Home ଓଡ଼ିଶା ଆଇନ ରେ ଛନ୍ଦିହୋଇଥିବା କିଶୋର କିଶୋରୀ ମାନଙ୍କ ପାଇଁ ନିଯୁକ୍ତି ଭିତିକ ଓ ଆତ୍ମ ନିର୍ଭରଶୀଳ...

ଆଇନ ରେ ଛନ୍ଦିହୋଇଥିବା କିଶୋର କିଶୋରୀ ମାନଙ୍କ ପାଇଁ ନିଯୁକ୍ତି ଭିତିକ ଓ ଆତ୍ମ ନିର୍ଭରଶୀଳ କର୍ମଶାଳା 

47

ମାଲକାନଗିରି,୩୦ା୧୨ (ଓଡିଆ ପୁଅ) ମାଲକାନଗିରି ଜିଲ୍ଲା ସମନ୍ୱୀତ ଆଦିବାସୀ ଉନ୍ନୟନ ସଂସ୍ଥ ସଭାଗୃହରେ ଜିଲ୍ଲାଶିଶୁ ସୁରକ୍ଷା ଅଧିକାରୀ ନରାୟଣ ଚନ୍ଦ୍ରଦାସ ଙ୍କ ଅଧ୍ୟକ୍ଷତାରେ ଆଇନ ରେ ଛନ୍ଦିହୋଇଥିବା ଶିଶୁ,କିଶୋର,କିଶୋରୀ ମାନଙ୍କ ପାଇଁ ନିଯୁକ୍ତି ଓ ଆତ୍ମନିର୍ଭରଶୀଳ କର୍ମଶାଳା ଆଜି ଅନୁଷ୍ଟିତ ହୋଇ ଯାଇଛି । ଏହି ଅବସରେ ସମନ୍ୱୀତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଲ୍ପ ପ୍ରଶାସକ କ୍ଷୀରାଦ୍ଧିବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଉକ୍ତ କର୍ମଶାଳାକୁ ଉଦଘାଟନ କରିଥିଲେ । ବିଭିନ୍ନ ଆଇନରେ ଛନ୍ଦିହୋଇଥିବା ଜିଲ୍ଲାରେ ୪୦ରୁ ଉର୍ଦ୍ଦ ଶିଶୁ,କିଶୋର,କିଶୋରୀ ଏହି କର୍ମଶାଳାରେ ଯୋଗଦେଇ ସେମାନଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ନିଜ ନିଜ ମତଉପସ୍ଥାପନ କରିଥିଲେ । ଜିଲ୍ଲାମଙ୍ଗଳ ଅଧିକାରୀ କୃପାସିନ୍ଧୁବେହେରା,ଜିଲ୍ଲା ନିଯୁକ୍ତି ନିୟୋଜନ ଅଧିକାରୀ ମନ୍ୱସୀ ସେଠୀ,ଜିଲ୍ଲାଶିଳ୍ପ କେନ୍ଦ୍ର ପରିଚାଳକ ତରୁଣକାନ୍ତ ମହାନ୍ତି,ୟୁନିସେଫ ଆକ୍ସନ ଏଡ ସଂଯୋଜକ ପ୍ରଶନ୍ନ କୁମାର ମିଶ୍ର,ଶିଶୁମଙ୍ଗଳ ସମତିର ସଦସ୍ୟ ସୁନାକର ପାଳ,ଶିଶୁ ସୁରକ୍ଷା କମିଟି ଲିଗାଲ ଅଫିସର ସତ୍ୟଜିତ ପଣ୍ଡା,ଶିଶୁ ଯତ୍ନ ଓ ସୁରକ୍ଷା ଅଧିକାରୀଣୀ ସୁଦେସ୍ନା ରାଉତ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ଆଇନରେ ଛନ୍ଦି ହୋଇଥିବା ଶିଶୁ,କିଶୋର.କିଶୋରୀ ମାନଙ୍କୁ ସମାଜର ମୁଖ୍ୟସ୍ରୋତକୁ ଫେରାଇ ଆଣି ସେମନାଙ୍କୁ ବିଭିନ୍ନ ଧନ୍ଦାମୁଳକ ଶିକ୍ଷା ଓ ନୁଯୁକ୍ତି ଭିତିକ ଥଇଥାନର ବ୍ୟବସ୍ଥା କରିବା ନିମନ୍ତେ ପରାମର୍ଶ ଦେଇଥିଲେ । ଏହି କର୍ମଶାଳାରେ ଯୋଗଦେଇଥିବା ସମସ୍ତ କିଶୋର କିଶୋରୀ ମାନଙ୍କୁ କିପରି ଖୁବ ଶିଘ୍ର ଧନ୍ଦାମୁଳକ ଶିକ୍ଷା ଓ ନିଯୁକ୍ତିଭିତିକ ଥାଇଥାନ କରାଯାଇପାରିବ ସେନେଇ ଯୋଜନା ପ୍ରସ୍ତୁତି କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.