ୍ୟ ଦେବୋତ୍ତର ଓ ପ୍ରତ୍ନତ୍ତ୍ୱତ ବିଭାଗ ନିକଟରେ ବହୁବାର ଦାବି ହୋଇ ଆସୁଥିଲା । ଏହାର ସ୍ଥାୟୀ ପ୍ରତିକାର ପାଇଁ ଭଦ୍ରକ ଜିଲାପ୍ରଶାସନ ଓ ମନ୍ଦିର ଟ୍ରଷ୍ଟ ପକ୍ଷରୁ ମଧ୍ୟ ପତ୍ର ଲେଖା ଯାଇଥିଲା । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅର୍ଥ ମଞୁର ହେବା ପରେ ଆଜି ରାଜ୍ୟ ଦେବୋତ୍ତର କମିଶନର ଚିତ୍ତରଞନ ମହାପାତ୍ର, ଡେପୁଟି କମିଶନର, ଆସିଷ୍ଟାଣ୍ଟ କମିଶନର, ପ୍ରତ୍ନତ୍ତ୍ୱତ ବିଭାଗର ନିର୍ଦେଶକ, ଆରିକଟେକର ଅଧିକାରୀ, ଜଳସେଚନ ବିଭାଗର ଅଧିକାରୀ ସହ ଭଦ୍ରକ ଜିଲାପାଳ ଜ୍ଞାନ ଦାସ, ଉପଜିଲାପାଳ ତଥା ମନ୍ଦିର ଟ୍ରଷ୍ଟି ପିତାମ୍ବର ସାମଲ, ଚାନ୍ଦବାଲି ତହସିଲିଦାରଙ୍କ ସହ ବହୁ ପ୍ରଦାଧିକାରୀ ପୀଠରେ ପହଁଚିବା ପରେ କମିଶନର ଶ୍ରୀ ମହାପାତ୍ରଙ୍କ ସହ ପ୍ରତ୍ନତ୍ତ୍ୱତ ବିଭାଗର ଅଧିକାରୀମାନେ ଧୋତି ପରିଧ୍ୟାନ କରି ମନ୍ଦିର ଗର୍ଭଗୃହର ଯାଞ୍ଚ କରିବା ସହ ମନ୍ଦିର ବେଢା ପରିସର ବୁଲି ଦେଖିଥିଲେ । ଏପରିକି କୋଭିଡ କଟକଣା ଭିତରେ ସେବାୟତଙ୍କ ସହ ମନ୍ଦିରର ଲାଗି ରହିଥିବା ସମସ୍ୟା ବାବଦରେ ପଚାରି ବୁଝିଥିଲେ । ପରେ ମନ୍ଦିର କାର୍ଯ୍ୟାଳୟରେ ଅଧିକାରୀମାନେ ସେବାୟତଙ୍କ ସହ ଆଲୋଚନା ହୋଇଥିଲା । ମଣିବାବାଙ୍କ ଗର୍ଭଗୃହର ସ୍ଥାୟୀ ସୁରକ୍ଷା ନିମନ୍ତେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବା ସହିତ ମଣିବାବାଙ୍କ ବିଗ୍ରହକୁ ରୂପା ଛାଉଣୀ କରାଯିବ ବୋଲି ଉଭୟଙ୍କ ପକ୍ଷରୁ ମତ ପ୍ରକାଶ ପାଇଥିଲା । ସେହିପରି ଭକ୍ତମାନଙ୍କର ଶୃଙ୍ଖଳିତ ଦର୍ଶନ ପାଇଁ ସ୍ୱତନ୍ତ୍ର ଧାଡି ବ୍ୟବସ୍ଥା, ସମସ୍ତ ମୁଖଚାଳି ଦ୍ୱାରର ମରାମତି, ମୁକ୍ତିମଣ୍ଡପର ମରାମତି ଆଦି କରାଯିବା ସହିତ ମନ୍ଦିର ବେଢା ପରିସରକୁ ନୂଆ ରୂପରେଖ ଦିଆଯିବ ବୋଲି ଉଭୟ ଦେବୋତ୍ତର ଓ ପ୍ରତ୍ନତ୍ତ୍ୱତ ବିଭାଗର ଅଧିକାରୀମାନେ ପ୍ରକାଶ କରିଥିଲେ । ସେହିପରି ଏହି ପୀଠର କିପରି ଉନ୍ନତି ହୋଇପାରିବ ଓ ଭକ୍ତଙ୍କୁ ଆକର୍ଷଣ କରିବା ପାଇଁ ପରିବେଶ ସୃଷ୍ଟି କରିବାନେଇ ସମସ୍ତ କର୍ମକର୍ତ୍ତ ଓ ସେବାୟତଙ୍କ ସହିତ ଆଲୋଚନା କରିଥିଲେ । ପୂର୍ବରୁ ମନ୍ଦିର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୬କୋଟି ଟଙ୍କା ଅନୁଦାନ ମିଳିଥିଲା । ଏହି ଅର୍ଥ ଜରିଆରେ ବାବାମଣୀ ମନ୍ଦିର ଓ ମନ୍ଦିର ବାହାର ପାରିପାଶ୍ୱିକ ଉନ୍ନତି କିପରି ହୋଇପାରିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟ ଆସନ୍ତା ନଭେମ୍ବର ମାସରୁ ଆରମ୍ଭ ହେବବୋଲି ବିଭାଗୀୟ କତ୍ତୃପକ୍ଷ ସୂଚନା ଦେଇଥିଲେ ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top