Home ଜିଲ୍ଲା ପରିକ୍ରମା ଆଖଣ୍ଡଳମଣିଙ୍କ ମନ୍ଦିରରେ ଚନ୍ଦନଯାତ୍ରା ଆରମ୍ଭ, ଚାପ ଡଙ୍ଗାରେ ବିଜେ କରି ଚାପ ଖେଳିଲେ ହରଗୌରୀ

ଆଖଣ୍ଡଳମଣିଙ୍କ ମନ୍ଦିରରେ ଚନ୍ଦନଯାତ୍ରା ଆରମ୍ଭ, ଚାପ ଡଙ୍ଗାରେ ବିଜେ କରି ଚାପ ଖେଳିଲେ ହରଗୌରୀ

12

ଭଦ୍ରକ, ୩୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପବିତ୍ର ଅକ୍ଷୟତୃତୀୟା ଠାରୁ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଆରମ୍ଭ ହୋଇଛି ଚନ୍ଦନଯାତ୍ରା। ରୀତିନୀତି ଅନୁଯାୟୀ ଭୋର ୫ଟାରେ ଦ୍ୱାରଫିଟା ନୀତି ସହ ସମସ୍ତ ନୀତିକାନ୍ତି ସମ୍ପନ୍ନ ହେବା ପରେ ଅପରାହ୍ଣରେ ମଣିବାବାଙ୍କୁ ବଡସିଂହାର ବେଶରେ ସଜ୍ଜିତ କରାଯିବା ପରେ ଚଳନ୍ତିପ୍ରତିମା ହରଗୌରୀ(ଚନ୍ଦ୍ରଶେଖର)ଙ୍କୁ ଏକ ସୁସଜ୍ଜିତ ବିମାନରେ ବିଜେ କରାଯାଇ ଶିବଗଙ୍ଗା ପୁଷ୍କରିଣୀକୂଳରେ ଥିବା ଚନ୍ଦନମଣ୍ଡପକୁ ବିଜେ କରାଯାଇଥିଲା। ସେଠାରେ ରୀତିନୀତି ଅନୁଯାୟୀ ମହାସ୍ନାନ, ଚନ୍ଦନଲାଗି କରାଯିବା ପରେ ଶୋଡଷ ଉପଚାର ପୂଜା ସହ ହୋମ ଓ ଭୋଗ ଲାଗି ହେବା ପରେ ଘଂଟ, ବାଦ୍ୟ ଓ ତେଲିଙ୍ଗି ବାଜାରେ ହରଗୌରୀଙ୍କୁ ଚାପଡଙ୍ଗାରେ ବିଜେ କରାଯାଇ ଶିବଗଙ୍ଗା ପୁଷ୍କରିଣୀରେ ଚାପଖେଳ ଅନୁଷ୍ଠିତ ହୋଇଥିଲା। ଏହାକୁ ଦେଖିବା ପାଇଁ ବହୁଭକ୍ତଙ୍କର ଭିଡ ଜମିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.