Home ଜିଲ୍ଲା ପରିକ୍ରମା ଆଖଣ୍ଡଳମଣିଙ୍କ ମନ୍ଦିରରେ ଦେବସ୍ନାନ ନୀତି ଅନୁଷ୍ଠିତ, ୫୧ଗୋଟି ସୁବାଷିତ କଳସ ସ୍ନାନ କଲେ ବାବା

ଆଖଣ୍ଡଳମଣିଙ୍କ ମନ୍ଦିରରେ ଦେବସ୍ନାନ ନୀତି ଅନୁଷ୍ଠିତ, ୫୧ଗୋଟି ସୁବାଷିତ କଳସ ସ୍ନାନ କଲେ ବାବା

9

ଭଦ୍ରକ, ୧୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ବୁଧବାର ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା। ଭୋର ୪ଟାରେ ଦ୍ୱାରଫିଟା ନୀତି ସହ ମଧ୍‌ଯାହ୍ନ ୨ଟା ସୁଧା ସମସ୍ତ ସକାଳ ଧୂପ(ନୀତିକାନ୍ତି) ସରିବା ପରେ ୫୧ଜଣ ସେବାୟତ ମନ୍ଦିର ଠାରୁ ୧କିମି ଦୂର ବୈତରଣୀନଦୀକୁ ଯାଇ ବୁଡ ପକାଇବା ସହ ୫୧ ଗୋଟି ପିତଳ କଳସରେ ପାଣି ଉଠାଇ ବାବାଙ୍କ ପାଖରେ ପହଁଚିବା ପରେ ବ୍ରାହ୍ମଣଙ୍କ ବେଦପାଠରେ ଜଳକୁ ସୁବାସିତ କରାଯାଇ ବାବାଙ୍କୁ ମହାସ୍ନାନ କରାଯାଇଥିଲା। ପରେ ପାର୍ଶ୍ୱ ଦେବାଦେବୀଙ୍କୁ ମହାସ୍ନାନ କରାଯାଇ ସଂଧ୍ୟାରେ ବାବାଙ୍କୁ ବଡସିଂହାର ବେଶରେ ସଜିତ କରାଯାଇ ଭକ୍ତଙ୍କ ଦର୍ଶନ ନିମନ୍ତେ ସାହଣମେଲା କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.