Home ଜିଲ୍ଲା ପରିକ୍ରମା ଆଉ ନୂଆ ୮୧ ଆକ୍ରାନ୍ତ ଚିହ୍ନଟ, ମୋଟ ସଂଖ୍ୟା ୪୨୯୨

ଆଉ ନୂଆ ୮୧ ଆକ୍ରାନ୍ତ ଚିହ୍ନଟ, ମୋଟ ସଂଖ୍ୟା ୪୨୯୨

93

ଭଦ୍ରକ, ୧୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରୁ ଆଜି ଆଉ ୮୧ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ହୋଇଛି ୪୨୯୨ । ଏମାନଙ୍କ ମଧ୍ୟରୁ ସୁସ୍ଥ ହୋଇ ସାରିଛନ୍ତି ୩୪୨୮ଜଣ । ଫଳରେ ଏବେ ଆଉ ୮୫୪ଜଣ ଆକ୍ରାନ୍ତ ଆକ୍ଟିଭ କେଶ୍ ଭାବେ ଚିକିତ୍ସାଧୀନ ରହିଛନ୍ତି । ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ବାସୁଦେବପୁର ବ୍ଳକରୁ ୬ଜଣ, ବାସୁଦେବପୁର ପୌରପାଳିକାରୁ ୮ଜଣ, ଭଦ୍ରକ ବ୍ଲକରୁ ୨୬ଜଣ, ଭଦ୍ରକ ପୌରପାଳିକାରୁ ୯ଜଣ, ବନ୍ତ ବ୍ଲକରୁ ୩ଜଣ, ଭଣ୍ଡାରିପୋଖରୀ ବ୍ଳକରୁ ୯ଜଣ, ଚାନ୍ଦବାଲି ବ୍ଳକରୁ ୩ଜଣ, ଚାନ୍ଦବାଲି ଏନଏସିରୁ ଜଣେ, ଧାମନଗର ବ୍ଳକରୁ ୩ଜଣ ଏବଂ ତିହିଡି ବ୍ଲକରୁ ୧୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ସୁଦ୍ଧା ମୋଟ ୬୮ହଜାର ୬୬୮ଜଣଙ୍କ ନମୁନା ପରୀକ୍ଷା କରାଯାଇଥିବା ଜିଲ୍ଲା ପ୍ରଶାସନ ସୂତ୍ରରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.