Home ଜିଲ୍ଲା ପରିକ୍ରମା ଆଖଣ୍ଡଳମଣିଙ୍କ ଭାଗବତ ସପ୍ତାହ ଆରମ୍ଭ, ୭ଦିନ ପାଇଁ ପଂଚାନନ ବେଶରେ ଦର୍ଶନ ଦେବେ ବାବା, ରାହାସ...

ଆଖଣ୍ଡଳମଣିଙ୍କ ଭାଗବତ ସପ୍ତାହ ଆରମ୍ଭ, ୭ଦିନ ପାଇଁ ପଂଚାନନ ବେଶରେ ଦର୍ଶନ ଦେବେ ବାବା, ରାହାସ ପୂର୍ଣ୍ଣିମାରେ ଦୁର୍ଲଭ ହରଗୌରୀ ବେଶ,

7

ଭଦ୍ରକ, ୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ପ୍ରଚଳିତ ବିରଜା ପଞ୍ଜିକା ଅନୁଯାୟୀ ଶନିବାର ପବିତ୍ର ଅଳାଁନବମୀ ଅବସରରେ ଭାଗବତ ସପ୍ତାହ ନୀତି ଆରମ୍ଭ ହୋଇଛି। ଏହି ଅବସରରେ ୭ଦିନ ଧରି ମଣିବାବା ପଂଚାନନ ବେଶରେ ଦର୍ଶନ ଦେବେ ଶ୍ରଦ୍ଧାଳୁଭକ୍ତଙ୍କୁ। ଏଥିପାଇଁ ପ୍ରତିଦିନ ଭୋର ୪ଟାରେ ମନ୍ଦିର ଦ୍ୱାରଫିଟା ନୀତି ସହ ମଙ୍ଗଳ ଆଳତୀ, ଘର୍ଷଣଲାଗି, ଜଳାଭିଷେକ ନୀତି ସମ୍ପନ୍ନ ହେବା ପରେ କାର୍ତିକବ୍ରତ ନିମନ୍ତେ ମଣିବାବାଙ୍କୁ ନବବସ୍ତ୍ର, ଚନ୍ଦନ, ବେଲ୍ୱପତ୍ର ଆଦି ଲାଗି କରାଯାଇ ଦିଗମ୍ବର ବେଶରେ ପଂଚୁକ ବାଲ୍ୟଭୋଗ ଲାଗି କରାଯିବ। ଏଥିସହ ଭୋର ୫ଟାରୁ ରାତି ୧୦ଟା ଯାଏଁ ଶ୍ରଦ୍ଧାଳୁଭକ୍ତମାନଙ୍କ ପାଇଁ ସାହଣମେଲା କରାଯିବା ସହ ପୂଜାର୍ଚ୍ଚନା କରାଯାଉଛି। ମଧ୍ୟାହ୍ନ ୧ଟାରେ ବାବାଙ୍କୁ ପଞ୍ଚାନନ ବେଶରେ ସଜ୍ଜିତ କରାଯାଇ ବଡ ଅନ୍ନନୀତି ଭୋଗ ଲାଗି କରାଯିବ। ସେହିପରି ଅପରାହ୍ଣରେ ବଡସିଂହାର ବେଶ ସହ ସନ୍ଧ୍ୟାରେ ଶୋଡଷ ଉପଚାର ନୀତି କରାଯିବ। ପରେ ମନ୍ଦିର ପ୍ରାଙ୍ଗଣରେ ଭାଗବତ ସପ୍ତାହ ନିମନ୍ତେ ଘଟ ଉତୋଳନ, ଦ୍ୱାରପାଳ ପୂଜା, ପଂଚଉପଚାର ସହ ଭାଗବତ ପଠନ ଓ ଯଜ୍ଞ ଅନୁଷ୍ଠିତ ହେବ। ଆସନ୍ତା ରାହାସ ପୂର୍ଣ୍ଣିମାରେ ବାବା ହରଗୌରୀ ବେଶରେ ଦର୍ଶନ ଦେବେ। ଏଥିପାଇଁ ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.