Home ଜିଲ୍ଲା ପରିକ୍ରମା ଆଉ ନୂଆ ୪୩ ଆକ୍ରାନ୍ତ ଚିହ୍ନଟ

ଆଉ ନୂଆ ୪୩ ଆକ୍ରାନ୍ତ ଚିହ୍ନଟ

57

ଭଦ୍ରକ, ୧୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରୁ ଆଉ ୪୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ଫଳରେ ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ହୋଇଛି ୭ ହଜାର ୯୭୨ । ସୁସ୍ଥ ହୋଇ ସାରିଛନ୍ତି ୭ହଜାର ୫ଶହ ୯୨ଜଣ । ଏବେ ମୋଟ ୩୫୫ଜଣ ଆକ୍ରାନ୍ତ ଜିଲ୍ଲାରେ ସକ୍ରିୟ ରହିଥିବା ଚିହ୍ନଟ ହୋଇଛନ୍ତି । ଚିହ୍ନଟମାନଙ୍କ ମଧ୍ୟରେ ଭଦ୍ରକ ବ୍ଲକରୁ ଜଣେ ଆକ୍ରାନ୍ତ ଏସ୍‌ସିବିରୁ ଓ ଜଣେ ଭୁବନେଶ୍ୱର ଏମ୍‌ସରୁ ଚିହ୍ନଟ ହୋଇଥିବା ବେଳେ ଧାମନଗର ବ୍ଳକରୁ ଜଣେ ସମ୍ ହସ୍‌ପିଟାଲରୁ ଚିହ୍ନଟ ହୋଇଛନ୍ତି । ଅନ୍ୟ ଆକ୍ରାନ୍ତମାନେ ହେଲେ ବାସୁଦେବପୁର ବ୍ଲକର ଜୀବନପୁର ଗ୍ରାମରୁ ୨ଜଣ, ବାସୁଦେବପୁର ପୌରପାଳିକାରୁ ଜଣେ, ଭଦ୍ରକ ବ୍ଲକର ବନ୍ଧଗାଁ, ବଳନ୍ତ, ଚୁନିଦା, କାଉପୁର, ସାର୍ତ୍ତେଳା, କୋରଣ୍ଟ ଗ୍ରାମରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଣିତିଆ ଓ ନଳାଙ୍ଗ ଗ୍ରାମରୁ ୨ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିଭଳି ଭଦ୍ରକ ପୌରପାଳିକାର ୨୭ ନଂ ୱାର୍ଡ, ୯ ନଂ ୱାର୍ଡର ବନ୍ତ ଛକ, ୨୯ନଂ ୱାର୍ଡର ଗରଦପୁର ଅଞ୍ଚଳରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ୮ନଂ ୱାର୍ଡ ବାଗୁରାଇ ଗ୍ରାମରୁ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷରେ ଚାନ୍ଦବାଲି ବ୍ଳକର କରଞ୍ଜମାଳ, କାଣ୍ଡ ବେନ୍ତାଳପୁର, ବାଲିଗାଁ, ଆରଡ଼ି, ଘଣ୍ଟେଶ୍ୱର ଗ୍ରାମରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭଣ୍ଡାରିପୋଖରୀ ବ୍ଲକର କୁଶଗଡ଼ିଆ ଗ୍ରାମରୁ ୨ଜଣ, ଛତାବର ଗ୍ରାମରୁ ୨ଜଣ, ଖଡିସିଙ୍ଗା ଗ୍ରାମରୁ ଜଣେ, ବାଲିପୋଖରୀ ଗ୍ରାମରୁ ଜଣେ, ମଞ୍ଜୁରୀରୋଡରୁ ଜଣେ ଚିହ୍ନଟ ହୋଇଛନ୍ତି । ବନ୍ତ ବ୍ଳକର ନରାଜପୁର, ତୋଡଗାଁ, ତେଲିସାହି, ରାଉତରାଗଡ଼ିଆ ଗ୍ରାମରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଧାମନଗର ବ୍ଳକର ଲେଞ୍ଜରା ଓ ଖପରପଦା ଗ୍ରାମରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ଧାମନଗର ଏନ୍‌ଏସିରୁ ଜଣେ, ତିହିଡ଼ି ବ୍ଲକର ପାଳିଆବିନ୍ଧା ଗ୍ରାମରୁ ଜଣେ ଏବଂ ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଳକ ଅନ୍ତରା ଗ୍ରାମରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.