ad
ଜିଲ୍ଲା ପରିକ୍ରମା

ଆଇନ୍‌ସେବା ପ୍ରାଧିକରଣର ସଚେତନତା ଶିବିର

ଭଦ୍ରକ, ୨୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଜିଲା ଆଇନ୍‌ସେବା ପ୍ରାଧିକରଣ ପକ୍ଷରୁ ଭଦ୍ରକ କୋର୍ଟ ପରିସରରେ ମୌଳିକ କର୍ତ୍ତବ୍ୟ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ବରିଷ୍ଠ ଦେୱାନୀ ବିଚାରପତି ଶୁଭଂଜନ ମହାନ୍ତି ଅଧ୍ୟକ୍ଷତା କରିଥିବାବେଳେ ଆଇନ୍ ସେବା ପ୍ରାଧିକରଣର ସଚିବ ସମାପିକା ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅତିରିକ୍ତ ବରିଷ୍ଠ ଦେୱାନୀ ବିଚାରପତି ଆରାଧନା ଷଡଙ୍ଗୀ, ଏସ୍‌ଡିଜେଏମ୍ ଅଳକାନନ୍ଦା ମହାନ୍ତି, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ରଶ୍ମିନାରାୟଣୀ ମିଶ୍ର, ନର୍ମଦା କର, ସସ୍ମିତା ସାହୁ ଓ ଲିପ୍‌ସା ରାଉତ ଏହି ଶିବିରରେ ଉପସ୍ଥିତ ରହି ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏଥିରେ ଲୋକାଲ ବାର୍‌ର ସଦସ୍ୟ ତଥା ପାର୍ନେଲ ଲୟାର ଓ ପିଏଲ୍‌ଭି ମାନେ ଯୋଗାଦାନ କରିଥିଲେ । ବକ୍ତାମାନେ ମୌଳିକ କର୍ତ୍ତବ୍ୟ ସଂପର୍କରେ ଜନସାଧାରଣଙ୍କୁ ସଚେତନ କରାଇଥିଲେ । ଜଣେ ବ୍ୟକ୍ତିର ମୌଳିକ ଅଧିକାର କଣ ରହିଛି ଓ ସମାଜ ପ୍ରତି ତାଙ୍କର ଯେଉଁ ଦାୟିତ୍ୱ ରହିଛି, ସେ ସଂପର୍କରେ ଏହି ଶିବିରରେ ଆଲୋଚନା କରାଯାଇଥିଲା । ବିଶେଷକରି ସଲିଡ୍ ୱେଷ୍ଟ୍ ମେନେଜମେଣ୍ଟ ଓ ସେଫ୍ଟି ମେଜର୍ସ ଅନ୍ ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ମଧ୍ୟ ଆଲୋଚନା ହୋଇଥିଲା । ତେବେ ଏହି ଶିବିର ଓ ସଭାରେ କୋଭିଡ୍‌-୧୯ ନିୟମ ଅନୁଯାୟୀ ସାମାଜିକ ଦୂରତ୍ୱ ରକ୍ଷା ପୂର୍ବକ ସଂପନ୍ନ ହୋଇଥିଲା ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top