Home ଜିଲ୍ଲା ପରିକ୍ରମା ଆଖଣ୍ଡଳମଣିଙ୍କ ମନ୍ଦିରରେ ଦେବସ୍ନାନ ନୀତି, ସୁବାଷିତ ଜଳରେ ସ୍ନାନ କଲେ ; ପଞ୍ଚାନନ ବେଶରେ ଦର୍ଶନ...

ଆଖଣ୍ଡଳମଣିଙ୍କ ମନ୍ଦିରରେ ଦେବସ୍ନାନ ନୀତି, ସୁବାଷିତ ଜଳରେ ସ୍ନାନ କଲେ ; ପଞ୍ଚାନନ ବେଶରେ ଦର୍ଶନ ଦେଲେ

35

ଭଦ୍ରକ, ୨୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ କୋଭିଡ କଟକଣା ମଧ୍ୟରେ ଦେବସ୍ନାନ ନୀତି ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ଆଜି ଦିନ ଦିନତମାମ ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା । ଭୋର ୪ଟାର ଦ୍ୱାରଫିଟା ନୀତି ସମ୍ପନ୍ନ ହେବା ସହ ମଙ୍ଗଳ ଆଳତୀ, ଘର୍ଷଣଲାଗି, ଜଳାଭିଷେକ ନୀତି କରାଯାଇ ମଣିବାବାଙ୍କୁ ଫୁଲ, ଚନ୍ଦନ, ବେଲ୍ୱପତ୍ର ଲାଗି କରାଯାଇ ଦିଗମ୍ବର ବେଶରେ ପହିଲି ବାଲ୍ୟଭୋଗ ଲାଗି କରାଯାଇଥିଲା । ପରେ ସକାଳ ୯ଟାରେ ପହଡଖିଆ ଅନ୍ନନୀତଭୋଗ, ମଧ୍ୟାହ୍ନ ୧୨ଟାରେ ପଞ୍ଚାନନ ବେଶ କରାଯାଇଥିଲା । ୨ଟାରେ ଅବକାଶ(ଶୟନ) ନୀତି ସମ୍ପନ୍ନ ହେବା ପରେ ୧୦୮ଗରା ସୁବାଷିତ ଜଳରେ ମଣିବାବାଙ୍କୁ ମହାସ୍ନାନ କରାଯାଇଥିଲା । ଅପରାହ୍ଣ ୪ଟା ସୁଧା ସମସ୍ତ ସକାଳ ନୀତି ସରିବା ପରେ ମନ୍ଦିର ଗମ୍ଭୀରା ଘର ସଫେଇ କରାଯାଇ ମଣିବାବାଙ୍କୁ ବଡସିଂହାର ବେଶରେ ସଜ୍ଜିତ କରାଯାଇଥିଲା । ଚଳିତବର୍ଷ କୋଭିଡ କଟକଣା ମନ୍ଦିରରେ ବଳବତ୍ତର ରହିଥିବାରୁ ବିନା ଭକ୍ତରେ ସମସ୍ତ ନୀତିକାନ୍ତି ସମ୍ପନ୍ନ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.